www.samajalive.in
Friday, December 12, 2025
27.1 C
Bhubaneswar

ଶୁଭଫଳ ଓ ମନସ୍କାମନା ପୂରଣ ପାଇଁ ମା’ଙ୍କ ନିକଟରେ ପାନପତ୍ରର ଏପରି କରନ୍ତୁ ପ୍ରୟୋଗ

ପାନର ପତ୍ରକୁ ଖୁବ ଶୁଭ ବୋଲି କୁହାଯାଏ। ଏହାର ପ୍ରୟୋଗ ବିଭିନ୍ନ ଔଷଧ ରୂପରେ ମଧ୍ୟ ବ୍ୟବହାର କରାଯାଏ। ଏହା ପାଚନତନ୍ତ୍ରକୁ ସୁସ୍ଥ ରଖିଥାଏ। ବହୁ ପ୍ରାଚୀନ କାଳରୁ ଏହା ଖୁବ ପବିତ୍ର ବୋଲି ମାନ୍ୟତା ରହିଛି। ବେଦରେ ମଧ୍ୟ ଏହାର ଉଲ୍ଲେଖ ରହିଛି। ପ୍ରତ୍ୟେକ ପୂଜାର୍ଚ୍ଚନାରେ ଏହାକୁ ବ୍ୟବହାର କରାଯାଏ। ପ୍ରତି ଶୁଭକାର୍ଯ୍ୟର ଆରମ୍ଭରୁ ଏହାକୁ ବ୍ୟବହାର କରାଯାଏ। ଦେବୀଙ୍କର ଉପାସନାରେ ପାନ ପତ୍ର ବ୍ୟବହାରର ଏକ ବିଶେଷ ମହତ୍ତ୍ୱ ରହିଛି। ଯାହା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଜାଣନ୍ତୁ….
ଗୋଟା ପାନ ପତ୍ର ହେବା ସହ ଏଥିରେ ଏହାର ନାଶି ଲାଗିବା ଆବଶ୍ୟକ। ସାମାନ୍ୟ କଟା କିମ୍ବା ଫଟା ହୋଇନଥିବ। ପୂଜାରେ ସମ୍ପୂର୍ଣ୍ଣ ସତେଜ ଓ ସବୁଜ ରଙ୍ଗର ପାନ ପତ୍ର ବ୍ୟବହାର କରିବେ।
ଶୀଘ୍ର ବିବାହ ପାଇଁ –
ସିନ୍ଦୂରରେ ଘିଅ ମିଶାଇ ଦିଅନ୍ତୁ। ପାନପତ୍ରର ଚିକ୍କଣ ଅଂଶ ଉପରେ ଏହି ସିନ୍ଦୂରରେ ନିଜ ନାମ ଲେଖନ୍ତୁ। ମା’ଙ୍କୁ ଅର୍ପଣ କରନ୍ତୁ। ଏହି ଉପାୟ ନବରାତ୍ରରେ ନଅ ଦିନ ଯାଏଁ କରନ୍ତୁ। ଶୁଭଫଳ ପ୍ରାପ୍ତି ହେବ।
ଧନଲାଭ ପାଇଁ –
ନବରାତ୍ର ସମୟରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମା’ଲକ୍ଷ୍ମୀଙ୍କୁ କର୍ପୂରରେ ଆଳତୀ କରନ୍ତୁ। ଏହାପରେ ପାନ ପତ୍ରରେ ଗୋଲାପ ଫୁଲର ପାଖୁଡ଼ା ରଖି ମା’ଙ୍କୁ ଅର୍ପଣ କରନ୍ତୁ। ନବରାତ୍ରପରେ ପ୍ରତ୍ୟେକ ପୂର୍ଣ୍ଣିମା ଦିନ ସନ୍ଧ୍ୟା ସମୟରେ ଏହି ଉପାୟ କରନ୍ତୁ। ଏହାଦ୍ୱାରା ଧନସମ୍ପତ୍ତି ବୃଦ୍ଧି ପାଇଥାଏ।

 

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

Related Articles

Popular Categories