www.samajalive.in
Monday, December 8, 2025
13.1 C
Bhubaneswar

ପାଖେଇ ଆସୁଛି ଶୀତ ଦିନ, ବୁଲିବାକୁ ଯାଆନ୍ତୁ ଅଜନ୍ତା ଏଲୋରା ଗୁମ୍ଫା

ଶୀତ ଦିନରେ ବହୁ ଲୋକେ ଭ୍ରମଣ ପାଇଁ ବିଭିନ୍ନ ସ୍ଥାନକୁ ଯାଇଥାଆନ୍ତି। ଭ୍ରମଣ ପାଇଁ ଥିବା କେତେକ ସ୍ଥାନ ମଧ୍ୟରୁ ମହାରାଷ୍ଟ୍ରରେ ଥିବା ଏକ ସୁନ୍ଦର ସ୍ଥାନକୁ ନିଶ୍ଚୟ ଯାଆନ୍ତୁ। ଏଠାରେ ଆପଣ ମନକୁ ବିମୋହିତ କରୁଥିବା ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଦୃଶ୍ୟ ଦେଖି ପାରିବେ।
ଅଜନ୍ତା ଓ ଏଲୋରା ଗୁମ୍ଫା-
ମହାରାଷ୍ଟ୍ରର ଔରାଙ୍ଗବାଦ ଜିଲାରେ ଅଜନ୍ତା ଏଲୋରା ଗୁମ୍ଫା ରହିଛି। ଏହି ଦୁଇଟି ଗୁମ୍ଫା ପରସ୍ପର ଠାରୁ ଦୂରରେ ରହିଛନ୍ତି। ମାତ୍ର ନିଜର ବିଶେଷତ୍ୱ କାରଣରୁ ଏହି ଦୁଇଟି ଗୁମ୍ଫାକୁ ଏକତ୍ରିତ ନାମ କରି କୁହାଯାଏ। ଏହି ସ୍ଥାନର ସୌନ୍ଦର୍ଯ୍ୟ ଖୁବ ଅଧିକ ଓ ଏହା ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ କାରଣରୁ ପ୍ରତିବର୍ଷ ଏଠାରେ ଲୋକଙ୍କ ବେଶ ଭିଡ଼ ଜମିଥାଏ।
ଅଜନ୍ତା ଗୁମ୍ଫା –
ଅଜନ୍ତାରେ ପ୍ରାୟ ୩୦ଟି ଗୁମ୍ଫା ରହିଛି। ଏହି ଗୁମ୍ଫାରେ ବୁଦ୍ଧଦେବଙ୍କ ବିଷୟରେ ବହୁ ଜଣାଅଜଣା କଥା, ଚିତ୍ର, ମୂର୍ତ୍ତି ଆଦି ଖୋଦିତ ରହିଛି। ଏହି ଗୁମ୍ଫା ପ୍ରାୟ ୮୦୦ ବର୍ଷ ପୁରୁଣା ବୋଲି କୁହାଯାଏ। ଏଠାକୁ ଆସି ପର୍ଯ୍ୟଟକଙ୍କୁ ଐତିହାସିକ ବିବରଣୀ ମିଳିଥାଏ।
ଏଲୋରା ଗୁମ୍ଫା –
ଏଥିରେ ପ୍ରାୟ ୩୪ ଟି ଗୁମ୍ଫା ରହିଛି। ଗୁମ୍ଫାମାନଙ୍କ ମଧ୍ୟରେ ବୌଦ୍ଧ ଧର୍ମ , ହିନ୍ଦୁ ଧର୍ମ ଓ ଜୈନ ଧର୍ମ ସହ ସମ୍ବନ୍ଧିତ ବହୁ ଚିତ୍ର ଖୋଦିତ ହୋଇ ରହିଛି। ଏହି ସମସ୍ତ ଗୁମ୍ଫା ଗୁଡ଼ିକୁ ଦେଖିଲେ ଖୁବ ଗର୍ବ ଅନୁଭବ ହୋଇଥାଏ। ଏହା ଆମ ଦେଶର ଐତିହାସିକ ସମ୍ପତ୍ତିର ଏକ ପ୍ରମୁଖ ଆଧାର ବୋଲି କୁହାଯାଏ।
ଅଜନ୍ତା ଓ ଏଲୋରା ଗୁମ୍ଫା ସମ୍ପୂର୍ଣ୍ଣ ବିଶ୍ୱରେ ଖୁବ ପ୍ରସିଦ୍ଧି ଲାଭ କରିଛି। ଏଠାରେ ପହଞ୍ଚିବାକୁ ସବୁଠାରୁ ନିକଟତର ରେଳ ଷ୍ଟେସନ ହେଉଛି ଔରାଙ୍ଗବାଦ। ଔରାଙ୍ଗବାଦରେ ପହଞ୍ଚିବାକୁ ମୁମ୍ବଇ ଓ ପୁଣେ ଠାରୁ ବହୁ ଟ୍ରେନ ଚଳାଚଳ କରୁଛି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories