ଅଗ୍ନୀପଥ ପ୍ରତ୍ୟାହାର ଦାଵିରେ ଏଆଇଏସ୍ଏଫ୍ ପକ୍ଷରୁ ଵିକ୍ଷୋଭ
ଭୁଵନେଶ୍ବର: ସେନାରେ ୪ଵର୍ଷିଆ ଚୁକ୍ତି ଭିତ୍ତିକ ଠିକା ନିଯୁକ୍ତି ପାଇଁ ପ୍ରଣୟନ ହୋଇଥିଵା ଅଗ୍ନୀପଥ ଯୋଜନା ପ୍ରତ୍ୟାହାର ଦାଵିରେ ଅଖିଳ ଭାରତ ଛାତ୍ର ସଂଘ (ଏଆଇଏସ୍ଏଫ୍) ପକ୍ଷରୁ ଓଡିଶା ଵିଧାନ ସଭା ସମ୍ମୁଖରେ ଵିକ୍ଷୋଭ ପ୍ରଦର୍ଶନ ସହ କୁଶ ପୁତ୍ତଳିକା ଦାହ କରାଯାଇଛି। ୨୦୧୯ ପରଠାରୁ ସେନାରେ ନିଯୁକ୍ତି ଵନ୍ଦ ଥିଵା ଵେଳେ କରୋନା ପୂର୍ବରୁ ଖାଲିଥିଵା ପଦବ ପୁରଣ ନିମନ୍ତେ ଏପର୍ୟ୍ୟନ୍ତ ନିଯୁକ୍ତି ପ୍ରକ୍ରିୟା ଶେଷ କରାଯାଇ ନାହିଁ। ସେନା ଵାହିନୀରେ ଏକ ଲକ୍ଷ ୨୫ହଜାର ପଦଵୀ ଖାଲି ଥିଲେ ସୁଧା ସେହି ପଦଵୀ ପୁରଣ ପରିଵର୍ତ୍ତେ, ଅଗ୍ନୀପଥ ଯୋଜନା ନାମରେ ମାତ୍ର ୪ବର୍ଷ ନିମନ୍ତ ଠିକାରେ ଚୁକ୍ତି ଭିତ୍ତିକ ନିଯୁକ୍ତି ପାଇଁ ସରକାରଙ୍କ ନିଷ୍ପତ୍ତି ଗ୍ରହଣ ରାଷ୍ଟ୍ରର ପ୍ରତିରକ୍ଷା ବ୍ୟବସ୍ଥାକୁ ଦୁର୍ଵଳ କରାଇଵାର ସୁଯୋଗ ସୃଷ୍ଟି କରିଛି।
ସୂଚନା ଯୋଗ୍ୟ ଯେ ଏହି ଯୋଜନା ଘୋଷଣା ପୁର୍ବରୁ ଵରିଷ୍ଠ ସେନା ଅଧିକାରୀମାନଙ୍କୁ ପୁନଃ ନିଯୁକ୍ତି କରାଯାଇଛି। ଅଗ୍ନୀପଥ ଯୋଜନା ଅନୁସାରେ ୪ଵର୍ଷ ସେନାରେ କାର୍ୟ୍ୟ କରିଵା ପରେ ୭୫%ରୁ ଅଧିକ ଅଗ୍ନୀଵୀରଙ୍କୁ ଚାକିରୀରୁ ଵାହାର କରିଦିଆଯିଵାକୁ ଥିବାବେଳେ ସେମାନଙ୍କୁ ସ୍ଥାୟୀ ସେନା କର୍ମଚାରୀଙ୍କୁ ମିଳୁଥିଵା କୌଣସି ସୁବିଧା ସୁଯୋଗ ଅଗ୍ନୀଵୀରମାନଙ୍କୁ ମିଳିବ ନାହିଁ। ସେନାରୁ ଵିଦାହୋଇଥିଵା ଏହି ୭୫% ଅଗ୍ନୀଵୀରମାନଙ୍କର ଅନିଶ୍ଚିତ ଭଵିଶ୍ୟତର ସୁଯୋଗ ଆତଙ୍କଵାଦୀ ଓ ଉଗ୍ରପନ୍ଥୀ ସଂଗଠନମାନେ ନେଵାର ଦ୍ବାର ଉନ୍ମୁକ୍ତ କରିଵ। ଏହା ଦେଶର ସାର୍ବଭୌମତ୍ବ ଓ ଆଭ୍ୟନ୍ତରୀଣ ନିରାପତ୍ତା ପ୍ରତି ଏକ ଆହ୍ବାନ ଭାଵେ ଉଭା ହେଵ। ନିଯୁକ୍ତି ଦେଵାରେ ଅକ୍ଷମ ସରକାର ଏହି ରାଷ୍ଟ୍ର ସ୍ବାର୍ଥ ଵିରୋଧୀ ଅଗ୍ନୀପଥ ଯୋଜନା ପାଇଁ ସମଗ୍ର ଦେଶରେ ପ୍ରତିଵାଦର ନିଆଁ ଜଳୁଛି। ତେଣୁ ଅଗ୍ନୀପଥ ଯୋଜନା ପ୍ରତ୍ୟାହାର କର, କରୋନା ପୂର୍ବରୁ ସେନାରେ ନିଯୁକ୍ତି ପାଇଁ ସେନାରେ ମନୋନିତ ପ୍ରାର୍ଥୀଙ୍କ ବୟସସୀମା କୋହଳ କରି ଅଵିଳମ୍ବେ ନିଯୁକ୍ତି ଦିଆଯାଉ, ଠିକା ନିଯୁକ୍ତି ପ୍ରଥା ଵନ୍ଦ କର, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଖାଲିଥିଵା ପଦଵୀରେ ଅବିଳମ୍ବେ ନିଯୁକ୍ତି, ଅଵସର ପରେ ସମସ୍ତଙ୍କୁ ପେନସନ ଦାଵିରେ ଏହି ଆନ୍ଦୋଳନ ହୋଇଛି। ଏହି ପୃଷ୍ଠଭୁମିରେ ଏଆଇଏସ୍ଏଫ୍ ପକ୍ଷରୁ ଅଗ୍ନୀପଥ ଯୋଜନା ପ୍ରତ୍ୟାହାର ଦାଵିରେ ଦେଶ ବ୍ୟାପୀ ଆନ୍ଦୋଳନ ଚାଲିଥିଵା ଵେଳେ ଆଜି ଓଡିଶା ଵିଧାନସଭା ସମ୍ମୁଖରେ ଆନ୍ଦୋଳନ ଅନୁଷ୍ଠିତ ହୋଇଛି। ଏହି ଆନ୍ଦୋଳନକୁ ଵିଭିନ୍ନ ଵାମପନ୍ଥୀ, ଗଣତାନ୍ତ୍ରୀକ ଓ ସାମାଜିକ ସଂଗଠନର ନେତୃଵୃନ୍ଦ ସମର୍ଥନ ଜଣାଇ ସାମିଲ ହୋଇଥିଲ। ଏଆଇଏସ୍ଏଫ୍ ଓଡିଶା ରାଜ୍ୟ ସଭାପତି ସଂଘମିତ୍ରା ଜେନା, ସମ୍ପାଦକ କାହ୍ନୁ ଚରଣ ଲେଙ୍କା, ବିବେକ କୃଷ୍ଣ, ଦୀନେଶ ରଞ୍ଜନ, ଶୁଭ୍ରା ରାଣୀ ସାହୁ, ମନୋଜ କୁମାର କର, ଜୀଵନ ବନ୍ଧୁ ଭୋଇ, ଦେବବ୍ରତ ବେହେରା, ମଳୟ ପଣ୍ଡା, ନାରାୟଣ ଵେହେରା, ସୁଚିସ୍ମୀତା ଜେନା, ଶାଶ୍ବତ ପତି ପ୍ରମୁଖ ନେତୃତ୍ବ ନେଇଥିଵା ବେଳେ ସମେତ ଶତୀଷ ମିଶ୍ର, ଵିଶ୍ବପ୍ରିୟ କାନୁନଗୋ, ନରେନ୍ଦ୍ର ମହାନ୍ତି, ଶଙ୍କର୍ଷଣ ବାରିକ, ଅରୁଣ ଜେନା, ଶୁଭେନ୍ଦୁ ଜେନା ଜ୍ୟୋତି ରଞ୍ଜନ ମହାପାତ୍ର, ଅଶୋକ ସାହୁ ପ୍ରମୁଖ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ସାମିଲ ହୋଇଥିଲେ।
Comments are closed.