www.samajalive.in
Friday, December 5, 2025
20.1 C
Bhubaneswar

ମାତ୍ର ୧ ଟଙ୍କାରେ.. କୋଟି କୋଟି ଗ୍ରାହକଙ୍କ ପାଇଁ ଖୁସି ଖବର; ନୂଆ ରିଚାର୍ଜ ପ୍ଲାନ୍‌ ଆଣିଲା ଏୟାରଟେଲ୍‌

ନୂଆଦିଲ୍ଲୀ : ଏୟାରଟେଲ୍‌ ନିଜର କୋଟି କୋଟି ଉପଭୋକ୍ତାଙ୍କ ପାଇଁ ଆଣିଛି ନୂଆ ରିଚାର୍ଜ ପ୍ଲାନ୍‌ । ଏଥିରେ ଅସୀମିତ କଲିଙ୍ଗ୍‌ ଓ ଡାଟା ସହ ଅସୀମିତ ୫ଜି ମଧ୍ୟ ଅଫର୍‌ କରାଯାଉଛି । ଏୟାରଟେଲ୍‌ ନିଜର ଏହି ନୂଆ ପ୍ରିପେଡ୍‌ ପ୍ଲାନ୍‌ରେ ୧ ଟଙ୍କା ଅଧିକ ଖର୍ଚ୍ଚ କରି ୧୪ଜିବି ଅତିରିକ୍ତ ଡାଟା ମଧ୍ୟ ଅଫର୍‌ କରୁଛି । ଜାଣନ୍ତୁ ଏହି ପ୍ଲାନ୍‌ ବିଷୟରେ..

ଏୟାରଟେଲ୍‌ର ଏହି ଶସ୍ତା ପ୍ଲାନ୍‌ ୩୯୯ ଟଙ୍କାରେ ଆସୁଛି । ଏଥିରେ ଉପଭୋକ୍ତାଙ୍କୁ ୨୮ ଦିନର ସମୟସୀମା ଅଫର୍‌ କରାଯାଉଛି । କମ୍ପାନୀ ନିଜର ଏହି ପ୍ଲାନ୍‌ରେ ଅସୀମିତ ଭଏସ୍‌ କଲିଙ୍ଗ୍‌ ସହ ଦୈନିକ ୨.୫ଜିବି ହାଇସ୍ପିଡ୍‌ ଡାଟା ଅଫର୍‌ କରାଯାଉଛି । ଏହାସହ ୧୦୦ ମାଗଣା ଏସଏମଏସର ମଧ୍ୟ ଲାଭ ପାଇପାରିବେ । କମ୍ପାନୀ ଏଥିରେ ଜିଓ ହଟ୍‌ଷ୍ଟାରର ମାଗଣା ସବସ୍କ୍ରିପସନ୍‌ ମଧ୍ୟ ଅଫର୍‌ କରୁଛି ।

- Advertisement -

ଏୟାରଟେଲ୍‌ ନିକଟରେ ପୂର୍ବରୁ ହିଁ ୩୯୮ର ରିଚାର୍ଜ ପ୍ଲାନ୍‌ ରହିଛି । ଏହି ପ୍ଲାନ୍‌ରେ ଉପଭୋକ୍ତାଙ୍କୁ ଦେଶରେ ଅସୀମିତ କଲିଙ୍ଗ୍‌ ଓ ରୋମିଙ୍ଗ୍‌ ଅଫର୍‌ ମଧ୍ୟ ମିଳୁଛି । ଏଥିରେ ଦୈନିକ ୨ ଜିବି ଡାଟା ଓ ୧୦୦ ଏସଏମଏସର ମାଗଣାରେ ଲାଭ ପାଇପାରିବେ । କମ୍ପାନୀ ନିଜର ୩୯୮ ଟଙ୍କାର ପ୍ଲାନ୍‌ରେ ଗ୍ରାହକଙ୍କୁ ଅସୀମିତ ୫ଜି ଓ ଜିଓ ହଟଷ୍ଟାରର ସବସ୍କ୍ରିପସନ୍‌ ଅଫର୍‌ କରିଥାଏ । ଏହା ବ୍ୟତୀତ ଦୈନିକ ୫୧୨ ଏମବି ଅତିରିକ୍ତ ଡାଟା ମଧ୍ୟ ମିଳିଥାଏ । ଏପରି ଭାବରେ ୨୮ ଦିନରେ ଗ୍ରାହକଙ୍କୁ କେବଳ ୧ ଟଙ୍କା ଅଧିକ ଖର୍ଚ୍ଚ କରି ୧୪ ଜିବି ଡାଟାର ଲାଭ ପାଇପାରିବେ ।

୧୨ ଅଗଷ୍ଟକୁ ଅପେକ୍ଷା କରନ୍ତୁ ଏହି ୫ ରାଶି.. ଗଜଲକ୍ଷ୍ମୀ ରାଜଯୋଗ କରିବ ମାଲାମାଲ୍‌, ହଠାତ୍‌ ମିଳିବ ଧନ,ବଡ ସଫଳତା..

ଟ୍ରାଇ ପକ୍ଷରୁ ନିକଟରେ ଆସିଥିବା ଡାଟା ଅନୁଯାୟୀ, ଏୟାରଟେଲ ପୁଣି ଥରେ ଲକ୍ଷାଧିକ ନୂଆ ଗ୍ରାହକଙ୍କୁ ନିଜ ସହ ଯୋଡିଛି ।

ଶନିବାର ସେବନ କଲେ ଏହି ଜିନିଷ: ଦୂର ହୁଏ ଶନିଦୋଷ, ମିଳେ ବିଶେଷ କୃପା, ଶରୀର ରହେ ସୁସ୍ଥ, ଦୂର ହୁଏ ଚିନ୍ତା..

କୁମ୍ଭୀରକୁ ଗଛ ଉପରକୁ ନେଇଗଲା ବାଘ, ଦେଖନ୍ତୁ ଭିଡିଓ

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories