BSKY banner  750×100

ବିମାନ କର୍ମଚାରୀଙ୍କୁ ଯୌନ ଉତ୍ପୀଡ଼ନ ଅଭିଯୋଗରେ ଜଣେ ଗିରଫ

nua o banner
0

ନୂଆଦିଲ୍ଲୀ : ଏୟାର ବିସ୍ତାରାର ଜଣେ ବିମାନ କର୍ମଚାରୀଙ୍କୁ ଅସଦାଚରଣ ପ୍ରଦର୍ଶନ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରଠାରେ ଗିରଫ କରାଯାଇଛି। ମାର୍ଚ୍ଚ ୨୪ରେ ଲକ୍ଷ୍ନୌରୁ ଦିଲ୍ଲୀ ଅଭିମୁଖେ ବାହାରିଥିବା ବିମାନର ଜଣେ ଯାତ୍ରୀଙ୍କ ଦ୍ୱାରା ଯୌନ ଉତ୍ପୀଡନର ଶିକାର ହୋଇଥିବା ଜଣେ କର୍ମଚାରୀ ଅଭିଯୋଗ କରିଥିଲେ। ବିମାନବନ୍ଦରର ତିନି ନମ୍ବର ଟର୍ମିନାଲରେ ବିମାନଟି ପହଞ୍ଚିବା କ୍ଷଣି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ବୋଲି ବିସ୍ତାରା ପକ୍ଷରୁ କୁହାଯାଇଛି। କିଛି ମାସ ପୂର୍ବେ ଏୟାର ବିସ୍ତାରା ବିମାନରେ ବଲିଉଡ୍‌ର ଜଣେ ଅଭିନେତ୍ରୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ବିମାନଟି ଦିଲ୍ଲୀରୁ ମୁମ୍ବଇ ଅଭିମୁଖେ ଯାଉଥିବା ବେଳେ ଜଣେ ସହଯାତ୍ରୀ ତାଙ୍କ ସହିତ ଅସଦାଚରଣ କରିଥିବା ଅଭିନେତ୍ରୀ ଜଣକ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ମୁମ୍ବଇ ପୁଲିସ ଏକ ମାମଲା ରୁଜୁ କରିଥିଲା। ବିସ୍ତାରା ପକ୍ଷରୁ ସମ୍ପୃକ୍ତ ଅଭିନେତ୍ରୀଙ୍କୁ କ୍ଷମାପ୍ରାର୍ଥନା ମଧ୍ୟ କରାଯାଇଥିଲା।

Leave A Reply