ଥରେ ଚାର୍ଜ କଲେ ୨୦୦ କିଲୋମିଟର ଯିବ ଏହି ଏୟାର ଟ୍ୟାକ୍ସି, ହେଲିକପ୍ଟର ଭଳି ଉଡିପାରିବ

ନୂଆଦିଲ୍ଲୀ : ଏକ ଭାରତୀୟ କମ୍ପାନୀ ଏୟାର ଟ୍ୟାକ୍ସି ପ୍ରସ୍ତୁତ କରୁଛି । ଏହା ଦେଖି ଆନନ୍ଦ ମହିନ୍ଦ୍ରା ନିଜେ ଏହାର ପ୍ରଶଂସା କରିଛନ୍ତି । ଏହି ଏୟାର ଟ୍ୟାକ୍ସିକୁ ଦ ଇପ୍ଲେନ୍ କମ୍ପାନୀ ଦ୍ବାରା ବିକଶିତ କରାଯାଉଛି, ଯାହା ଆଇଆଇଟି ପ୍ରୟୋଜିତ ଷ୍ଟାର୍ଟଅପ୍ । ସାଇନ୍ସ-ଫିକ୍ସନ ଫିଲ୍ମ ଭଳି ଆକର୍ଷକ ଡିଜାଇନ ବିଶିଷ୍ଟ ଏହି ଇଲେକ୍ଟ୍ରିକ୍ ଏୟାର ଟ୍ୟାକ୍ସିକୁ ଦେଖି ଆନନ୍ଦ ମହିନ୍ଦ୍ରା ଚକିତ ହୋଇଯାଇଛନ୍ତି । ରିପୋର୍ଟ ଅନୁସାରେ ଆଗାମୀ ବର୍ଷ ଏହାର ଅନାବରଣ କରାଯିବ । ଏହି ଟ୍ୟାକ୍ସି ଉପରେ କାମ କରୁଥିବା ସଂସ୍ଥା ହେଉଛି ଆଇଆଇଟି ମାଡ୍ରାସ ।

ଆଇଆଇଟି ମାଡ୍ରାସ ଯୋଗୁଁ ଉଚ୍ଚ ଲକ୍ଷ୍ୟ ବିଶିଷ୍ଟ ଅନେକ ସଂସ୍ଥା ଅସ୍ତିତ୍ବକୁ ଆସୁଛି । ଏହି କାରଣରୁ ଭାରତ ନୂଆ ଇନୋଭେସନକୁ ବିଶ୍ବ ସାମ୍ନାକୁ ଆଣୁଥିବା ଦେଶ ପାଲଟିଯାଇଛି । ଏହି ଏୟାର ଟ୍ୟାକ୍ସିକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି । କିଛି ଲୋକ କୁହନ୍ତି କି ଦେଶରେ ବୁଦ୍ଧିଜୀବୀ ଅଛନ୍ତି କିନ୍ତୁ ସେମାନଙ୍କୁ ପ୍ରୋତ୍ସାହିତ କରିବାର ସୁଯୋଗ ନାହିଁ । କିନ୍ତୁ ଏହି ଆଇଆଇଟି ମାଡ୍ରାସ ଏହାକୁ ଭୁଲ୍ ପ୍ରମାଣିତ କରି ଦେଖାଉଛି ।

ଆନନ୍ଦ ମହିନ୍ଦ୍ରାଙ୍କ ଦ୍ବାରା ସେୟାର କରାଯାଇଥିବା ସୂଚନା ଅନୁସାରେ ଏହି ଉଡୁଥିବା ଟ୍ୟାକ୍ସି ଥରେ ଚାର୍ଜ କଲେ ୨୦୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ । ଏଥିରେ ୨ ଜଣ ଯାତ୍ରା କରିପାରିବ । ଏକ ହେଲିକପ୍ଟର ଭଳି, ଏହି ଟ୍ୟାକ୍ସି ସିଧା ଶୂନ୍ୟରେ ଉଡିପାରିବ ଏବଂ ନିଜ ଯାତ୍ରା ଆରମ୍ଭ କରିପାରିବ । ୫/୫ ମିଟର କ୍ଷେତ୍ରଫଳ ବିଶିଷ୍ଟ ଏହି ଟ୍ୟାକ୍ସି କମ୍ ଦାମରେ ବଜାରରେ ଉପଲବ୍ଧ ହେବ ।

Comments are closed.