ପଦ୍ମ ଧରିଲେ ପୂର୍ବତନ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶଲ(ଅବସରପ୍ରାପ୍ତ) ଆର.କେ.ଏସ. ଭଦୌରିଆ ବିଜେପିରେ ଯୋଗ ଦେଇଛନ୍ତି। ରବିବାର ଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ବିଜେପି ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି। ତାଙ୍କ ସହ ତିରୁପତିର ପୂର୍ବତନ ସାଂସଦ ବରପ୍ରସାଦ ରାଓ ମଧ୍ୟ ଶାସକ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି।

 

Comments are closed.