Patra electronics

ଦେବାଳିଆ ଘୋଷଣା ପାଇଁ ଏନ୍‌ସିଏଲ୍‌ଟିଙ୍କ ନିକଟରେ ଆବେଦନ କଲା ଏୟାରସେଲ

0

ନୂଆଦିଲ୍ଲୀ: ଭାରତର ଷଷ୍ଠ ସର୍ବବୃହତ ଟେଲିମକ୍‌ କମ୍ପାନୀ ଏୟାରସେଲ ଦେବାଳିଆ ଘୋଷଣା ପାଇଁ ଆବେଦଲ କରିଛି । ଏନ୍‌ସିଏଲ୍‌ଟି ବା ଜାତୀୟ କମ୍ପାନୀ ଲ ଟ୍ରାଇବୁନାଲଙ୍କ ନିକଟରେ  କମ୍ପାନୀକୁ  ଦେବାଳିଆ ଘୋଷଣା ପାଇଁ ଆବେଦନ କରିଛି । ଏୟାରସେଲ ଉପରେ ଏବେ ୧୫,୫୦୦ କୋଟି ଟଙ୍କର ଋଣ ରହିଛି ।

ଏୟାରସେଲ୍‌ର ମୂଳ କମ୍ପାନୀ ମାଲେସିଆରେ ଥିବା ଆନନ୍ଦ କ୍ରଷ୍ଣନନଙ୍କ ମାକ୍ସିସ କମ୍ୟୁନିକେସନ୍‌ ଅଧିକ ଅର୍ଥ ବିନିଯୋଗ ପାଇଁ ମନା କରିଦେବା  ପରେ  ଏହି ସ୍ଥିତି ଉପୁଜିଛି । ଗତ ବର୍ଷ ଅନୀଲ ଅମ୍ବାନୀଙ୍କର ରିଲାଏନ୍ସସ ଇନଫୋକମ୍‌ ସହ କମ୍ପାନୀର ମିଶ୍ରଣ ହେବାର ଥିଲା । ମାତ୍ର ଏହା ସଫଳ ହୋଇ ନ ଥିଲା । ୨୦୧୬ ମସିହାକୁ ରିଲାଏନ୍ସସ ଜିଓର ଲଚିଂ ପରେ ଏୟାରସେଲ ଲଗାତାର ଭାବେ କ୍ଷତି ସହୁଛି ।

Leave A Reply