www.samajalive.in
Monday, December 15, 2025
26.1 C
Bhubaneswar

କୋଭାକ୍ସିନ୍‍ ଟିକାର ଶିଶୁମାନଙ୍କ କ୍ଷେତ୍ରରେ କ୍ଲିନିକାଲ୍‍ ଟ୍ରାଏଲ୍‍ ପାଇଁ ଆସନ୍ତାକାଲିଠାରୁ ଆରମ୍ଭ ହେବ ପ୍ରକ୍ରିୟା

କରୋନା ସଂକ୍ରମଣର ସମ୍ଭାବିତ ତୃତୀୟ ଲହରରେ ଶିଶୁମାନେ ଅଧିକ ଆକ୍ରାନ୍ତ ହେବାର ସମ୍ଭାବନା ରହିଥିବାରୁ ଏବଂ ଦେଶରେ ଶିଶୁମାନଙ୍କ ଟିକାକରଣ ନିମନ୍ତେ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତାକାଲିଠାରୁ ନୂଆଦିଲ୍ଲୀ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ – ଏମସ୍‍ ପକ୍ଷରୁ କୋଭାକ୍ସିନ୍‍ ଟିକାର କ୍ଲିନିକାଲ୍‍ ଟ୍ରାଏଲ୍‍ ନିମନ୍ତେ ୬ରୁ ୧୨ ବର୍ଷ ମଧ୍ୟରେ ଶିଶୁମାନଙ୍କୁ ଚୟନ କରାଯିବ। ଏହା ପରେ ଦୁଇ ବର୍ଷରୁ ୬ ବର୍ଷ ମଧ୍ୟରେ ଶିଶୁମାନଙ୍କୁ ଏଥିପାଇଁ ବଛା ଯିବାର ଯୋଜନା ରହିଛି। ଇତିମଧ୍ୟରେ ଏମସ୍‍ ପାଟନା ପକ୍ଷରୁ ଭାରତ ବାୟୋଟେକ୍‍ ଟିକା ଉପଯୁକ୍ତ କି ନୁହେଁ ପରୀକ୍ଷା କରିବା ଲାଗି ଶିଶୁମାନଙ୍କ ଚୟନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି।

ଏହି ବ୍ୟବସ୍ଥାରେ ପ୍ରଥମେ ପିଲାମାନଙ୍କୁ ପରୀକ୍ଷାନିରୀକ୍ଷା କରାଯିବା ପରେ ରିପୋର୍ଟ ମୁତାବକ କରୋନା ପ୍ରତିଷେଧକ ଟିକା ପରୀକ୍ଷଣ କରାଯିବ। ଦେଶରେ ଶିଶୁମାନଙ୍କୁ କ୍ଷେତ୍ରରେ କୋଭିଡ୍‍ ନାଇଣ୍ଟିନ୍‍ ସଂକ୍ରମଣ କେଉଁ ପରିସ୍ଥିତିରେ ଅଛି ଏବଂ ଯଦି ତୃତୀୟ ଲହରରେ ଏହା ଘନିଭୂତ ହୁଏ ତେବେ ଶିଶୁମାନେ କିଭଳି ସଂକ୍ରମିତ ହେବେ ସେ ନେଇ ଏକ ଜାତୀୟ ସ୍ତରୀୟ ବିଶେଷଜ୍ଞ ଗୋଷ୍ଠୀ ଗଠନ କରାଯାଇଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories