www.samajalive.in
Monday, December 8, 2025
27.1 C
Bhubaneswar

ପରମେଶ୍ବରଙ୍କ ନିକଟରେ ଶରଣ ପଶିଲେ ଓ ପରମାତ୍ମାଙ୍କୁ ଧ୍ୟାନ କଲେ ଦୁଃଖ ଲାଘବ ହୁଏ

ଭୁବନେଶ୍ୱର : ପ୍ରତିକୂଳ ପରିସ୍ଥିତି ଦୁଃଖର କାରଣ ବୋଲି ବିଶିଷ୍ଟ ବାନପ୍ରସ୍ଥ ସାଧକ ସ୍ବାମୀ ମୁକ୍ତାନନ୍ଦ ପରିବ୍ରାଜକ ଏବଂ ପ୍ରଖ୍ୟାତ ଆଧ୍ୟାତ୍ମିକ ପ୍ରବଚକ ସ୍ବାମୀ ସୁଧାନନ୍ଦ ସରସ୍ବତୀ ମତପ୍ରକାଶ କରିଛନ୍ତି। ପ୍ରତ୍ୟେକ ମାନବ ଜୀବନରେ ଦୁଃଖ ଥାଏ। ପରମେଶ୍ବରଙ୍କ ନିକଟରେ ଶରଣ ପଶିଲେ ଓ ପରମାତ୍ମାଙ୍କୁ ଧ୍ୟାନ କଲେ ଦୁଃଖ ଲାଘବ ହୁଏ ତଥା ସୁଖ ପ୍ରାପ୍ତି ହୁଏ। ତେବେ ଆନ୍ତରିକ ସୁଖ ଓ ଚିରନ୍ତନ ତୃପ୍ତି ସାଧନ ପାଇଁ ସତ୍ୟର ମାର୍ଗ ଆପଣେଇବାକୁ ପଡ଼ିବ। ବୋଲି ସ୍ବାମୀ ମୁକ୍ତାନନ୍ଦ ଏବଂ ସ୍ବାମୀ ସୁଧାନନ୍ଦ ପ୍ରକାଶ କରିଛନ୍ତି। ବିଶ୍ବ ଓଡ଼ିଆ ସଂଗଠନମାନଙ୍କର ସହଯୋଗରେ ଥିଙ୍କର୍ସ କ୍ଲବ ପକ୍ଷରୁ, ‘ଦୁଃଖରୁ ନିବୃତ୍ତି’ ଶୀର୍ଷକ ବିଷୟବସ୍ତୁ ଉପରେ ଅନୁଷ୍ଠିତ ଅନଲାଇନ୍ ଆଲୋଚନାଚକ୍ରରେ ସମ୍ମାନିତ ବକ୍ତା ଭାବେ ଯୋଗ ଦେଇ ଉଭୟ ସିଦ୍ଧ ପୁରୁଷ ଦୁଃଖର ପରିଭାଷା, କାରଣ, ପ୍ରକାରଭେଦ ଓ ନିରାକରଣ ସଂକ୍ରାନ୍ତରେ ବିସ୍ତୃତ ବାଖ୍ୟା କରିଥିଲେ। ଦୀର୍ଘ ତିନି ଘଣ୍ଟା ଧରି ଚାଲିଥିବା ଏହି ଲାଇଭ ଷ୍ଟ୍ରିମିଂ ଆଧ୍ୟାତ୍ମିକ ଅଧିବେଶନରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଥିଙ୍କର୍ସ କ୍ଲବର ସଭାପତି ବରଦା ଦାସ, କରୋନା ଭଳି କଷ୍ଟ କାଳରେ ସମଗ୍ର ବିଶ୍ବର ଓଡ଼ିଆ ଅଧିବାସୀ ମାନଙ୍କୁ ଜୀବନର ମୂଲ୍ୟବୋଧ ଉପରେ ସଚେତନ କରାଇବା, ଏହି ଆୟୋଜନ ର ମହତ ଉଦ୍ଦେଶ୍ୟ ବୋଲି ଦର୍ଶାଇଥିଲେ। ବିଶ୍ବ ଓଡ଼ିଶା ସମାଜର ଅଧକ୍ଷ କିଶୋର ଦ୍ବିବେଦୀ ଭିଡିଓ କନରେନସିଂ ଜରିଆରେ ଏହି ବୈଠକରେ ସ୍ବାଗତ ଭାଷଣ ପ୍ରଦାନ କରି କହିଥିଲେ ଯେ ଦୁଃଖର ଆକାର, ପ୍ରକାର, ଉତ୍ପତ୍ତି ଏବଂ ନିବୃତ୍ତି ନେଇ ଜନମାନସରେ ରହିଥିବା ଦ୍ଵନ୍ଦ ଉପରେ ଆଲୋକପାତ କରିଥିଲେ। ୱେବ୍ ବିଚରଗୋଷ୍ଠୀକୁ ଶୁଭାରମ୍ଭ କରି ଗୁଜୁରାଟର ରୋଜଡ ଆଶ୍ରମରୁ ସ୍ବାମୀ ମୁକ୍ତାନନ୍ଦ, ଶାରୀରିକ, ମାନସିକ,ଭୌତିକ ଏବଂ ଦୈବିକ ଆଦି ବିଭିନ୍ନ ପ୍ରକାରର ଦୁଃଖ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ସତ୍ୟ , ଧର୍ମ ଓ ନ୍ୟାୟ ମାର୍ଗରେ ଗତି କରି ଈଶ୍ବର ପ୍ରାପ୍ତି କଲେ ଆନ୍ତରିକ ସୁଖ ଓ ଚିରନ୍ତନ ତୃପ୍ତି ସାଧନ ହୁଏ ବୋଲି ସ୍ବାମୀ ସୂଚାଇଥିଲେ। ଦୁଃଖରୁ ମୁକ୍ତି ଲାଭ କରିବା ପାଇଁ ସୁସ୍ଥ ଶରୀର, ସୂକ୍ଷ୍ମ ବୁଦ୍ଧି, ପବିତ୍ର ମନ, ସମ୍ପନ୍ନ ହେବା ସହିତ ଆତ୍ମଜ୍ଞାନକୁ ଭଦ୍ରେକ କରିବାକୁ ମୁକ୍ତାନନ୍ଦ ପରିବ୍ରାଜକ ପରାମର୍ଶ ଦେଇଥିଲେ।

 

- Advertisement -

ସମୀକ୍ଷକ ପ୍ରସିଦ୍ଧ ସାହିତ୍ୟିକ ଐଶ୍ୱର୍ୟ୍ୟା ବିଶ୍ବାଳ, ଅତ୍ୟଧିକ ଲୋଭ ଯୋଗୁଁ ମଣିଷ ଭୁଲ କରେ ଓ ଦୁଃଖ ପାଏ ବୋଲି ଉଲ୍ଲେଖଥିଲେ। ୱେବିନାର୍ ରେ ଉଦବୋଧନ ଦେଇ ସୃତିନ୍ୟାସ ର ସଂସ୍ଥାପକ ସ୍ବାମୀ ସୁଧାନନ୍ଦ ସରସ୍ବତୀ ଅନୁକୂଳ ଓ ପ୍ରତିକୂଳ ପରିସ୍ଥିତି ଯଥାକ୍ରମେ ସୁଖ ଓ ଦୁଃଖ ଦାୟକ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ। ଦୁଃଖ ଓ ସୁଖ ଚୀର ନୁହନ୍ତି ତଥା ମିଥ୍ୟାଜ୍ଞାନ କାରଣରୁ ଆଧ୍ୟାତ୍ମିକ ଦୁଃଖ ପ୍ରାପ୍ତ ହୁଏ ବୋଲି ଶ୍ରୀ ସରସ୍ବତୀ ଅବତାରଣା କରିଥିଲେ। ଶାରୀରିକ ସାମର୍ଥ୍ୟ, ଆର୍ଥିକ ସମ୍ବଳ, ବୌଦ୍ଧିକ ସରଞ୍ଜାମ ଓ ସାମାଜିକ ସଂହତି ସହିତ ଦୁଃଖ କୁ ସାମ୍ନା କରିବାକୁ ସ୍ୱାମୀଜୀ ଉପଦେଶ ଦେଇଥିଲେ।
ମାନସ ମନ୍ଥନ ଆଲୋଚନା ରେ ବାହାରିନ ଓଡ଼ିଆ ସମାଜର ସଭାପତି ଦୀନେଶ ମହାନ୍ତି, ନେଦରଲାଣ୍ଡ ଓଡ଼ିଶା ସମାଜର ସଭାପତି ଶାଶ୍ବତ ପାଢ଼ୀ, ଆମ୍ବେଦକର ପ୍ରତିଷ୍ଠାନର ନିର୍ଦେଶକ ଦେବେନ୍ଦ୍ର ମାଝି, କଳିଙ୍ଗ ଭାରତୀ ପ୍ରତିଷ୍ଠାନର ପ୍ରତିଷ୍ଠାତା ଅକ୍ଷୟ ସାମଲ, ବିଜୟନୀ ଫାଉଣ୍ଡେସନର ଅଧକ୍ଷ ରୀତା ପାତ୍ର, ଏନ୍.ଜି.ଓ ଫେଡେରେସନର ସମ୍ପାଦକ ଡ.ରବୀନ୍ଦ୍ର ନାରାୟଣ ବେହେରା, ବରିଷ୍ଠ ସାମ୍ବାଦିକ ବିନାୟକ ଦାସ, କୋଲକତାରୁ ଉତ୍କଳ ଶିକ୍ଷା ସଂସଦର ଉପସଭାପତି ପୀତାମ୍ବର ବାରିକ, ବିକାଶ ଫାଉଣ୍ଡେସନର ପ୍ରତିଷ୍ଠାତା କୃପାନିଧି ବିଶ୍ଵାଳ, କୋଚିନ ନାଭାଲ ବେସରୁ ସାଧୁଚରଣ ସାହୁ, ସୁପ୍ରସିଦ୍ଧ ସଂସ୍କୃତିବିତ୍ କସ୍ତୁରିକା ପଟ୍ଟନାୟକ, ପଦ୍ମପୁର ରୁ ପ୍ରମୋଦ ପଣ୍ଡା, ବ୍ରଜ ଶର୍ମା ଏବଂ ଅବନିକାନ୍ତ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଶେଷରେ ନୂଆଦିଲ୍ଲୀସ୍ଥିତ ମହକାଂକ୍ଷା ପ୍ରତିଷ୍ଠାନର ସଂସ୍ଥାପକ ପୁଷ୍ପାଞ୍ଜଳୀ ବାରିକ ଏକ ମର୍ମସ୍ପର୍ଶୀ ଭଜନ ପରିବେଷଣ କରି ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ।
ଓଡ଼ିଶା ସମାଜ ୟୁଏଇର ମିଡ଼ିଆ ସଂଯୋଜକ ସୁଧାଶ୍ରୀ ଦାଶ ଦୁବାଇ ରୁ ସମଗ୍ର କାର୍ୟ୍ୟକ୍ରମ ବେଶ୍ ସୁଚାରୁ ରୂପେ ସଞ୍ଚାଳନ ଓ ଖୁବ ଦକ୍ଷତା ର ସହ ଉପସ୍ଥାପନ କରିଥିଲେ। ଟରୋଣ୍ଟୋରୁ କାନାଡା ଦକ୍ଷିଣ ଏସୀୟ ସାଂସ୍କୃତିକ ଓ ବିକାଶ କେନ୍ଦ୍ରର ଅଧ୍ୟକ୍ଷ ଡ. ସୁନନ୍ଦା ମିଶ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରି ଥିଙ୍କର୍ସ କ୍ଲବ ଓ ବିଶ୍ବଭରି ଓଡ଼ିଆ ସଂଗଠନ ମାନଙ୍କର ଏଭଳି ସାଧୁ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ।
ଡିଜିଟାଲ ନିୟନ୍ତ୍ରଣ କକ୍ଷକୁ ନନ୍ଦନ ଦ୍ବିବେଦୀ ଏବଂ ବିଭୂଦତ୍ତ ମହାନ୍ତି ସଫଳତାର ସହିତ ପରିଚାଳନା କରିଥିଲେ।ଏହି ଆଧ୍ୟାତ୍ମିକ ବିଚାର ଗୋଷ୍ଠୀରେ ସାମାଜିକ ଗଣମାଧ୍ୟମ ଗୁଡିକ ଜରିଆରେ ସମଗ୍ର ବିଶ୍ବରୁ ସହସ୍ରାଧିକ ଦର୍ଶକ ସାମିଲ ହୋଇଥିବା ଦେଖାଯାଇଥିଲା।
ଭର୍ଚୁଆଲ ସଭାରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ଦୀପ୍ତି ରଂଜନ ନନ୍ଦ, ପ୍ରିତୀଶ ଦାଶ, ଡଃ ଆଦ୍ରିଶ ବ୍ରହ୍ମଦତ୍ତ, କମଳ ପଣ୍ଡା, ମନୋରଞ୍ଜନ ପାଣିଗ୍ରାହୀ, ମନୋଜ ନାୟକ, ଅଜୟ ମିଶ୍ର, ଭବାନୀ ଦୀକ୍ଷିତ, ଡଃ ସୁରେଶ ଚନ୍ଦ୍ର ପଣ୍ଡା, ଡଃ କିଶୋର ମହାନ୍ତି, ଭରତ ମିଶ୍ର, ରମେଶ ସାହୁ, ପୂର୍ଣ୍ଣ ପଟ୍ଟନାୟକ, ମମତା ପ୍ରଧାନ, ସୁବାସ ପାଣିଗ୍ରାହୀ, ପି.କେ.ସାହୁ, ଅଶୋକ ପଟ୍ଟନାୟକ, ସୁଧାକର ବେହେରା, ସଞ୍ଜୟ ରାଉଳ, ଗାୟତ୍ରୀ ମିଶ୍ର, ଅହଲ୍ୟା ବାରିକ, ରମାକାନ୍ତ ମହାପାତ୍ର, ଅଶୋକ କୁମାର ପଣ୍ଡା, ପ୍ରଭାତ ରଂଜନ ଗିରି, କିଶୋର ସିହ୍ନା, ହୃଷୀକେଶ ପାତ୍ର ଏବଂ ରିତମ୍ଭରା ବାନାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories