ଅଲ ଇଣ୍ଡିଆ ଡିଏସ୍‌‌ଓ ପକ୍ଷରୁ ଜାତୀୟ ଶିକ୍ଷାନୀତି ବାତିଲ ଦାବି

ବଲାଙ୍ଗିର: ଜାତୀୟ ଶିକ୍ଷାନୀତି ବାତିଲ ଦାବି ଉଠିଛି। ଏହାକୁ ଶିକ୍ଷା ଧ୍ୱଂସକାରୀ ଦର୍ଶାଇ ବାତିଲ ପାଇଁ ଦେଶବ୍ୟାପୀ ୧କୋଟି ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ସଂଗୃହିତ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ପ୍ରଦାନ କରାଯିବ। ତେଣୁ ମଙ୍ଗଳବାର ବଲାଙ୍ଗିର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଲ୍‌‌ ଇଣ୍ଡିଆ ଡିଏସ୍‌‌ଓ ବଲାଙ୍ଗିର ଜିଲା କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଶିକ୍ଷାନୀତି ଦ୍ୱାରା ଶିକ୍ଷାର ମୂଳ ଉଦ୍ଦେଶ୍ୟ ତଥା ପ୍ରକୃତ ନିର୍ଯ୍ୟାସ ନଷ୍ଟ କରି ବିଶ୍ୱ ବଜାରରେ ଶିକ୍ଷାକୁ ଏକ ଲାଭଦାୟକ ପଣ୍ୟରେ ପରିଣତ କରିବ, ଇସିସିଇ ବିଦ୍ୟାଳୟ କଂପ୍ଲେକ୍ସ ନାଁରେ ସରକାରୀ ବିଦ୍ୟାଳୟ ବନ୍ଦ କରିବା, ବ୍ଲେଣ୍ଡେଡ୍‌‌ ପଦ୍ଧତିରେ ଶିକ୍ଷା ଦେବା, ୪ ବର୍ଷିଆ ଡିଗ୍ରୀ କୋର୍ସ ପ୍ରଚଳନ, ଧନ୍ଦାମୂଖି କରିବା, ଅଯୌକ୍ତିକ ଭାଷନୀତି, ନବମ ଶ୍ରେଣୀରୁ ସେମିଷ୍ଟାର, ଏକାଧିକ ପ୍ରବେଶ ଓ ପ୍ରସ୍ଥାନ, ଏକାଡେମିକ ବ୍ୟାଙ୍କ ଅଫ୍‌‌ କ୍ରେଡିଟ୍‌‌, ଏମ୍‌‌ଫିଲ୍ ଉଠାଇ ଦେବା, ୪ ବର୍ଷିଆ ଡିଗ୍ରୀ କୋର୍ସ ପରେ ପିଏଚ୍‌‌ଡି, ରାଷ୍ଟ୍ରୀୟ ଗବେଷଣା ଅନୁଷ୍ଠାନ ପ୍ରଭୃତି ଦ୍ୱାରା ସାମଗ୍ରୀକ ଶିକ୍ଷା ବ୍ୟବସ୍ଥା ଧ୍ୱଂସ ହେବ। ତେଣୁ ଏହାକୁ ବାତିଲ କରିବା ପାଇଁ ଶିକ୍ଷା ପ୍ରେମୀ ଆଗେଇ ଆସନ୍ତୁ ବୋଲି ବକ୍ତାମାନେ କହିଥିଲେ। ଏହି ପ୍ରତିବାଦ ସଭାରେ ଏଆଇଡିଏସ୍‌‌ଓ ଜିଲା ସଂପାଦକ ମଧୁସୂଦନ ବାଗ, ରାଜ୍ୟ ଉପସଭାପତି ସୁନିଲ ଭୋଇ, ଗୋସେବ୍‌‌ ବାଗ, ତାମସ ବେହେରା, ଗୌରୀ ରାଉତ, ସିଦ୍ଧାନ୍ତ ମହାକୁର, ଅହଲ୍ୟା ସାହୁ, ତ୍ରିଲୋଚନ ସାହୁ, ଗୀତା ଷାଣ୍ଢ ପ୍ରମୁଖ ସାମିଲ ଥିଲେ।

kalyan agarbati

Comments are closed.