କୃତ୍ରିମ ବୁଦ୍ଧିମତା ଯୋଗୁଁ ଭବିଷ୍ୟତରେ ସୃଷ୍ଟି ହୋଇପାରେ ସମସ୍ୟା

ନୂଆଦିଲ୍ଲୀ : ବ୍ୟାଙ୍କିଂ କ୍ଷେତ୍ର ଏବଂ ଏଥିରେ ଜଡିତ ଲୋକଙ୍କୁ କୃତ୍ରିମ ବୁଦ୍ଧିମତା ଯୋଗୁଁ ଭବିଷ୍ୟତରେ ସମସ୍ୟା ସୃଷ୍ଟି ହୋଇପାରେ । ଏଥିପାଇଁ ଏସମ୍ପର୍କିତ ନିୟମ, ସାଇବର ସମସ୍ୟା ଏବଂ ଏହାର ସମାଧାନ ଦିଗ ପ୍ରତି ସମସ୍ତେ ସଚେତନ ରହିବା ଆବଶ୍ୟକ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ରବି ଶଙ୍କର ସୂଚନା ଦେଇଛନ୍ତି । ସେ କହିଛନ୍ତି କି କୃତ୍ରିମ ବୁଦ୍ଧିମତାକୁ ଆପଣାଇବା ସହିତ ଏ ଦିଗ ପ୍ରତି ମଧ୍ୟ ସମସ୍ତେ ଧ୍ୟାନ ଦେବା ଉଚିତ ।

prayash

ଉଦ୍ୟେଗକୁ ଏହା ଧ୍ୟାନ ଦେବା ଉଚିତ କି ଡିଜିଟାଲ ବ୍ୟକ୍ତିଗତ ଡାଟା ସଂରକ୍ଷଣ(ଡିପିଡିପି) ଅଧିନିୟମର ନିୟମ ଖୁବ ଶୀଘ୍ର ଆସିବ । ଏବଂ ହୋଇପାରେ କି ବ୍ୟାଙ୍କ ଏଥିରେ କିଛି ଉଲ୍ଲଙ୍ଘନ କରିପାରେ । ଏଥିପାଇଁ ପୂର୍ବ ପ୍ରସ୍ତୁତି ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି । ମୁମ୍ବାଇର ଭାରତୀୟ ବ୍ୟାଙ୍କ ସଙ୍ଘ ଦ୍ବାରା ଆୟୋଜିତ ୧୯ ତମ ବାର୍ଷିକ ବ୍ୟାଙ୍କିଂ ପ୍ରଦ୍ୟେଗିକୀ ସମ୍ମିଳନୀରେ ରବି  ଶଙ୍କର କହିଛନ୍ତି କି ବ୍ୟାଙ୍କର ଗ୍ରାହକ ସୁବିଧା ସମ୍ପର୍କରେ ଚିନ୍ତା କରିବା ଏବଂ ଏହି ଅନୁସାରେ ସେବା ପ୍ରଦାନ କରିବା ଆବଶ୍ୟକ ।

ରବି ଶଙ୍କର କହିଛନ୍ତି କି ଯେବେ ନିୟମ ପ୍ରସ୍ତୁତ ହୁଏ ସେବେ ଗ୍ରାହକଙ୍କ ପାଇଁ ଏହା କିଭଳି ସୁବିଧାଜନକ ହୋଇପାରିବ ସେ ସମ୍ପର୍କରେ ଚିନ୍ତା କରିବା ଜରୁରି ଏବଂ ଏଥିରେ ଲଗାତର ସୁଧାର କରିବା ଉଚିତ । ଶଙ୍କର କହିଛନ୍ତି କି ପ୍ରତି ନୂଆ ପ୍ରଯୁକ୍ତିବିଦ୍ଯା କିଛି ଚାକିରି ସମାପ୍ତ କରିଛି । କିନ୍ତୁ ନୂଆ ନିଯୁକ୍ତି ମଧ୍ୟ ସୃଷ୍ଟି ହେଉଛି । ତେଣୁ ସମସ୍ତଙ୍କୁ ଏଥିପାଇଁ ପ୍ରଶିକ୍ଷିତ କରିବା ଆବଶ୍ୟକ ।

Comments are closed.