www.samajalive.in
Monday, December 15, 2025
14.1 C
Bhubaneswar

ଖୋର୍ଦ୍ଧା ଓ କଟକ ଜିଲାରେ ‘ଅହିଂସା ରଥ’ ପରିକ୍ରମା

ଭୁବନେଶ୍ୱର: ସ୍ୱାଧୀନତାର ଉଚ୍ଛ୍ୱାସର ଅନୁଭବ ନିମନ୍ତେ ରାଜ୍ୟରେ ମହାତ୍ମା ଗାନ୍ଧୀଙ୍କ ବିଚାର ତଥା ଭାବନାକୁ ସମୃଦ୍ଧ କରିବା ଉଦ୍ଦେଶ୍ୟରେ ସମସ୍ତ ଜିଲ୍ଲା ପରିକ୍ରମା କରୁଥିବା ଅହିଂସା ରଥ ଆଜି ଦ୍ୱିତୀୟ ଦିବସରେ କଟକ ଏବଂ ଖୋର୍ଦ୍ଧା ଜିଲ୍ଲା ପରିକ୍ରମା କରିଛି । ବୀରପୁତ୍ରମାନଙ୍କର ତ୍ୟାଗ ଓ ଆତ୍ମୋତ୍ସର୍ଗର ବାର୍ତ୍ତା ବହନ କରି ଅହିଂସା ରଥ ଲୋକମାନଙ୍କ ମଧ୍ୟରେ ପୁନଃଜାଗୃତି କରିଛି ଦେଶାତ୍ମବୋଧ ଭାବନା ଏବଂ ସଂପ୍ରୀତି। ଅହିଂସା ରଥ ନିର୍ଦ୍ଧାରିତ ସମୟରେ ଜଟଣୀରୁ ଥାନାରୁ ବାହାରି ଜଟଣୀ ବ୍ଲକ ଅଂଚଳ ପରିକ୍ରମା କରିଥିଲା। ସକାଳେ ବେଣାପଞ୍ଜରୀ ଉଚ୍ଚ ବିଦ୍ୟାଳୟଠାରେ ଅହିଂସା ରଥ ପହଞ୍ଚିବାପରେ ସେଠାରେ ପଂଚାୟତ ସମିତି ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସଂକୀର୍ତ୍ତନ, ପାଇକଆଖଡ଼ା, ବୀର ବାଦ୍ୟ, ଅଙ୍ଗନବାଡି, ଆଶା, ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଛାତ୍ରଛାତ୍ରୀମାନେ ବହୁସଂଖ୍ୟାରେ ଯୋଗଦେଇ ଅହିଂସା ରଥକୁ ସ୍ୱାଗତ କରିଥିଲେ। ବେଣାପଞ୍ଜରୀ ଉଚ୍ଚ ବିଦ୍ୟାଳୟଠାରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ପଂଚାୟତ ସମିତି ଅଧ୍ୟକ୍ଷା ଜୟନ୍ତୀ ଛୋଟରାୟ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସରୋଜ କୁମାର ରାଉତ, ପ୍ରଧାନ ଶିକ୍ଷୟିତ୍ରୀ ସୁକାନ୍ତି ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ। ଅହିଂସା ରଥକୁ ସ୍ୱାଗତ ପରିପ୍ରେକ୍ଷୀରେ ବିଦ୍ୟାଳୟ ତରଫରୁ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏଠାରେ ନିକଟସ୍ଥ ସରସ୍ୱତୀ ଶିଶୁ ମନ୍ଦିର ସମେତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରିଥିଲେ।

ସେହିପରି ଜଟଣୀ ବ୍ଲକର ତରାବୋଇ ଗ୍ରାମ ପଂଚାୟତ ତରଫରୁ ଅହିଂସା ରଥକୁ ସ୍ୱାଗତ କରାଯିବା ସହିତ ସ୍ଥାନୀୟ ଶକୁନ୍ତଳା ଉଚ୍ଚ ବିଦ୍ୟାଳୟଠାରେ ସଭା ଓ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପଠାଣି ରାଉତଙ୍କ ତତ୍ତ୍ୱାବଧାନରେ ଅହିଂସା ରଥ ବାଲିଅନ୍ତା ନିକଟସ୍ଥ ନିକୁଞ୍ଜ ବିହାରୀ ମନ୍ଦିରଠାରେ ବାଲିଅନ୍ତା ଗୋଷ୍ଠୀ ଉନ୍ନୟନ ଅଧିକାରୀ ନାରାୟଣ ଚନ୍ଦ୍ର ନାୟକ, ତହସିଲଦାର ସରୋଜ କୁମାର ପଣ୍ଡା ପ୍ରମୁଖ ରଥକୁ ସ୍ୱାଗତ ଜଣାଇ ଥିଲେ। ବର୍ଷା ସତ୍ତ୍ବେ ଅହିଂସା ରଥକୁ ସ୍ୱାଗତ କରିବା ପାଇଁ ଏଠାରେ ବହୁ ଜନସମାଗମ ହୋଇଥିଲା ସଂକୀର୍ତ୍ତନ, ଘୋଡାନାଚ, ଲଉଡ଼ିନୃତ୍ୟ, ଘଣ୍ଟ ବାଦ୍ୟର ତାଳେ ତାଳେ ଅହିଂସା ରଥକୁ ସ୍ୱାଗତ କରା ଯାଇଥିଲା। ଗାନ୍ଧୀ ପଦଯାତ୍ରା କରିଥିବା ବାଲିଅନ୍ତା ନିକୁଞ୍ଜ ବିହାରୀ ମନ୍ଦିରଠାରୁ ପବିତ୍ର ମାଟି ଓ କୁଆଖାଇ ନଦୀରୁ ଜଳ ସଂଗ୍ରହ କରାଯାଇଛି। ସଂସ୍କୃତି ବିଭାଗ ତରଫରୁ ମଧ୍ୟ ସାଂସ୍କୃତିକ ଦଳ ଦେଶାତ୍ମବୋଧକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହାପରେ ଅହିଂସା ରଥ ଟଙ୍କପାଣି ସେତୁ ପାଶ୍ୱର୍ରେ ଥିବା ଦାଣ୍ଡି ଯାତ୍ରା ର ସ୍ମାରକୀ ବହନ କରୁଥିବା ପ୍ରତିମୂର୍ତ୍ତି ସ୍ଥଳରେ ପହଞ୍ଚିଥିଲା। ପଥରେ ଭୁବନପୁର ପ୍ରାଥମିକ ସ୍କୁଲ, ବଇଁଚୁଆ ପଞ୍ଚାୟତ ହାଇସ୍କୁଲ ଏବଂ ହୀରାପୁର ଠାରେ ଜନସାଧାରଣ ସ୍ୱାଗତ ଜଣାଇଥିଲେ ।

- Advertisement -

ଟଙ୍କପାଣି ସେତୁଠାରେ ବ୍ଲକ ପ୍ରଶାସନ, ସତ୍ୟଭାମାପୁର ନୋଡାଲ ହାଇସ୍କୁଲର ଛାତ୍ରଛାତ୍ରୀ, ପଂଚାୟତ ସମିତି ଅଧ୍ୟକ୍ଷା ବାସନ୍ତୀ ଖଟୁଆ, ବିଡ଼ିଓ, ତହସିଲଦାର ଓ ବ୍ଲକର କର୍ମଚାରୀମାନେ ଉପସ୍ଥିତ ଥିଲେ। ଏଠାରୁ ଶୋଭାଯାତ୍ରାରେ ବାହାରି ଅହିଂସା ରଥ ବାଳକାଟୀସ୍ଥିତ ପ୍ରତାପ ଶାସନ ହାଇସ୍କୁଲ ଗସ୍ତ କରିଥିଲା। ଏହି ଅବସରରେ ଅହିଂସା ରଥ ବାଳକାଟୀ ବଜାର ବୁଲି ଅହିଂସାର ବାର୍ତ୍ତା ପ୍ରଚାର କରିଥିଲା। ଏକ ଶୋଭାଯାତ୍ରାରେ ବହୁସଂଖ୍ୟାରେ ଛାତ୍ରଛାତ୍ରୀ, ସମାଜସେବୀ ଓ ସ୍ଥାନୀୟ ଜନସାଧାରଣ ସାମିଲ ହୋଇଥିଲେ। ପାରମ୍ପରିକ ନୃତ୍ୟ, ବାଦ୍ୟ ସହ ବିପୁଳ ଜନସମର୍ଥନ ମଧ୍ୟରେ ଅହିଂସା ରଥ ବାଳକାଟି ବଜାର ପରିକ୍ରମା କରିଥିଲା।
ଚିଲିକା ଓ ଟାଙ୍ଗି ବ୍ଲକରେ ଆଜି ପରିକ୍ରମା କରିଛି ଅହିଂସା ରଥ। ପ୍ରଥମେ ବାଣପୁର ବ୍ଲକ ପ୍ରଶାସନ ପକ୍ଷରୁ ଚିଲିକା ବ୍ଲକକୁ ଅହିଂସା ରଥ ହସ୍ତାନ୍ତର କରାଯିବା ପରେ ବ୍ଲକ ପରିସର ମଧ୍ୟରେ ଏହାକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହାପରେ ଅହିଂସା ରଥ ହରିପୁରସ୍ଥିତ ଲକ୍ଷ୍ମୀଧର ସରକାରୀ ଉଚ୍ଚ ବିଦ୍ୟାଳୟକୁ ନିଆଯାଇଥିଲା। ଏଠାରେ ସ୍ୱାଗତ କରାଯିବା ସହ ଭିଡ଼ିଓ ମାଧ୍ୟମରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ ସହିଦ ଲକ୍ଷଣ ନାୟକଙ୍କ ଉପରେ ଆଧାରିତ ଫିଲ୍ମ ପ୍ରଦର୍ଶନ କରାଯାଇଥିଲା। ଏହାପରେ ଚିଲିକା ବ୍ଲକର ହାଟବରଡି, ସୋରଣ ଗ୍ରାମପଞ୍ଚାୟତ ଓ କାଳୁପଡାଘାଟଠାରେ ମଧ୍ୟ ସ୍ୱାଗତ କରାଯାଇଥିଲା। ଏହାପରେ ରଥକୁ ଟାଙ୍ଗି ବ୍ଲକ କାର୍ଯ୍ୟାଳୟ ପରିସର ଓ ବଳରାମଦେବ ବିଦ୍ୟାପୀଠରେ ମଧ୍ୟ ବିପୁଳ ସମ୍ବର୍ଦ୍ଧନା କାରଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଚିଲିକା ବିଡିଓ ଶ୍ରୀ ଜଗଦୀଶ ଷଢଙ୍ଗୀ, ତହସିଲଦାର ପ୍ରଦୀପ କୁମାର ସାହୁ, ଟାଙ୍ଗି ବିଡିଓ ସୁଶ୍ରୀ ଐଶ୍ୱର୍ଯ୍ୟା ସାମନ୍ତରାୟ, ଟାଙ୍ଗି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରିସ୍ମା ମାନଧ୍ୟାତା, ସିଡିପିଓ, ସଂପୃକ୍ତ ଥାନାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରତ୍ୟେକ ସ୍ଥାନରେ ହାତରେ ତ୍ରିରଙ୍ଗା ପତାକା ଧରି ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଦେଶାତ୍ମବୋଧକ ସଂଗୀତ ତାଳରେ ନୃତ୍ୟ ପରିବେଷଣ କରିଥିଲେ। ଏଥିରେ ବୁଦ୍ଧିଜିବୀ, ଶିକ୍ଷକଶିକ୍ଷୟିତ୍ରୀ, ଅଭିଭାବକ, ଆଶା, ଅଙ୍ଗନାଡି କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ। ଆଜି କଟକ ଜିଲା ଆଠଗଡ଼ ଏବଂ ତିଗିରିଆ ବ୍ଲକ୍‌ରେ ଅହିଂସା ରଥ ପରିକ୍ରମା ସଂପନ୍ନ ହୋଇଛି । ମାନ୍ୟବର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଈଁ, ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ, ତହସିଲଦାର ପ୍ରିୟବ୍ରତ ଦାସ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଧବଳେଶ୍ୱରଠାରେ ଅହିଂସା ରଥକୁ ସ୍ୱାଗତ କରିଥିଲେ । ଆଠଗଡ଼ ମହୋତ୍ସବ ପଡ଼ିଆଠାରେ ଆୟୋଜିତ ସଭାରେ ହଜାର ହଜାର ଜନସାଧାରଣ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଛାତ୍ରଛାତ୍ରୀ ମାନେ ଯାଗଦେଇଥିଲେ।

ଏହାପରେ ସାଲେପୁର ବ୍ଲକଠାରେ ବ୍ଲକ ଅଧ୍ୟକ୍ଷ ରାମଚନ୍ଦ୍ର ଭୋଇ, ଉପାଧ୍ୟକ୍ଷ ପୁଷ୍ପଲତା ବିଶ୍ୱାଳଙ୍କ ସମେତ ସ୍ଥାନୀୟ ଜନତା ଓ ଛାତ୍ରଛାତ୍ରୀ ରଥକୁ ସ୍ୱାଗତ କରିଥିଲେ। ରଥ ସାଲେପୁର ବ୍ଲକ୍‌ ଅନ୍ତର୍ଗତ ଗୁଜାରପୁର, ମୁତାରିଫା, ଚମ୍ପତି, ପଶ୍ଚିମ ଛକ, ତି୍ରଲୋଚନପୁର, ବିବେକାନନ୍ଦ ବିଦ୍ୟାପୀଠ, ବହୁଗ୍ରାମ, ସାଲେପୁର ବ୍ଲକ୍‌ କାର୍ଯ୍ୟାଳୟ, ସାଲେପୁର ଉଚ୍ଚ ବିଦ୍ୟାଳୟ, ବିଶ୍ୱନାଥ ପ୍ରାଥମିକ ବିଦ୍ୟାଳୟ, ବୋଦାମୁଣ୍ଡାଇ, ମନହରପୁର, ବଣହରା ଉଚ୍ଚବିଦ୍ୟାଳୟ ପ୍ରଭୃତି ସ୍ଥାନରେ ପରିକ୍ରମା ସହ ସେଠାରେ ଭିଡ଼ିଓ ସୋ ପ୍ରଦର୍ଶିତ ହୋଇଥିଲା। ସେହିପରି ମାହାଙ୍ଗା ବ୍ଲକ୍‌ଠାରେ ଅହିଂସା ରଥକୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ମାହାଙ୍ଗା ବ୍ଲକ୍‌ ଅନ୍ତର୍ଗତ ଓସ୍ତମୂଳ, ରାଣୀଗୋଡ଼ା ଉଚ୍ଚ ବିଦ୍ୟାଳୟ, ଜବାହରଲାଲ ନେହେରୁ କଲେଜ, ପର୍ଶୁଲୁଣ୍ଡା ପ୍ରାଥମିକ ବିଦ୍ୟାଳୟ, କୁଆପାଳ ଆଦି ସ୍ଥାନରେ ରଥ ପରିକ୍ରମା କରି ଅହିଂସାର ବାର୍ତ୍ତା ପ୍ରଚାର କରିଥିଲା ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories