www.samajalive.in
Sunday, December 14, 2025
19.1 C
Bhubaneswar

ସମ୍ବଲପୁର ଓ ବୌଦ୍ଧ ଜିଲାରେ ‘ଅହିଂସା ରଥ’କୁ ଭବ୍ୟ ସ୍ୱାଗତ-ସମ୍ବର୍ଦ୍ଧନା

ଭୁବନେଶ୍ୱର: ସ୍ୱାଧୀନତାର ସନ୍ଦେଶ ତଥା ମହାତ୍ମା ଗାନ୍ଧୀଙ୍କ ସତ୍ୟ, ଶାନ୍ତି ଓ ଅହିଂସା ମହାମନ୍ତ୍ରରେ ରାଜ୍ୟବାସୀଙ୍କୁ ଉଦ୍‌ବୁଦ୍ଧ କରିବା ଉଦ୍ଦେଶ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରାୟୋଜିତ ‘ଅହିଂସା ରଥ’ ଆଜି ସମ୍ବଲପୁର ଓ ବୌଦ୍ଧ ଜିଲାର ବିଭିନ୍ନ ସ୍ଥାନ ପରିକ୍ରମା କରିଛି ।
ଦ୍ୱିତୀୟ ଦିବସରେ ଅହିଂସା ରଥ ଦୁଇଟି ବୌଦ୍ଧ ପଂଚାୟତ ସମିତି କାର୍ଯ୍ୟାଳୟରୁ ବାହାରି ମନମୁଣ୍ଡା, ୫-‘ଟି’ ବିଦ୍ୟାଳୟ, ମିଳିତ ଗ୍ରାମ ପଂଚାୟତ ଉଚ୍ଚ ବିଦ୍ୟାଳୟ, ପଳସାଗୋରା, କଣ୍ଟାମାଲ ପଂଚାୟତ ସମିତି କାର୍ଯ୍ୟାଳୟ ପରିସର, ସମଲେଶ୍ୱରୀ ଉଚ୍ଚ ବିଦ୍ୟାଳୟ, ଘଣ୍ଟାପଡା, ଉଚ୍ଚ ବିଦ୍ୟାଳୟ, ଆମ୍ବଗାଁ ଏବଂ ଆଦିବାସୀ ଉଚ୍ଚ ବିଦ୍ୟାଳୟ ନୂଆପାଲି ଅଭିମୁଖେ ଯାତ୍ରା କରିଥିଲା। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଆନୁଯାୟୀ ଉକ୍ତ ସ୍ଥାନଗୁଡିକରେ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଓ ଅଧ୍ୟକ୍ଷ ଜିଲ୍ଲାପରିଷଦ ମଧ୍ୟ ଯୋଗଦାନ ପୂର୍ବକ ସାଦର ସ୍ୱାଗତ ସହ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ, ମହାବିଦ୍ୟାଳୟ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ପଞ୍ଚାୟତିରାଜ ଅନୁଷ୍ଠାନ, ସେ୍ୱଚ୍ଛାସେବୀ ଅନୁଷ୍ଠାନଗୁଡିକ, ସାମାଜିକ ଅନୁଷ୍ଠାନ, ଜନପ୍ରତିନିଧି, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, ବିଡ଼ିଓ କଣ୍ଟାମାଲ କଳାକୃଷ୍ଣ ପ୍ରଧାନ, ଏବିଡ଼ିଓ, ବ୍ଲକ ଚେୟାରମେନ ସସ୍ମିତା ସେନାପତି, ଜିଲ୍ଲା ପରିଷଦ ସଭ୍ୟା ପଦ୍ମାଲୟା ପ୍ରଧାନ, ବ୍ଲକ ଉପାଧକ୍ଷ ମହିନ୍ଦ୍ର ରଣା, ସିଡିପିଓ ଜୋସ୍ନାରାଣୀ ପାଢ଼ୀ ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମଗୁଡିକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବାଲିଆରସିଂହ ଓ ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ଦିବ୍ୟଶଙ୍କର ରାଉତ ପରିଚାଳନା କରିଥିଲେ। ବ୍ଲକର କର୍ମଚାରୀ ପ୍ରମୁଖ ସହଯୋଗ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ। ବିଭିନ୍ନ ସ୍ଥାନରେ ଭବ୍ୟ ସମ୍ବର୍ଦ୍ଧନାପୂର୍ବକ ଦେଶତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଚଳଚ୍ଚିତ୍ର ପରିବେଷଣ କରାଯାଇଥିଲା। ଦ୍ୱିତୀୟ ରଥଟି ଏବିଡ଼ିଓ, ବୌଦ୍ଧ ପ୍ରମୋଦ କୁମାର ମିଶ୍ର ଏବଂ ଜିଲ୍ଲା ସଂଯୋଜକ ବସନ୍ତ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ବନପାଳି ଭାରତ ମାତା ମନ୍ଦିରଠାରେ ଆୟୋଜିତ ସଭାରେ ପାଞ୍ଚଟି ସ୍ୱାଧୀନତା ସଂଗ୍ରାମୀ ପରିବାରକୁ ସମର୍ଦ୍ଧିତ କରାଯାଇଥିଲା। ଏହା ପରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବାଉଁଶୁଣି, ମହାବିଦ୍ୟାଳୟ ବାଉଁଶୁଣି, ଦହ୍ୟା ଉଚ୍ଚ ବିଦ୍ୟାଳୟ, ଦହ୍ୟା ଆଦି ଠାରେ ସଂକୀର୍ତ୍ତନ, ମଟର ସାଇକେଲ ଶୋଭାଯାତ୍ରା, ଘୋଷ ବାଦନପୂର୍ବକ ଅହିଂସା ରଥକୁ ସ୍ୱାଗତ କରାଯାଇଥିଲା । ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ ସମ୍ପୃକ୍ତ ସରପଞ୍ଚ, ସମିତି ସଭ୍ୟ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ସାମାଜିକ କର୍ମୀ, ସାମ୍ବାଦିକ ପ୍ରମୁଖଙ୍କ ସମେତ ବହୁସଂଖ୍ୟକ ଜନସାଧାରଣ ଯୋଗଦାନ କରିଥିଲେ।
ସେହିପରି ଅହିଂସା ରଥ ଆଜି ସମ୍ବଲପୁର ଜିଲ୍ଲାର ରେଙ୍ଗାଲି, ଧନକଉଡା ବ୍ଲକ ଅଞ୍ଚଳ ପରିକ୍ରମା କରିଛି। ବିଭିନ୍ନ ସ୍ଥାନରେ ରଥକୁ ଜନପ୍ରତିନିଧି, ସାଧାରଣ ଜନତା, ଶିକ୍ଷକଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ରହି ଭବ୍ୟ ସ୍ୱାଗତ ଜଣାଇଥିଲେ।
ଅହିଂସା ରଥ ଆଜି ଉଭୟ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରିବା ସମୟରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସ୍ଥାନୀୟ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ଅହିଂସା ରଥ ଦ୍ୱାରା ପ୍ରସାରିତ ଭିଡ଼ିଓ ବାର୍ତ୍ତା ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ଅନୁପ୍ରାଣିତ କରୁଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories