ଗାନ୍ଧୀ ଜୟନ୍ତୀରେ ୧୫୦କିମି ପଦଯାତ୍ରା ଆୟୋଜନ କରିବେ ବିଜେପି ସାଂସଦ
ନୂୂଆଦିଲ୍ଲୀ : ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ଉପଲକ୍ଷେ ବିଜେପିର ସମସ୍ତ ସାଂସଦ ୧୫୦ କିଲୋମିଟର ପଦଯାତ୍ରା କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସାଂସଦମାନେ ଅକ୍ଟୋବର ୨ରୁ ଅକ୍ଟୋବର ୩୧ ମଧ୍ୟରେ ନିଜ ନିର୍ବାଚନ ମଣ୍ଡଳୀରେ ଏହି ପଦଯାତ୍ରା ଆୟୋଜନ କରିବା ପାଇଁ ମୋଦୀ କହିଛନ୍ତି।
ମଙ୍ଗଳବାର ବିଜେପି ସଂସଦୀୟ ଦଳ ବୈଠକ ଶେଷ ପରେ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଷୀ ଗଣମାଧ୍ୟମକୁ କହିଛନ୍ତି ଯେ ରାଜ୍ୟସଭା ସାଂସଦମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ସେଭଳି ଦାୟିତ୍ବ ଦେଇଛନ୍ତି। ରାଜ୍ୟସଭା ସାଂସଦଙ୍କୁ ବିଭିନ୍ନ ନିର୍ବାଚନ ମଣ୍ଡଳୀ ଦାୟିତ୍ବ ପ୍ରଦାନ କରାଯିବ; ଯେଉଁଠି ସେମାେନ ମହାତ୍ମା ଗାନ୍ଧୀଙ୍କ ଜୀବନୀ ଓ ସ୍ବାଧୀନତା ସଂଗ୍ରାମ ସମ୍ପର୍କରେ କାର୍ଯ୍ୟକ୍ରମ ଆୟୋଜନ କରିବେ। ଏଥିପାଇଁ ୧୫ରୁ ୨୦ଜଣଙ୍କୁ ନେଇ ପ୍ରତି ନିର୍ବାଚନ ମଣ୍ଡଳୀରେ ଗୋଟିଏ ଲେଖାଏଁ ଦଳ ଗଠନ କରାଯିବ। ପ୍ରତି ଦଳ ଦୈନିକ ଅନ୍ୟୂନ ୧୫କିଲୋମିଟର ପଦଯାତ୍ରା କରିବେ। ସାଂସଦମାନଙ୍କ ତତ୍ତ୍ବାବଧାନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେବ। ଦଳ ପକ୍ଷରୁ ଗଠିତ ଏକ ସ୍ବତନ୍ତ୍ର କମିଟି ନେତୃତ୍ବରେ ଚାରା ରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯିବ।
Comments are closed.