www.samajalive.in
Monday, December 15, 2025
15.1 C
Bhubaneswar

ଅତାବିରାରେ ଧୁମ୍ ଧାମରେ ଅଗ୍ରସେନ ଜୟନ୍ତୀ ପାଳିତ

ରେଙ୍ଗାଲିକ୍ୟାମ୍ପ : ଅତାବିରା ମାରୱାଡ଼ି ସମାଜ ପକ୍ଷରୁ ଅଗ୍ରସେନ୍ ଭବନ ଠାରେ ମହାସମାରୋହରେ ଅଗ୍ରସେନ ଜୟନ୍ତୀ ପାଳିତ ହୋଇଯାଇଛି । ସୋମବାର  ମାରୱାଡ଼ି ମାନେ  ନିଜ ନିଜର ଦୋକାନ ବଜାର ତଥା ବ୍ୟବସାୟ ବାଣିଜ୍ୟ କୁ ବନ୍ଦ ରଖି ସମସ୍ତେ ଏକତ୍ରିତ ହୋଇଥିଲେ। ଅତାବିରା ଦୁର୍ଗା ମନ୍ଦିରରୁ ଏକ ବିରାଟ ଶୋଭାଯାତ୍ରା ବାହାରି ଦୁଲୁଦୁଲି ବାଜା ତଥା ବିଭିନ୍ନ ବାଦ୍ୟ  ଯନ୍ତ୍ର ସହ ବାଣ ଫୁଟାଇ, ସମସ୍ତେ ନିଜ ନିଜ ମୁଣ୍ଡରେ ପଗଡ଼ି ବାନ୍ଧି ସୁସଜ୍ଜିତ ରଥରେ ରାଜା ଅଗ୍ରସେନଙ୍କ  ଫଟୋଚିତ୍ରକୁ ରଖି ପୂଜାର୍ଚ୍ଚନା କରି ନଗର ପରିକ୍ରମା କରିବା ପରେ ଭବନକୁ ଶୋଭାଯାତ୍ରା ଫେରିଥିଲା। ଏହି ଜୟନ୍ତୀ ପାଇଁ ଗତ ୨୦ ତାରିଖରୁ ପ୍ରସ୍ତୁତି ଜୋର ଧରିଥିଲା। ଗୋଟିଏ  ସପ୍ତାହ ଧରି ପ୍ରତିଯୋଗିତା ଗୁଡ଼ିକ ଚାଲିଥିଲା, ଯେଉଁଥିରେ ମାରୱାଡ଼ି ସମାଜ ର ଆବାଳ ବୃଦ୍ଧ ବନିତା ଭାଗ ନେଇ ମଜା ଉଠାଇଥିଲେ। କିଛି କୌତୁକିଆ ଖେଳ, ସାଧାରଣ ଜ୍ଞାନ, ପୁରୁଣା ପରମ୍ପରା, ଧାର୍ମିକ ରୀତି ନୀତି, ନୈତିକ ଶିକ୍ଷା ଆଦି ବିଭିନ୍ନ ଦିଗ ଉପରେ ପର୍ଯ୍ୟବସିତ  ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ ପ୍ରଥମ ତିନୋଟି ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଥିବା ୪୨ ଜଣ  କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଡଃ ରାମ କୈଳାଶ ଅଗ୍ରୱାଲ, ସୁରେଶ  ଵାଙ୍କା, ବିଜୟ ମିତ୍ତଲ, ଜୟ ପ୍ରକାଶ ଅଗ୍ରୱାଲ, କୈଳାଶ ଅଗ୍ରୱାଲ ଓ ଉମେଶ ଅଗ୍ରୱାଲ ସମସ୍ତ  କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ମାରୱାଡ଼ି ସମିତି, ମାରୱାଡ଼ି ଯୁବା ମଞ୍ଚ, ମାରୱାଡ଼ି ସମ୍ମେଳନ, ମହିଳା ମଞ୍ଚ ଓ ଜାଗୃତି ଶାଖା ସହଯୋଗ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories