www.samajalive.in
Sunday, December 14, 2025
26.1 C
Bhubaneswar

ଅତାବିରାରେ ଧୁମ୍ ଧାମରେ ଅଗ୍ରସେନ ଜୟନ୍ତୀ ପାଳିତ

ରେଙ୍ଗାଲିକ୍ୟାମ୍ପ : ଅତାବିରା ମାରୱାଡ଼ି ସମାଜ ପକ୍ଷରୁ ଅଗ୍ରସେନ୍ ଭବନ ଠାରେ ମହାସମାରୋହରେ ଅଗ୍ରସେନ ଜୟନ୍ତୀ ପାଳିତ ହୋଇଯାଇଛି । ସୋମବାର  ମାରୱାଡ଼ି ମାନେ  ନିଜ ନିଜର ଦୋକାନ ବଜାର ତଥା ବ୍ୟବସାୟ ବାଣିଜ୍ୟ କୁ ବନ୍ଦ ରଖି ସମସ୍ତେ ଏକତ୍ରିତ ହୋଇଥିଲେ। ଅତାବିରା ଦୁର୍ଗା ମନ୍ଦିରରୁ ଏକ ବିରାଟ ଶୋଭାଯାତ୍ରା ବାହାରି ଦୁଲୁଦୁଲି ବାଜା ତଥା ବିଭିନ୍ନ ବାଦ୍ୟ  ଯନ୍ତ୍ର ସହ ବାଣ ଫୁଟାଇ, ସମସ୍ତେ ନିଜ ନିଜ ମୁଣ୍ଡରେ ପଗଡ଼ି ବାନ୍ଧି ସୁସଜ୍ଜିତ ରଥରେ ରାଜା ଅଗ୍ରସେନଙ୍କ  ଫଟୋଚିତ୍ରକୁ ରଖି ପୂଜାର୍ଚ୍ଚନା କରି ନଗର ପରିକ୍ରମା କରିବା ପରେ ଭବନକୁ ଶୋଭାଯାତ୍ରା ଫେରିଥିଲା। ଏହି ଜୟନ୍ତୀ ପାଇଁ ଗତ ୨୦ ତାରିଖରୁ ପ୍ରସ୍ତୁତି ଜୋର ଧରିଥିଲା। ଗୋଟିଏ  ସପ୍ତାହ ଧରି ପ୍ରତିଯୋଗିତା ଗୁଡ଼ିକ ଚାଲିଥିଲା, ଯେଉଁଥିରେ ମାରୱାଡ଼ି ସମାଜ ର ଆବାଳ ବୃଦ୍ଧ ବନିତା ଭାଗ ନେଇ ମଜା ଉଠାଇଥିଲେ। କିଛି କୌତୁକିଆ ଖେଳ, ସାଧାରଣ ଜ୍ଞାନ, ପୁରୁଣା ପରମ୍ପରା, ଧାର୍ମିକ ରୀତି ନୀତି, ନୈତିକ ଶିକ୍ଷା ଆଦି ବିଭିନ୍ନ ଦିଗ ଉପରେ ପର୍ଯ୍ୟବସିତ  ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ ପ୍ରଥମ ତିନୋଟି ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଥିବା ୪୨ ଜଣ  କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଡଃ ରାମ କୈଳାଶ ଅଗ୍ରୱାଲ, ସୁରେଶ  ଵାଙ୍କା, ବିଜୟ ମିତ୍ତଲ, ଜୟ ପ୍ରକାଶ ଅଗ୍ରୱାଲ, କୈଳାଶ ଅଗ୍ରୱାଲ ଓ ଉମେଶ ଅଗ୍ରୱାଲ ସମସ୍ତ  କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ମାରୱାଡ଼ି ସମିତି, ମାରୱାଡ଼ି ଯୁବା ମଞ୍ଚ, ମାରୱାଡ଼ି ସମ୍ମେଳନ, ମହିଳା ମଞ୍ଚ ଓ ଜାଗୃତି ଶାଖା ସହଯୋଗ କରିଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories