www.samajalive.in
Friday, December 5, 2025
20.1 C
Bhubaneswar

ବାହା ବେଦୀରେ ରସଗୋଲା ପାଇଁ ଗଣ୍ଡଗୋଳ ; ଜଣେ ମୃତ,ଅନେକ ଆହତ

ନୂଆଦିଲ୍ଲୀ : ବିବାହ ହେଉ କିମ୍ବା ପୂଜାଉତ୍ସବ ଅନେକ ସମୟରେ ରସଗୋଲା ଭୋଜନ ତାଲିକାରେ ନିଶ୍ଚୟ ସାମିଲ ଥାଏ। ଅନେକ ରସଗୋଲା ପ୍ରେମୀ ରସଗୋଲା ଦେଖିବା ମାତ୍ରେ ଖୁସି ହୋଇ ଯାଆନ୍ତି। ମାତ୍ର ଶୁଣିଲେ ଆଶ୍ଚର୍ଯ୍ୟ ହେବେ ରସଗୋଲା ପାଇଁ ବିବାହ ସମାରୋହରେ ମାରପିଟ୍‌‌ ସହ ଜଣଙ୍କ ଜୀବନ ଚାଲିଯାଇଛି।
ଏଭଳି ଏକ ଘଟଣା ଆଗ୍ରାର ଏତ୍ମାଦପୁରରେ ବିଳମ୍ବିତ ରାତିରେ ଏକ ବିବାହ ସମାରୋହରେ ଘଟିଛି। ରସଗୋଲାକୁ ନେଇ ବର ପକ୍ଷ ଓ କନ୍ୟା ପକ୍ଷ ମଧ୍ୟରେ ବିବାଦ ହୋଇଛି। ବିବାଦରେ ମାରପିଟ୍‌‌ ସହ ଛରୀରେ ଆକ୍ରମଣ ଭଳି ପରିସ୍ଥିତି ହୋଇଛି। ଏଥିରେ ଅନେକ ଲୋକେ ଆହତ ମଧ୍ୟ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ଖବର ମିଳିଛି।
ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଏତ୍ମାଦପୁରରେ ହେଉଥିବା ଏକ ବିବାହ ସମାରୋହରେ ରସଗୋଲାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ବିବାଦ ଉଗ୍ର ରୂପ ନେବା ସହ ଛୁରୀରେ ଆକ୍ରମଣ ମଧ୍ୟ ହୋଇଥିଲା। ଛରୀରେ ଆକ୍ରମଣ ଫଳରେ ଅନେକ ଲୋକେ ଆହତ ସହ ଜଣେ ୨୦ ବର୍ଷୀୟ ଯୁବକଙ୍କ ହସ୍ପିଟାଲରେ ମୃତ୍ୟୁ ହୋଇଛି।
ଖବର ପାଇବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ରସଗୋଲା କାରଣରୁ ଏଭଳି ଅଘଟଣ ଘଟିଥିବା ଜାଣିବାକୁ ପାଇଥିଲା। ଘଟଣାର ତଦନ୍ତ ଜାରି ରହିଛି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories