www.samajalive.in
Saturday, December 6, 2025
14.1 C
Bhubaneswar

ଝୁଲି ପଡ଼ିଲେ ଅଗ୍ନିବୀର ପ୍ରଶିକ୍ଷାର୍ଥୀ; କାରଣ ଅସ୍ପଷ୍ଟ

ମୁମ୍ବଇ: ମୁମ୍ବଇରେ ଭାରତୀୟ ନୌସେନାର ଅଗ୍ନିବୀର ପ୍ରଶିକ୍ଷାର୍ଥୀଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସିଛି। ମଙ୍ଗଳବାର ନୌସେନାରେ ତାଲିମ ନେଉଥିବା ଜଣେ ୨୦ ବର୍ଷୀୟ ଯୁବତୀ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି।

ମୁମ୍ବଇ ପୁଲିସର ସୂଚନା ଅନୁସାରେ, ମୃତ ଯୁବତୀଙ୍କ ନାମ ଅପର୍ଣ୍ଣା ନାୟର ଏବଂ ସେ କେରଳ ବାସିନ୍ଦା। ଜଣେ ଅଧିକାରୀ କହିଛନ୍ତି ଯେ, ଅପର୍ଣ୍ଣା ମଲାଡ଼ର ମାଲୱାନି ଅଞ୍ଚଳରେ ଭାରତୀୟ ନୌସେନା ଜାହାଜ ଆଇଏନଏସ ହମଲାରେ ତାଲିମ ନେଉଥିଲେ। ଏହି ସମୟରେ ସେ ଆତ୍ମହତ୍ୟା କରିଛନ୍ତି। ସୋମବାର ସକାଳେ ସେ ନିଜ ହଷ୍ଟେଲରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଘଟଣାସ୍ଥଳରୁ କୌଣସି ସୁଇସାଇଡ୍‌ ନୋଟ୍‌ ମିଳିନାହିଁ। ତେ​‌ବେ ବ୍ୟକ୍ତିଗତ କାରଣରୁ ଯୁବତୀଜଣକ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ୁଛି। ଘଟଣା ବିଷୟରେ ସୂଚନା ପାଇବା ମାତ୍ରେ ନୌସେନା ଡାକ୍ତରମାନେ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଯାଞ୍ଚ କରି ତାଙ୍କୁ ମୃତ ଘୋଷଣା କରିଥିଲେ। ମୁମ୍ବଇର ମାଲୱାନି ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories