ବାସ୍ତୁ : ଅଛି କି ଏହି ଅଭ୍ୟାସ?
ବାସ୍ତୁ ଶାସ୍ତ୍ରରେ ଅନେକ ନିୟମ ବର୍ଣ୍ଣନା କରାଯାଇଛି। ନିୟମର ସଠିକ୍ ଭାବେ ପାଳନ କରିବା ଦ୍ୱାରା ଜୀବନରେ ଥିବା ସମସ୍ୟା ଦୂର ହୋଇଥାଏ। ମାତ୍ର ଜାଣତରେ ଅଜାଣତରେ କରୁଥିବା କିଛି ଭୁଲ୍ ପାଇଁ ବାସ୍ତୁ ସମସ୍ୟା ସୃଷ୍ଟି ହୋଇଥାଏ। ଜାଣନ୍ତୁ କେଉଁ ଭୁଲ୍ କରିବା ଉଚିତ୍ ନୁହେଁ..
ବାସ୍ତୁ ଅନୁଯାୟୀ, କଦାପି ବିଛଣା କିମ୍ବା ଖଟରେ ବସି ଭୋଜନ କରନ୍ତୁ ନାହିଁ। ଖାଦ୍ୟକୁ ସର୍ବଦା ଟେବୁଲ କିମ୍ବା ଚଟାଣରେ ଆସନ ପକାଇ ଖାଆନ୍ତୁ। ଶୟନ କକ୍ଷରେ କିମ୍ବା ଖଟରେ ବସି ଭୋଜନ କରିବା ଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି। ଏହାସହ ନିଦ୍ରାରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥାଏ।
ରାତିରେ ଶୋଇବା ପୂର୍ବରୁ ରୋଷେଇ ଘରକୁ ଭଲ ଭାବେ ସଫା କରନ୍ତୁ। ଏହାସହ ଅଇଁଠା ବାସନ ମଧ୍ୟ ପକାଇ ରଖନ୍ତୁ ନାହିଁ। ଅଇଁଠା ବାସନ ପଡି ରହିଲେ ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି। ଟଙ୍କାର ଅଭାବ ଲାଗି ରହିଥାଏ।
ବାସ୍ତୁ ଶାସ୍ତ୍ର ଅନୁଯାୟୀ ସନ୍ଧ୍ୟା ସମୟରେ ଶୋଇବା ଅଶୁଭ କୁହାଯାଏ। ଏପରି କରିବା ଦ୍ୱାରା ଆର୍ଥିକ ସମସ୍ୟା ଲାଗି ରହିଥାଏ। ଅଯଥାରେ ଟଙ୍କା ଖର୍ଚ୍ଚ ହୋଇଥାଏ। ଘରେ ଦରିଦ୍ରତା ବାସ କରିଥାଏ।
Comments are closed.