www.samajalive.in
Monday, December 15, 2025
14.1 C
Bhubaneswar

କିଟ୍ ପିଛା ଛାଡୁ ନାହିଁ ବିବାଦ

ଭୁବନେଶ୍ବର : କିଟ୍ ପିଛା ଛାଡୁ ନାହିଁ ବିବାଦ । ଜଣଙ୍କ ପରେ ଜଣେ ଛାତ୍ରଙ୍କ ମୃତ୍ୟୁ କର୍ତ୍ତୁପକ୍ଷଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି । ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ପୂର୍ଣ୍ଣଚ୍ଛେଦ ନପଡ଼ୁଣୁ ପୁଣି ଜଣେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତ ଛାତ୍ର ହେଲେ ଛତିଶଗଡ଼ ଅଞ୍ଚଳର ରାହୁଲ ଯାଦବ । ସେ କମ୍ପ୍ୟୁଟର ସାଇନ୍ସ ବିଭାଗ ରେ ପ୍ରଥମ ବର୍ଷରେ ପଢୁଥିଲେ । ରାହୁଲ ଆତ୍ମହତ୍ୟା କରିଥିବା କିଟ୍ ପକ୍ଷରୁ ସଫେଇ ଦିଅ ଯାଉଛି । ଖବର ପାଇ ମୃତ ଛାତ୍ରଙ୍କ ପରିବାର ଲୋକ ଏଠାକୁ ଆସୁଛନ୍ତି । ରାହୁଲଙ୍କ ମୃତ୍ୟୁକୁ ନେଇ ପରିବାର ଲୋକ କଲେଜ କର୍ତ୍ତୁପକ୍ଷଙ୍କ ଉପରେ ଦୋଷ ଲଦିଛନ୍ତି । ଖବର ପାଇ ଇନ୍ଫୋସିଟି ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଛାତ୍ରଙ୍କ ମୃତଦେହ କୀଟ ଦ୍ୱାରା ପରିଚଳିତ କିମ୍ସ ହସପିଟାଲ ରେ ରଖାଯାଇଛି । ପରିବାର ଲୋକେ ପହଞ୍ଚିବା ପରେ ବ୍ୟବଚ୍ଛେଦ କରାଯିବ ବୋଳି ଜଣା ପଡିଛି । ଘଟଣାକୁ ଚାପି ଦେବା ଲାଗି ପୁଲିସ ପ୍ରଶାସନ ଓ କଲେଜ କର୍ତ୍ତୃପକ୍ଷ ଉଦ୍ୟମ ଜାରି ରଖିଥିବା ସାଧାରଣରେ ଆଲୋଚନାର ବିଷୟ ହୋଇଛି ।

କିଟ୍ ରେ ନେପାଳୀ ଛାତ୍ରୀ ପ୍ରକୃତି ଲମଶାଲଙ୍କ ମୃତ୍ୟୁକୁ ନେଇ ବିଶ୍ଵ ଦରବାରେ ଓଡ଼ିଶାକୁ ନିନ୍ଦିତ ହେବାକୁ ପଡିଥିଲା । ଘଟଣାରେ ନେପାଳ ସରକାର ମଧ୍ୟ ହସ୍ତକ୍ଷେପ କରିଛନ୍ତି । କ୍ୟାମ୍ପସରେ କିଛିଦିନ ଉତ୍ତେଜନା ଲାଗି ରହିଥିଲା । କେବଳ ନେପାଳୀ ଛାତ୍ରୀ ନୁହନ୍ତି, ପୂର୍ବରୁ କିଟ୍ ରେ ଏହିଭଳି ଏକାଧିକ ଛାତ୍ରଛାତ୍ରୀଙ୍କ ସନ୍ଦେହଜଣକ ମୃତ୍ୟୁର ତାଲିକାରେ ବିଧାନସଭା ହୁଲୁସ୍ତୁଲ ହୋଇଥିଲା । ପୁଣି ଛତିଶଗଡର ଛାତ୍ର ରାହୁଲଙ୍କ ମୃତ୍ୟୁ କିଟ୍ କର୍ତ୍ତୃପକ୍ଷଙ୍କ ଅବହେଳା କୁ ଦର୍ଶାଉଛି । ଛାତ୍ର କିପରି ହଷ୍ଟେଲରେ ଆତ୍ମହତ୍ୟା କଲେ, ତାର କାରଣ କ’ଣ ? ହଷ୍ଟେଲ କର୍ତ୍ତୃପକ୍ଷଙ୍କ ନଜର ଆଢୁଆଳରେ ଛାତ୍ର ଏତେବଡ ଅଘଟଣା ଘଟାଇଲେ , ତାହା ଏବେ ତଦନ୍ତ ସାପେକ୍ଷ ହୋଇଛି । କିଟ୍ ପାଇଁ ଓଡ଼ିଶା ବାରମ୍ବାର ବଦନାମ ହେଉଛି । ଛାତ୍ରଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟୁଛି । ଅଭିଯୋଗ ପରେ କିଛିଦିନ ଉତ୍ତେଜନା ଲାଗି ରହୁଛି ପରେ ଘଟଣାକୁ ଚପାଇ ଦେବାରେ କିଟ୍ କର୍ତ୍ତୃପକ୍ଷ ସିଦ୍ଧହସ୍ତ ହୋଇ ପାରୁଛନ୍ତି । ଜଣେ ପରେ ଜଣେ ଛାତ୍ରଛାତି ଙ୍କ ଆତ୍ମା ନ୍ୟାୟ ଖୋଜୁଥିବା ବେଳେ ରାହୁଲଙ୍କ ମୃତ୍ୟୁର କାରଣ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାହୁଲ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଛି ତାହାର ନୀରପେକ୍ଷ ତଦନ୍ତ ହେବାକୁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହୋଇଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories