www.samajalive.in
Tuesday, December 9, 2025
26.1 C
Bhubaneswar

ମହଙ୍ଗା ପଡ଼ିଲା ଅନ୍‍ଲାଇନ୍‍ ମଦକିଣା: ଖାତାରୁ କଟିଗଲା ୧.୯୦ ଲକ୍ଷ

ଗାଜିଆବାଦ: ଆଜିକାଲି ଅଧିକାଂଶ ଲୋକେ ଘରେ ବସି ଅନ୍‍ଲାଇନ୍‍ ଜିନିଷ ମଗାଉଛନ୍ତି। କେହି ଖାଦ୍ୟ ତ ଆଉ କିଏ ଘରକରଣା ଜିନିଷ କିମ୍ବା ପୋଷାକ ଆଦି କିଣାବିକା କରୁଛନ୍ତି। ଯଦି ଆପଣଙ୍କର ମଧ୍ୟ ଛୋଟ ଛୋଟ କଥାରେ ଅନ୍‍ଲାଇନ୍‍ କିଣାକିଣିର ସଉକ ଅଛି ତେବେ ଟିକିଏ ସାବଧାନ ହୋଇଯାଆନ୍ତୁ। କାରଣ ଘରେ ବସି ଅନ୍‍ଲାଇନ୍‍ ମଦ ମଗାଇବା ଜଣଙ୍କୁ ଭାରି ପଡ଼ିଛି ଓ ତାଙ୍କ ଆକାଉଣ୍ଟରୁ ୧ ଲକ୍ଷ ୯୦ ହଜାର ଟଙ୍କା କଟିଯାଇଛି। ଏହି ଘଟଣା ଘଟିଛି ଗାଜିଆବାଦର ସରାଇ ନଜର ଅଲୀରେ। ସେଠାରେ ବାସ କରୁଥିବା କାର୍ତ୍ତିକ ଗୋୟଲ ଗୁଗଲରେ ୱାଇନ୍‍ ଦୋକାନ ବିଷୟରେ ସର୍ଚ୍ଚ କରିଥିଲେ ଓ ସେଠାରୁ ମିଳିଥିବା ଏକ ନମ୍ବରରେ ଫୋନ୍‍ କରିଥିଲେ। ଏହାପରେ ୨ହଜାର ୯ଶହ ଟଙ୍କା ମୂଲ୍ୟର ୱାଇନ୍‍ ଅନ୍‍ଲାଇନ୍‍ ଅର୍ଡ଼ର ଦେଲେ। ଏହାର କିଛି ସମୟ ପରେ ଠକମାନେ ତାଙ୍କ ଡେବିଟ୍‍ କାର୍ଡ଼ର ସମ୍ପୂର୍ଣ୍ଣ ତଥ୍ୟ ନେଇ ୧ ଲକ୍ଷ ୯୦ ହଜାର ଟଙ୍କା ଲୁଟି ନେଇଥିଲେ। ଯାଞ୍ଚରୁ ଜଣାପଡ଼ିଲା ଯେ, ଯେଉଁ ୱାଇନ୍‍ ପାଇଁ ସେ ଫୋନ କରିଥିଲେ, ସେଠାରେ ସେପରି କୌଣସି ଦୋକାନ ନାହିଁ। ସାଇବର୍‍ ସେଲ୍‍ ଘଟଣାର ଯାଞ୍ଚ କରୁଛି।
ସୂଚନା ଅନୁସାରେ, ଗୁଗଲରୁ ନମ୍ବର ପାଇ କାର୍ତ୍ତିକ ଫୋନ୍‍ କଲା ପରେ ୟୁପିଆଇ ଜରିଆରେ ୨ ହଜାର ୯୦୦ ଟଙ୍କା ପେମେଣ୍ଟ୍‍ କରିଥିଲେ। ଏହାପରେ ଡେଲିଭରି ଚାର୍ଜ ନାଁ’ରେ ତାଙ୍କୁ ୪୦ ଟଙ୍କା ମଗା ଯାଇଥିଲା ଓ କାର୍ଡ଼ କରିଆରେ ଏହି ଦେୟ ଦେବାକୁ କୁହାଗଲା। ଲୁଟେରା କାର୍ତ୍ତିକଙ୍କୁ କାର୍ଡ଼ର ସମ୍ପୂର୍ଣ୍ଣ ତଥ୍ୟ ମାଗିଥିଲେ ଓ ସେ ମଧ୍ୟ ଦେଇ ଦେଇଥିଲେ। ଏହାପରେ ତାଙ୍କ ଖାତାରୁ ୯ ହଜାର ୧ ଶହ ଟଙ୍କା କଟି ଯାଇଥିଲା। କାର୍ତ୍ତିକ ପୁଣି ସେହି ନମ୍ବରକୁ ଫୋନ୍‍ କଲା ପରେ ସେମାନେ କହିଲେ ଭୁଲ୍‍ରେ କଟିଯାଇଛି, ଆପଣଙ୍କ ଡେବିଟ୍‍ କାର୍ଡ଼କୁ ପେମେଣ୍ଟ କରି ହେଉନାହିଁ। ତେଣୁ ଆପଣ ଆଉ ଏକ କାର୍ଡ଼ ନମ୍ବର କୁହନ୍ତୁ। ଏହାପରେ କାର୍ତ୍ତିକ ତାଙ୍କ ଭାଇଙ୍କ କାର୍ଡ଼ର ସମ୍ପୂର୍ଣ୍ଣ ତଥ୍ୟ ଦେଇଥିଲେ। କିଛି ସମୟ ମଧ୍ୟ ପାଞ୍ଚ ଥରରେ ଖାତାରୁ ୧ ଲକ୍ଷ ୯୦ ଜହାର ଟଙ୍କା କଟି ଯାଇଥିଲା।

Hot this week

ଭାରତର ପ୍ରଥମ ଉଇକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ପ୍ରଥମ ଝଟ୍‌କା ଲାଗିଛି।...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories