www.samajalive.in
Monday, December 8, 2025
16.1 C
Bhubaneswar

ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଛାଡ଼ପତ୍ର ଦେବେ ପତ୍ନୀ ମେଲାନିଆ !

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ପରାଜିତ ହେବା ପରେ ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଆଉ ଏକ ବଡ଼ ଝଡ଼ ଆସୁଛି। ଏହି ଝଡ଼ ତାଙ୍କ ପାରିବାରିକ ଜୀବନରେ ସୃଷ୍ଟି ହୋଇଛି । ପତ୍ନୀ ମେଲାନିଆ ଟ୍ରମ୍ପ ଏବେ ଟ୍ରମ୍ପଙ୍କ କାର୍ଯ୍ୟାଳୟ ଛାଡ଼ି ଦେଇଛନ୍ତି ଓ ଖୁବ୍ ଶୀଘ୍ର ସେ ଛାଡ଼ପତ୍ର ଦେଇପାରନ୍ତି । ଟ୍ରମ୍ପ ପ୍ରଶାସନର ଜଣେ ପୂର୍ବତନ ସହାୟକ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ରବିବାର ଇଂଲଣ୍ଡର ‘ଡ଼େଲି ମେଲ’ରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି । ଆମେରିକାର ବରିଷ୍ଠ ଉପଦେଷ୍ଟା ଭାବରେ ନିଯୁକ୍ତ  ପ୍ରଥମ ମହିଳା ମେଲାନିଆ ଟ୍ରମ୍ପଙ୍କ ପୂର୍ବତନ ସହାୟକ ଷ୍ଟିଫାନି ଭୋଲକଫ ଏହା ଦାବି କରିଛନ୍ତି। ଏପରିକି ସେ କହିଛନ୍ତି ଯେ, ହ୍ବାଇଟ୍ ହାଉସରେ ଟ୍ରମ୍ପ ଦମ୍ପତି ଏକାଠି ରହୁ ନ ଥିଲେ । ସେମାନଙ୍କୁ ବିବାହ ଏକ ବୁଝାମଣା ଥିଲା ଏବଂ ହ୍ବାଇଟ୍ ହାଉସରେ ସେମାନଙ୍କ ଶୟନ କକ୍ଷ ମଧ୍ୟ ଅଲଗା ଥିଲା ।

- Advertisement -

ଅନ୍ୟ ଜଣେ ପୂର୍ବତନ ସହକର୍ମୀ ଓମାରୋଜା ମନିଗାଲ୍ଟ ନ୍ୟୁମ୍ୟାନ୍ ଦାବି କରିଛନ୍ତି ଯେ, ଏହି ଦମ୍ପତିଙ୍କ ୧୫ ବର୍ଷର ବିବାହ  ଚୁକ୍ତିନାମା ଶେଷ ହୋଇଛି। ସେ କହିଛନ୍ତି ଯେ, ଟ୍ରମ୍ପ ଅଫିସରୁ ଦୂରେଇ ରହିବା ଏବଂ ତାଙ୍କୁ ଛାଡପତ୍ର ଦେବା ପାଇଁ ମେଲାନିଆ ଅପେକ୍ଷା କରି ରହିଛନ୍ତି । ଅନ୍ୟପକ୍ଷରେ ୫୦ ବର୍ଷୀୟା ମେଲାନିଆ କହିଛନ୍ତି ଯେ, ତାଙ୍କର ସ୍ବାମୀ ଡ଼ୋନାଲ୍ଡ଼ ଟ୍ରମ୍ପ (୭୫)ଙ୍କ ସହ ସମ୍ପର୍କ ବହୁତ ଭଲ । ଅବଶ୍ୟ ଅନେକ ସମୟରେ ଅନେକ କିଛି ଘଟିଛି, ସେମାନଙ୍କ ସମ୍ପର୍କର ଶୀତଳତା ଲୋକଙ୍କ ପାଖରେ ପହଞ୍ଚିଛି ।

ଏଠାରେ ସୂଚନାଯୋଗ୍ୟ ଯେ, ମେଲାନିଆଙ୍କ ପୂର୍ବରୁ ଟ୍ରମ୍ପ ବିବାହ କରିଥିଲେ । ଏହାପୂର୍ବରୁ  ଦ୍ବିତୀୟ ପତ୍ନୀ ମାର୍ଲା ମାପଲେସଙ୍କ ସହ ତାଙ୍କର ଏକ ଚୁକ୍ତି ହୋଇଥିଲା। ଏଥିରେ ମାର୍ଲା ସର୍ବସାଧାରଣରେ କୌଣସି ସାକ୍ଷାତକାର ନ ଦେବା, ବହି ପ୍ରକାଶ ନ କରିବା ପାଇଁ ସର୍ତ୍ତ ରହିଥିଲା । ମେଲାନିଆ ମଧ୍ୟ ଅନୁରୂପ ସର୍ତ୍ତରେ ଟ୍ରମ୍ପଙ୍କୁ ବିବାହ କରିଥିଲେ ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories