www.samajalive.in
Saturday, December 6, 2025
14.1 C
Bhubaneswar

ରାଜ୍ୟର ପ୍ରଥମ କୋଭିଡ ପରବର୍ତ୍ତି ଚିକିତ୍ସା ପରାମର୍ଶ କେନ୍ଦ୍ର ଉଦଘାଟିତ

ବୌଦ୍ଧ: ଭ୍ୟାକ୍ସିନ ନିର୍ମାଣର ବିଶ୍ୱବ୍ୟାପୀ ପରୀକ୍ଷା ନିରୀକ୍ଷା ଚାଲିଥିବାବେଳେ କରୋନା ମହାମାରୀର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କାରେ ସମସ୍ତେ ଆତଙ୍କିତ ହୋଇପଡିଛନ୍ତି। ଅନେକ ସ୍ଥାନରେ ସଂକ୍ରମଣ ଆରମ୍ଭ ହୋଇସାରିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ସଟଡାଉନ ମଧ୍ୟ ଆରମ୍ଭ ହୋଇଗଲାଣି। ବୌଦ୍ଧଜିଲ୍ଲାରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଥିବାବେଳେ ମାତ୍ର ତିନିଜଣ ରୋଗୀ କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାଯାଇଛି। ତେବେ ଯେଉଁମାନେ କରୋନା ସଂକ୍ରମଣର ଶୀକାର ହୋଇ ସୁସ୍ଥ ହୋଇସାରିଛନ୍ତି ସତର୍କତାମୂଳକ ପଦକ୍ଷେପ ନନେଲେ ପୁଣିଥରେ ସେମାନଙ୍କୁ ସଂକ୍ରମଣର ଶୀକାର ହେବାକୁ ପଡିପାରେ। ଏହାକୁ ନେଇ ଅନେକ ସୁସ୍ଥ ବ୍ୟକ୍ତି ଚିନ୍ତା ପ୍ରକଟ କରିଥିବାବେଳେ ବୌଦ୍ଧଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ କୋଭିଡ ପରବର୍ତ୍ତି ଚିକିତ୍ସା ପରାମର୍ଶ କେନ୍ଦ୍ର ଆରମ୍ଭ କରାଯାଇଛି। ରାଜ୍ୟ ସରକାର ଏନେଇ କୌଣସି ନିର୍ଦ୍ଦେଶନାମା ଜାରି କରନଥିଲେ ମଧ୍ୟ ଜିଲ୍ଳାବାସୀଙ୍କୁ ଚିକିତ୍ସା ପରାମର୍ଶ ଦେବା ପାଇଁ ରାଜ୍ୟରେ ପ୍ରଥମ କରି ବୌଦ୍ଧରେ ଏହିଭଳି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି। ଏହି ପରାମର୍ଶ କେନ୍ଦ୍ର ପ୍ରତିଦିନ ସକାଳ ୯ ଘଣ୍ଟା ଠାରୁ ଅପରାହ୍ନ ୧ ଘଣ୍ଟଣ୍ଟା ପର୍ଯ୍ୟନ୍ତ ଖୋଲା ରହିବା କରୋନାରେ ପିଡିତ ହେବାପରେ ସୁସ୍ଥ ହୋଇଥିବା ବ୍ୟକ୍ତି ବିଶେଷଙ୍କୁ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ସୁସ୍ଥ ରହିବା ପାଇଁ ଏବଂ ପୁନର୍ବାର ସଂକ୍ରମଣର ଶୀକାର ନହେବାକୁ ଚିକିତ୍ସା ପରାମର୍ଶ ଦିଆଯିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହିଭଳି ଉଦ୍ୟମକୁ ସର୍ବସାଧାରଣରେ ପ୍ରଶଂସା କରାଯାଇଛି। ଜିଲ୍ଳାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟଅତିଥି ଭାବରେ ଯୋଗଦେଇ ଏହି ପରାମର୍ଶ କେନ୍ଦ୍ର ଉଦଘାଟନ କରିଥିବାବେଳେ ଅନ୍ୟତମ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଏନସି ଜ୍ୟୋତିରଂଜନ ନାଏକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଡା. ତ୍ରିଲୋଚନ ପ୍ରଧାନ,ବରିଷ୍ଠ ଆଇନଜିବୀ ତାରେଣି ମହାପାତ୍ର, ଏଡିଏମଓ ମେଡିକାଲ କିଶୋର ଚନ୍ଦ୍ର ପଟ୍ଟନାୟକ ଓ ଡିପିଏମ ରୂପକ ମହାପାତ୍ରଙ୍କ ସମେତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ କର୍ମଚାରୀମାନେ ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories