www.samajalive.in
Sunday, December 7, 2025
26.1 C
Bhubaneswar

ମହିମାମଣିଙ୍କ ହେବ ନାଗାର୍ଜୁନ ବେଶ 

ବାଙ୍କୀ/ଡମପଡ଼ା : ଉପଖଣ୍ଡ ସ୍ଥିତ ରଗଡି ଗ୍ରାମରେ ବିଜେ କରିଥିବା ମହିମାମଣି ଦେବଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ । ବାଙ୍କୀ ରାଜାଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଏହି ମନ୍ଦିରର ବିଶେଷତ୍ୱ ମଧ୍ୟରେ ଅନ୍ୟମନ୍ଦିର ଭଳି ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପୂଜା କରାନଯାଇ କେବଳ ଜଗନ୍ନାଥଙ୍କ ବିଗ୍ରହକୁ ମହିମାମଣି ରୂପରେ ପୂଜା କରାଯାଇଥାଏ ଏବଂ ମହିମାମଣିଙ୍କ ବିଗ୍ରହ ଆକାର ପୁରୀରେ ପୂଜା ପାଉଥିବା ବିଗ୍ରହଙ୍କ ଠାରୁ ବଡ଼ ବୋଲି ଶ୍ରଦ୍ଧାଳୁମାନେ ମତଦେଇଥାନ୍ତି ।

ଚଳିତ ମାସରେ ମହାପ୍ରଭୁ ମହିମାମଣିଙ୍କ ନାଗାର୍ଜୁନ ବେଶ ପଡୁଥିବାରୁ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରାୟତଃ ସମସ୍ତ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଛି । ଏହି ପବିତ୍ର କାର୍ତ୍ତିକ ପଞ୍ଚୁକ ଅବସରରେ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ପୁରୀ ଏବଂ କଟକରୁ ମହିମାମଣିଙ୍କ ଲାଗି ନିର୍ମାଣ କରାଯାଇଥିବା ସମସ୍ତ ଅଙ୍ଗଲାଗି ବେଶ ଆସିବ ବୋଲି ଜଣାପଡିଛି । ମ୍ୟାନେଜିଙ୍ଗ୍ ଟ୍ରଷ୍ଟି ଭ୍ରୁଗୁରାମ ରାଉତଙ୍କ ତତ୍ତ୍ବାବଧାନରେ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ବାଙ୍କୀ ରାଜା ସାହେବ ଦୁର୍ଗାମାଧବ ଶ୍ରୀଚନ୍ଦନ ମହାପାତ୍ର, ରାଜଗୁରୁ ଶ୍ୟମା ସୁନ୍ଦର ମହାପାତ୍ରଙ୍କ ସମେତ ଗ୍ରାମବାସୀ ଏବଂ ମନ୍ଦିର ସେବାୟତମାନଙ୍କୁ ନେଇ ଏକ ପ୍ରସ୍ତିତି ବୈଠକ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଥିଲା । କୋଭିଡ କଟକଣା ଅନୁଯାୟୀ ଆସନ୍ତା ୨୭ ତାରିଖରେ କିଭଳି ନାଗାର୍ଜୁନ ବେଶକୁ ସୂଚାରୁରୂପେ କରାଯାଇ ପାରିବ ସେ ନେଇ ସମସ୍ତ ଆଲୋଚନା କରାଯାଇଥିବା ଜଣାପଡିଛି ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories