www.samajalive.in
Sunday, December 7, 2025
13.1 C
Bhubaneswar

ଝାରସୁଗୁଡ଼ାରେ ୧୧୯ ତମ ଜୟନ୍ତୀ ସମାରୋହ, ଓଡ଼ିଶାର ବିକାଶ ପାଇଁ ନବକୃଷ୍ଣ ଚୌଧୁରୀ ସଶକ୍ତ ଭିତ୍ତିସ୍ଥାପନ କରିଥିଲେ

ଝାରସୁଗୁଡ଼ା: ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଜମିଦାର ବଂଶଜ ଓ ମୁଖ୍ୟମନ୍ତ୍ରୀ ଥାଇ ମଧ୍ୟ ଗରିବ ଥିଲେ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପୋଷାକପତ୍ର ଧରି ଚାଲି ଚାଲି ନିଜ ଆବାସକୁ। ହେଲେ ସରଳ ନିଷ୍କପଟ ବ୍ୟକ୍ତିତ୍ବର ଅଧିକାରୀ ସ୍ବର୍ଗତ ଚୌଧୁରୀ ଶିକ୍ଷାରୁ ଭିତ୍ତିଭୂମି ବିକାଶ ଯାଏ ଓଡ଼ିଶାର ଯେଉଁ ସଶକ୍ତ ଭିତ୍ତି ସ୍ଥାପନ କରି ଯାଇଛନ୍ତି ତାହା ଅତୁଳନୀୟ । ଝାରସୁଗୁଡ଼ା ହୋଟେଲ ମେଘଦୂତରେ ବରଗଡ଼ରୁ ପ୍ରକାଶିତ ପାକ୍ଷୀକ ପତ୍ରିକା ‘କୋଶଲ ଟାଇମ୍‌’ ଆନୁକୂଲ୍ୟରେ ଅନୁଷ୍ଠିତ ନବକୃଷ୍ଣ ଚୌଧୁରୀଙ୍କ ୧୧୯ତମ ଜୟନ୍ତୀ ଓ ସମ୍ବର୍ଦ୍ଧନା ସମାରୋହ ଅବସରରେ ଅତିଥିମାନେ ଏହା କହିଛନ୍ତି । ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ଦୈନିକ ‘ସମାଜ’ର ମୁଦ୍ରକ ଓ ପ୍ରକାଶକ ନିରଞ୍ଜନ ରଥ ମୁଖ୍ୟଅତିଥି ଭାବେ ଯୋଗଦେଇ ନବକୃଷ୍ଣ ଚୌଧୁରୀଙ୍କ ବ୍ୟକ୍ତିତ୍ୱ ବିଷୟରେ ଉଲ୍ଲେଖ କରି କହିଥିଲେ ଯେ, ବ୍ୟକ୍ତିର ଯେତେବେଳେ ନାମ ବଡ଼ ଯାଏ ସେତିକି ବେଳେ କର୍ମପ୍ରବଣତାରେ ସେ ଦେବତ୍ୱର ଅଧିକାରୀ ହୋଇଯାଏ । ତାଙ୍କ ବ୍ୟକ୍ତିତ୍ୱ ଏତେ ବିଶାଳ ଯେ, ତାଙ୍କର ନାମ ହିଁ ମନ୍ତ୍ର ପାଲଟିଯାଇଛି । ଜନପ୍ରତିନିଧିର ଅର୍ଥ ହେଉଛି ତ୍ୟାଗ ଓ ସେବା ତାହା ସେ ପ୍ରମାଣିତ କରି ଦେଖାଇଥିଲେ ବୋଲି କହିଥିଲେ । କଟକ ଗୋବିନ୍ଦପୁର ଡିଗ୍ରୀ କଲେଜର ଅଧ୍ୟାପକ ଡଃ.ଶୁଭ୍ରାଂଶୁ ପଟ୍ଟନାୟକ ମୁଖ୍ୟବକ୍ତା, ପୂର୍ବତନ ବିଧାୟକ ତଥା ଶତାୟୁ ବରିଷ୍ଠ ନାଗରିକ ମକରଧ୍ୱଜ ପ୍ରଧାନ, ଝାରସୁଗୁଡ଼ାର କ୍ରୀଡ଼ା ସଂଗଠକ ତାପସ ରାୟ ଚୌଧୁରୀ, ସମ୍ବଲପୁର ଆକାଶବାଣୀ କେନ୍ଦ୍ର ମୁଖ୍ୟ ପ୍ରଫୁଲ୍ଲ ମାଝି, ଝାରସୁଗୁଡ଼ା ଏସ.ପି ରାହୁଲ ପି.ଆର, ଓଡ଼ିଶା କ୍ରିକେଟ ଆସୋସିଏସନ ଯୁଗ୍ମ ସମ୍ପାଦକ ମେହେତାବ୍‌ ଖାନ, ଝାରସୁଗୁଡ଼ା ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା ବଲବିନ୍ଦର କୌର ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷା, ସଂସ୍କୃତି, ହୀରାକୁଦ ଡ୍ୟାମ, ବୁର୍ଲା ଇଞ୍ଜିନିୟରିଂ କଲେଜ, ରାଉରକେଲା ଇସ୍ପାତ କାରଖାନା ଇତ୍ୟାଦି ପ୍ରତିଷ୍ଠାରେ ନବକୃଷ୍ଣ ଚୌଧୁରୀଙ୍କ ଅବଦାନ ବିଷୟରେ ଉଲ୍ଲେଖ କରିଥିଲେ ।

ଏହି ଅବସରରେ କରୋନାରେ ପ୍ରାଣ ହରାଇଥିବା ପୁଲିସ ଏସଆଇ ରାଜକିଶୋର ସାମଦଙ୍କ ପତ୍ନୀ ସୀମାରାଣୀ ସର୍ଦାର, ସହିଦ ପ୍ରକାଶ ସାହୁଙ୍କ ପତ୍ନୀ ବରଗଡ଼ର ଶାଶ୍ୱତୀ ସାହୁ, ସହିଦ ଦୀପକ ସେନ ଭୋଇଙ୍କ ଭାଇ ଲଖନପୁର ବ୍ଲକ ସରେଇପାଲିର ଅରବିନ୍ଦ ଭୋଇ, ସହିଦ ବେଣୁଧର ନାଏକଙ୍କ ପିତା ସୁନ୍ଦରଗଡ଼, ଲାଠିକଟା ନିବାସୀ କୁମ୍ଭକର୍ଣ୍ଣ ନାଏକ, ଏୟାର୍ ଫୋର୍ସ ଫ୍ଲାଇଟ ଇଞ୍ଜିନିୟର ହରେକୃଷ୍ଣ ପଟେଲଙ୍କ ପତ୍ନୀ ଝାରସୁଗୁଡ଼ା ଝିଲ୍ଲାପାଲିର ସୁରଭି ପଟେଲ, ଦିବଂଗତ ସାମ୍ବାଦିକ ସମ୍ବଲପୁର ନିବାସୀ ଅଜିତ ନାଏକଙ୍କ ଧର୍ମପତ୍ନୀ ଅଧ୍ୟାପିକା ପ୍ରଜ୍ଞା ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାବ୍ୟତୀତ ଭିନ୍ନକ୍ଷମ ଯୁବତୀ ଗାୟତ୍ରୀ ସାହୁ, ଦୃଷ୍ଟିବାଧିତ କୋମଲ ଅଗ୍ରୱାଲ, ଦୁଇ ଗୋଡ଼ ନ ଥିବା ଦିବ୍ୟାଙ୍ଗ ନୃତ୍ୟାଙ୍ଗନା ଜୁଲି କର, କୁନି ସନ୍ତରଣକାରୀ ଦୁର୍ଗାପ୍ରସାଦ ସିଦ୍ଦାର, ଆତ୍ମନିର୍ଭରଶୀଳ ମହିଳା ଅନୀମା ଓରାମ, ବଦାନ୍ୟ ସମାଜସେବୀ ବୀରେନ୍ଦ୍ର ପ୍ରସାଦ ମିଶ୍ର, ସରକାରୀ ଚାକିରିରେ ଅଧିଷ୍ଠିତ ଗିରିଧାରୀ କିସାନ ଓରଫ ମାୟା କିନ୍ନରଙ୍କୁ ସମ୍ମାନୀତ କରାଯାଇଥିଲା। ଏହାବ୍ୟତୀତ ପୁର୍ବରୁ ଅନଲାଇନ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। କୋଶଲ ଟାଇମର ସମ୍ପାଦକ ସଞ୍ଜୀବ ମହାପାତ୍ର କାର୍ୟ୍ୟକ୍ରମ ସଂଯୋଜନା କରିଥିଲେ। ଛାତ୍ରୀ ଦେବସ୍ମିତା ଦାଶ ପରିଚାଳନାରେ ସହାୟତା କରିଥିଲେ। ଶେଷରେ ଅଧ୍ୟାପିକା ମନ୍ଦାକିନୀ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories