www.samajalive.in
Saturday, December 6, 2025
14.1 C
Bhubaneswar

ନମାଜ ପାଠ ବେଳେ ବିସ୍ଫୋରଣ; ୨୧ ମୃତ, ୬୦ରୁ ଅଧିକ ଆହତ

ନୂଆଦିଲ୍ଲୀ: ଆଫଗାନିସ୍ତାର କାବୁଲରେ ପୁଣି ଥରେ ବଡ଼ ଧରଣର ବିସ୍ଫୋରଣ ହୋଇଛି । ଗତକାଲି ସଂଧ୍ୟାରେ ଏକ ମସଜିଦ୍‌ ନିକଟରେ ବିସ୍ଫୋରଣ ହୋଇଥିବା ବେଳେ ଏଥିରେ ୨୧ ଜଣଙ୍କ ମୃତ୍ୟୁ ଘଟିଛି । ୬୦ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି । ସୂଚନା ମୁତାବକ କାବୁଲର ଏକ ମସଜିଦ୍‌ ନିକଟରେ ସଂଧ୍ୟା ସମୟରେ ପ୍ରାର୍ଥନା କରୁଥିବା ବେଳେ ଏହି ବିସ୍ଫୋରଣ ହୋଇଥିଲା । ପରେ ପରେ ବିସ୍ଫୋରଣ ଯୋଗୁ ୨୧ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୦ରୁ ଅଧିକ ଲୋକ ଆହତ ହୋଇଥିଲେ ।

ବିସ୍ଫୋରଣର ଏତେ ଶକ୍ତିଶାଳୀ ଥିଲା ଯେ ନିକଟରେ ଥିବା ଘରର ଝରକା ଭାଙ୍ଗି ପଡ଼ିଥିବା ମଧ୍ୟ ଜାତୀୟ ଗଣମାଧ୍ୟମ ତାର ରିପୋର୍ଟରେ କହିଛି । ଘଟଣାକୁ ନେଇ ତାଲିବାନର ଜଣେ ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି, ଏହି ବିସ୍ଫୋରଣରେ ମୃତକଙ୍କ ମଧ୍ୟରେ ମସଜିଦ୍‌ର ଇମାମ ମଧ୍ୟ ରହିଛନ୍ତି । ଏବଂ ଆହତଙ୍କ ମଧ୍ୟରେ କିଛି ଶିଶୁ ରହିଥିବା ମଧ୍ୟ ସେ ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ବିସ୍ଫୋରଣ କିପରି ଘଟିଲା ଓ କିଏ ଘଟାଇଛି ତାହାର କାରଣ ଜଣାପଡ଼ିନଥିବା ବଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories