www.samajalive.in
Saturday, December 6, 2025
14.1 C
Bhubaneswar

ବନ୍ୟାଜଳରେ ଭାସିଯାଇ ଜଣେ ମୃତ

ଆଠଗଡ଼ : ଆଠଗଡ ବ୍ଲକ ଅନ୍ତର୍ଗତ ମଞ୍ଚେଶ୍ବର ପଞ୍ଚାୟତର ବ୍ରାହ୍ମଣବସ୍ତ ଗ୍ରାମର ୫ ଜଣ ଯୁବକ ବନ୍ୟାପାଣିରେ ରବର ଟିୟୁବ ଧରି ଗାଧୋଉଥିବା ବେଳେ ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିଲେ। ୫ ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି।ମୃତକ ହେଲେ ମଞ୍ଚେଶ୍ବର ପଞ୍ଚାୟତ ବ୍ରାହ୍ମଣବସ୍ତ ଗ୍ରାମର ପ୍ରଶାନ୍ତ ରାଉତଙ୍କ ପୁଅ ପ୍ରଦ୍ୟୁମ୍ନ ରାଉତ (୧୬ ବର୍ଷ)।ତେବେ ନଦୀରୁ ଉଦ୍ଧାର କରି ତାଙ୍କୁ ତୁରନ୍ତ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରଦ୍ୟୁମ୍ନ କଖଡି +୨ କଲେଜରେ ପଢୁଥିଲେ। ଖବର ପାଇ ଆଠଗଡ଼ ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଜାରି ରଖିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories