ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାଏକ ବୁଧବାର ଲଇଡା କଳେଜର ପ୍ରତିଷ୍ଠା ଦିବସତରେ ମୁଖ୍ୟ ଅତିଥି ରୂପେ ଯୋଗ ଦେବାକୁ ଆସିଥିବା ଅବସରରେ ଜିଲ୍ଲା ପରିଷଦ ସଭ୍ୟ ଦେନାରାୟଣ ତିଓାରି, ପୂର୍ବତନ ବିଧାୟକ ରମେଶ ପଟୁଆ ଏବଂ ଦଳିୟ କର୍ମୀଙ୍କ ଗହଣରେ ଲଇଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର, ଭାଗିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଲଇଡା ନୋଡାଲ୍ ସ୍କୁଲ ପରିଦର୍ଶନ କରିଥିଲେ। ଲଇଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ ସମୟରେ କର୍ମଚାରୀ ଉପସ୍ଥାନ ଖାତା ଯାଞ୍ଚ ସମୟରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନେକ କର୍ମଚାରୀ ବିନା ଦରଖାସ୍ତ ରେ ଅନୁପସ୍ଥିତ ଥିବାର ଦେଖି ଅଧ୍ୟକ୍ଷା ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଅନୁପସ୍ଥିତ ଥିାବ କର୍ମଚାରୀମାନଙ୍କୁ କୈପିୟତ ମଗାଯିବା ଏବଂ ଏ ସଂକ୍ରାନ୍ତରେ ସିଡିଏମଓ ଓ ଜିଲ୍ଲାପାଳଙ୍କୁ ଅବଗତ କରାଯିବ ବୋଲି ଅଧ୍ୟକ୍ଷା ଶ୍ରୀମତୀ ପଟେଲ କହିଥିଲେ। ଏହାପରେ ଭାଗିପାଲି ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ଜରାଜୀର୍ଣ୍ଣ ଅବସ୍ଥାରେ ଥିବା କୋଠରି ଏବଂ ଭାଙ୍ଗି ଯାଇଥିବା ପାଚେରୀର ମରାମତି କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଲଇଡା ନୋଡାଲ୍ ସ୍କୁଲ୍ ପରିଦର୍ଶଣ କରିବା ଅବସରରେ ଜିଲ୍ଲଉା ପରିଷଦ ଅଧ୍ୟକ୍ଷା ସେଠାରେ ନିର୍ମାଣ ହୋଇଥିବା ନୂତନ ଶ୍ରେଣୀ କୋଠରିକୁ ଉଦଘାଟନ କରିଥିଲେ। ସ୍କୁଲରେ ଥିବା ବିଭିନ୍ନ ଭିତ୍ତିଭୂମି ଜନିତ ସମସ୍ୟାର ପର୍ଯ୍ୟାୟକ୍ରମେ ସମାଧାନ କରାଯିବ ବୋଲି ଅଧ୍ୟକ୍ଷା ଶ୍ରୀମତୀ ନାଏକ ପ୍ରତିଶ୍ରୁତି ଦେଇଥିଲେ। ପରିଦର୍ଶନ ସମୟରେ ଲଇଡା, ରେଙ୍ଗଲୋଇ ଏବଂ କିନାଲୋଇ ପଞ୍ଚାୟତ ଅଞ୍ଚଳର ବହୁ ସଂଖ୍ୟକ ବିଜେଡି କର୍ମୀ ଉପସ୍ଥିତ ଥିଲେ।
Popular Categories



