www.samajalive.in
Saturday, December 6, 2025
16.1 C
Bhubaneswar

ଜଳିଗଲା ଯାତ୍ରୀବାହୀ ବସ୍‌ ; ୧୭ ଶିଶୁ ସହ ୭୧ ଯାତ୍ରୀ ମୃତ

କାବୁଲ୍‌ : ପଶ୍ଚିମ ଆଫଗାନିସ୍ତାନର ହେରାତ୍‌ରେ ଏକ ଛାତିଥରା, ମର୍ମନ୍ତୁଦ ସଡକ ଦୁର୍ଘଟଣାର ଖବର ବୁଧବାର ସାମ୍ନାକୁ ଆସିଛି । ମଙ୍ଗଳବାର ଦିନ ଆଫଗାନିସ୍ତାନରୁ ଇରାନରୁ ଫେରିଥିବା ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ବସ୍‌ରେ ଅଗ୍ନିକାଣ୍ଡ ଘଟି ପ୍ରାୟ ୭୧ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଏହି ଯାତ୍ରୀବାହୀ ବସ୍‌ ଏକ ଟ୍ରକ୍‌ ଓ ମୋଟରସାଇକେଲ ସହ ଧକ୍କା ହେବା ପରେ ବସ୍‌ଟି ଜଳି ଯାଇଥିଲା । ମୃତକଙ୍କ ମଧ୍ୟରେ ୧୭ ଶିଶୁ ରହିଛନ୍ତି ବୋଲି କୁହାଯାଉଛି । ବସ୍‌ଟି ଦ୍ରୁତ ଗତିରେ ଥିବା ସହ ଅସାବଧାନତା କାରଣରୁ ଦୁର୍ଘଟଣା ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ପ୍ରଦେଶ ସରକାରଙ୍କ ମୁଖପାତ୍ର ଅହମଦୁଲ୍ଲା ମୁତାକି ଏକ୍ସରେ ଏହି ଘଟଣାକୁ ନିଶ୍ଚିତ କରିଛନ୍ତି ଏବଂ ଏହାକୁ ସାମ୍ପ୍ରତିକ ସମୟର ସବୁଠାରୁ ଭୟଙ୍କର ସଡ଼କ ଦୁର୍ଘଟଣା ବୋଲି କହିଛନ୍ତି। ସେ କହିଛନ୍ତି ଯେ, ହେରାତରେ ଏକ ବସ୍ ଏକ ଟ୍ରକ୍ ଏବଂ ମୋଟରସାଇକେଲ ସହିତ ଧକ୍କା ହେବା ଫଳରେ ୭୧ ଜଣଙ୍କର ମୃତ୍ୟୁ ହୋଇଛି।
ସୋସିଆଲ ମିଡିଆରେ ଏହି ଦୁର୍ଘଟଣାର ଛାତିଥରା ଭିଡିଓ ମଧ୍ୟ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି।

ଆଉ ଅଳ୍ପ ଦିନ..୧୦୦ ବର୍ଷ ପରେ ପିତୃପକ୍ଷରେ ସୂର୍ଯ୍ୟପରାଗ ପୁଣି ଚନ୍ଦ୍ର ଗ୍ରହଣ; ଏହି ୩ ରାଶିଙ୍କୁ ମିଳିବ ବଡ ଖୁସି, ସଫଳତା, ହେବେ କୋଟିପତି..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories