www.samajalive.in
Sunday, December 14, 2025
19.1 C
Bhubaneswar

କାହିଁକି ବାଦ୍‌ ପଡ଼ିଲେ ଶ୍ରେୟସ, ଯଶସ୍ବୀ

ନୂଆଦିଲ୍ଲୀ: ଏସିଆ କପ୍‌ କ୍ରିକେଟ-୨୦୨୫ ଆସନ୍ତା ସେପ୍ଟେମ୍ବର ୯ରୁ ୨୮ପର୍ଯ୍ୟନ୍ତ ୟୁଏଇରେ ଖେଳାଯିବ। ଏଥିପାଇଁ ବିସିସିଆଇ ସିନିୟର ମନୋନୟନ କମିଟି ପକ୍ଷରୁ ମଙ୍ଗଳବାର ୧୫ଜଣିଆ ଭାରତୀୟ ଦଳ ମନୋନୟନ କରାଯାଇଛି। ଦଳରେ ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ ଶ୍ରେୟସ ଆୟର ଓ ଯୁବ ଓପନର ଯଶସ୍ବୀ ଜୟସୱାଲଙ୍କୁ ସୁଯୋଗ ମିଳିନାହିଁ। ଜୟସୱାଲ ୫ ଜଣିଆ ଷ୍ଟାଣ୍ଡବାଇ ଖେଳାଳି ତାଲିକାରେ ରହିଛନ୍ତି। ଦଳରେ ଓପନର ଭାବେ ଅଭିଷେକ ଶର୍ମା ଓ ସଞ୍ଜୁ ସାମସନଙ୍କୁ ନିଆଯାଇଥିବାବେଳେ ଯଶସ୍ବୀଙ୍କୁ ସୁଯୋଗ ମିଳିନାହିଁ। ସାମସନ ଓ ଅଭିଷେକ ଟ୍ବେଣ୍ଟି୨୦ କ୍ରିକେଟରେ ଓପନର ଭାବେ ଭଲ ପ୍ରଦର୍ଶନ କରିଥିବାରୁ ଯଶସ୍ବୀଙ୍କୁ ବିଚାରକୁ ନିଆଯାଇନଥିଲା। ଯଶସ୍ବୀ ଜୟସୱାଲ ୨୩ଟି ଟ୍ବେଣ୍ଟି୨୦ ମ୍ୟାଚ ଖେଳି ଗୋଟିଏ ଶତକ ଓ ୫ଟି ଅର୍ଦ୍ଧଶତକ ସହ ୭୨୩ରନ କରିଛନ୍ତି। ଟ୍ବେଣ୍ଟି୨୦ କ୍ରିକେଟରେ ଯଶସ୍ବୀଙ୍କ ଭଲ ରେକର୍ଡ ରହିଥିଲେ ମଧ୍ୟ ତାଙ୍କୁ ସୁଯୋଗ ମିଳିନାହିଁ।

ଅନ୍ୟପକ୍ଷରେ ଅଭିଷେକଙ୍କ ନିକଟରେ ବୋଲିଂ ଦକ୍ଷତା ରହିଥିବାରୁ ସେ ଓପନର ଭାବେ ପ୍ରଥମ ପସନ୍ଦର ଖେଳାଳି ରହିଛନ୍ତି। ମଧ୍ୟକ୍ରମରେ ଖେଳାଳି ମନୋନୟନ କରିବା ମନୋନୟନକାରୀଙ୍କ ପାଇଁ ଆହ୍ବାନ ଥିଲା। ଯାହା ଫଳରେ ୨୦୨୫ ଆଇପିଏଲରେ ୬୦୦ରୁ ଅଧିକ ରନ କରିଥିଲେ ମଧ୍ୟ ଶ୍ରେୟସ ଆୟରଙ୍କୁ ସୁଯୋଗ ମିଳିନାହିଁ। ତିଳକ ବର୍ମା ୩ ନମ୍ବର ସ୍ଥାନ ଲାଗି ଦଳରେ ସ୍ଥାନ ପାଇଛନ୍ତି। ତିଳକ ଗତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ବେଣ୍ଠି୨୦ ଶୃଙ୍ଖଳାରେ ୨ଟି ଶତକ ସହ ୨୮୦ରନ କରିଥିଲେ। ତିଳକ ବର୍ମାଙ୍କ ପ୍ରଦର୍ଶନକୁ ବିଚାରକୁ ନିଆଯାଇଥିବାରୁ ଶ୍ରେୟସଙ୍କୁ ସୁଯୋଗ ମିଳିନାହିଁ। ଶ୍ରେୟସ ଓ ଯଶସ୍ବୀ ଏସିଆ କପ୍‌ ଲାଗି ଭାରତୀୟ ଦଳରେ ସ୍ଥାନ ପାଇବା ନେଇ ଆଶା ରଖିଥିଲେ ମଧ୍ୟ ନିରାଶ ହୋଇଛନ୍ତି। ଶ୍ରେୟସ ୫୧ଟି ଟ୍ବେଣ୍ଟି୨୦ ମ୍ୟାଚ ଖେଳି ୮ଟି ଅର୍ଦ୍ଧଶତକ ସହ ୧୧୦୪ରନ କରିଛନ୍ତି। ଏସିଆ କପ୍‌ କ୍ରିକେଟ ବିସିସିଆଇ ଆୟୋଜନ କରୁଛି। ଭାରତ ଗ୍ରୁପ-ଏ ରେ ପାକିସ୍ତାନ, ୟୁଏଇ ଓ ଓମାନ ସହ ସ୍ଥାନ ପାଇଛି। ଭାରତ ୧୦ରେ ୟୁଏଇ, ୧୪ରେ ପାକିସ୍ତାନ ଓ ୧୯ରେ ଓମାନ ସହ ଲିଗ୍‌ ମ୍ୟାଚ ଖେଳିବ। ଭାରତ ସମସ୍ତ ମ୍ୟ​‌ାଚ ଦୁବାଇରେ ଖେଳିବ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories