www.samajalive.in
Sunday, December 14, 2025
17.1 C
Bhubaneswar

ବିଲେଇ ପାଇଁ ବିଜ୍ଞାପନକୁ ନେଇ ଚର୍ଚ୍ଚା

ବଲାଙ୍ଗୀର: ସାମାଜିକ ଗଣମାଧ୍ୟମର ପ୍ରଚାର ପ୍ରସାର ପରେ ଦେଶ ବିଦେଶରେ ସାମାନ୍ୟ ମନେ ହେଉଥିଲେ ବି କିଛି ଖବର ରୋମାଞ୍ଚ ସୃଷ୍ଟି କରେ। ଏଇ ଯେମିତି, କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣିରେ ଲାଗିଥିବା ପୋଷ୍ଟରଗୁଡିକ ଭିନ୍ନ ଖୋରାକ ଯୋଗାଇଛି। ସାଧାରଣତଃ ବିଲେଇ ଏହି ଅଞ୍ଚଳର ଘରେ ଘରେ ବୁଲୁଥିବା ଏବଂ ଗୃହପାଳିତ ପ୍ରାଣୀ ଭାବେ ରଖାଯାଉଥିବା ଦେଖିବାକୁ ମିଳେ। ତେବେ ବର୍ତ୍ତମାନ ଏହି ଅଞ୍ଚଳରେ ଏକ ବିଲେଇ ପାଇଁ ବିଜ୍ଞାପନ ମରାଯାଇଛି।

କାନ୍ଥବାଡ଼ରେ ଲାଗିଥିବା ପୋଷ୍ଟର ଅନୁସାରେ, ଆମପାଣି ଅଞ୍ଚଳରେ ପ୍ରସିଦ୍ଧ ଦଶହରା ଯାତ୍ରା ଅନୁଷ୍ଠିତ ହେଉଥିଲା। ଆମପାଣି ବନ ବିଭାଗର ଫରେଷ୍ଟର ନିଜ ଘରେ ମହାରାଷ୍ଟ୍ର ପ୍ରଜାତିର ଏକ ବିଲେଇ ରଖିଥିଲେ। ଦଶହରା ଦିନ ବିଲେଇର ଖୋଜଖବର ମିଳିଲାନି। ଦଶହରା ଯାତ୍ରାର ସୁଯୋଗ ନେଇ କେହି ପାଳିତ ବିଲେଇକୁ ନେଇ ଯାଇଥିବା ଆଶଙ୍କା କରୁଛନ୍ତି। ତେଣୁ ବିଲେଇ ଖୋଜି ଆଣିଲେ ପ୍ରଥମେ ୨ହଜାର ଟଙ୍କା ପୁରସ୍କାର ଘୋଷଣା କରିଥିବା ବେଳେ ଏବେ ବିଲେଇ ଠିକଣା ଦେଲେ ୧୦ହଜାର ଟଙ୍କା ଦେବେ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ଏହି ଖବର କୋକସରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories