www.samajalive.in
Saturday, December 6, 2025
14.1 C
Bhubaneswar

ବୌଦ୍ଧ ଜିଲା ଓକିଲ ସଂଘର ନିର୍ବାଚନ

ବୌଦ୍ଧ : ରାଜ୍ୟ ଆଇନ ପରିଷଦ ପକ୍ଷରୁ ସାରା ରାଜ୍ୟରେ ସମସ୍ତ ଓକିଲ ସଂଘ ପକ୍ଷରୁ ଆସନ୍ତା ୧୨ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ କିନ୍ତୁ ବୌଦ୍ଧ ଜିଲା ଓକିଲ ସଂଘର ସମସ୍ତ ପ୍ରତିନିଧି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ଜଣାପଡିଛି। ସାରା ରାଜ୍ୟରେ ଓକିଲ ସଂଘ ନିର୍ବାଚନ ପାଇଁ ଗତ ୨୪ ତାରିଖଠାରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏନେଇ ବୌଦ୍ଧ ଜିଲା ଓକିଲ ସଂଘ ପକ୍ଷରୁ ଗତ ୨୫ ତାରିଖରେ କର୍ମକର୍ତ୍ତା ପାଇଁ ନାମାଙ୍କନ କରାଯାଇଥିଲା। ଏହି ନିର୍ବାଚନରେ ସଭାପତି ଭାବେ ବରିଷ୍ଠ ଆଇନଜିବୀ ତାରେଣୀ କୁମାର ମହାପାତ୍ର, ସମ୍ପାଦକ ଭାବେ ଅଶୋକ କୁମାର ମିଶ୍ର, ଉପସଭାପତି ଭାବେ ଅଶୋକ କୁମାର ସାହୁ , ସହ ସଂପାଦକ ଆଶୁତୋଷ ସାହୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।

ତାରେଣୀ ମହାପାତ୍ର
ଅଶୋକ କୁମାର ମିଶ୍ର

ସେହିପରି ସଂଘର କାର୍ଯ୍ୟକାରୀ ସଦସ୍ୟ ଭାବେ ବରିଷ୍ଠ ଆଇନଜୀବୀ ଗିରିଶ ଚନ୍ଦ୍ର ପଣ୍ଡା, ଅଚ୍ୟୁତାନନ୍ଦ ମିଶ୍ର, ନାରାୟଣ ପ୍ରସାଦ ପରିଜା, ନଳିନୀ କୁମାର କର୍ଣ୍ଣ, ସୁଧିର କର୍ଣ୍ଣ, ବନବିହାରୀ ପଟ୍ଟନାୟକ, ଚିତ୍ତରଞନ ପାଣିଗ୍ରହୀ , ନବ କୁମାର ମିଶ୍ର, ଅଙ୍କିତା ଶତପଥି, ତଦସା ମାଝୀ ଏବଂ ୱେଲଫେୟାର ସଂଯୋଜକ ଭାବେ ସୁରେଶ ଚନ୍ଦ୍ର ମେହେର ଓ ଲାଇବ୍ରିଆନ ଭାବେ ବିଶ୍ୱମୋହନ ଶତପଥି ମଧ୍ୟ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି। ବୌଦ୍ଧ ଜିଲା ଓକିଲ ସଂଘର ନିର୍ବାଚନ ଅଧିକାରୀ ଭାବେ ବରିଷ୍ଠ ଆଇନଜିବୀ ଧୁରୀଣ କୁମାର ଦେହୁରୀ ଦାୟିତ୍ୱ ତୁୁଲାଇଥିଲେ। ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ନେଇ ନିର୍ବାଚନ ଅଧିକାରୀ ଆଇନଜିବୀ ଶ୍ରୀ ଦେହୁରୀ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି। ଆଇନଜିବୀ ଶ୍ରୀ ମହାପାତ୍ର ଦ୍ୱିତୀୟ ଥର ପାଇଁ ଜିଲ୍ଲା ଓକିଲ ସଂଘର ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ସପ୍ତମ ଥର ପାଇଁ ସଂପାଦକ ଭାବେ ଅଶୋକ କୁମାର ମିଶ୍ର ନିର୍ବାଚିତ ହୋଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories