www.samajalive.in
Saturday, December 6, 2025
16.1 C
Bhubaneswar

ସଡକ ଦୁର୍ଘଟଣାରେ ଜଣଙ୍କର ମୃତ, ଅନ୍ୟ ଜଣେ ଆହତ

ଭଂଜନଗର : ଭଂଜନଗର ସହର ଠାରୁ ମାତ୍ର ଦୁଇ କି.ମି  ଦୂର ବେଳଗୁଣ୍ଠା ରାସ୍ତାର ପ୍ରେରଣା ପୀଠ ଠାରେ ବାଇକ ଦୁର୍ଘଟଣା  ଘଟି ଜଣେ ଯୁବକର ମୃତ ଘଟିଥିବା ବେଳେ ଅନ୍ୟ ଜଣେ ଯୁବକ ଆହାତ ହୋଇଛନ୍ତି। ବୁଧବାର ରାତି ପ୍ରାୟ ୧୦ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ମୃତ ଯୁବକର ନାମ ଶରତ ନାଇକ ଓ ତାର ଘର ଜଗନ୍ନାଥପ୍ରସାଦ ଥାନା ଅର୍ନ୍ତଗତ ଗଣ୍ଡାଧର ପଞ୍ଚାୟତର ହରିପୁର ଗାଁ ହୋଇଥିବା ବେଳେ ଆହାତ ଯୁବକଙ୍କ ନାମ ନିଳାମ୍ବର ଡାକୁଆ ଓ ତାର ଘର ସେହି ଥାନା ଅନ୍ତର୍ଗତ ଜିରାବାଡି ଗ୍ରାମ ବୋଲି ଜଣାପଡିଛି। ଉଭୟ ସାଂଗ ଗୋଟିଏ ବାଇକରେ କୌଣସି କାମରେ ଭଂଜନଗର ଆସି ଫେରୁଥିବା ବେଳେ ପ୍ରେରଣାପୀଠର ବଙ୍କିମ ରାସ୍ତା ଅତିକ୍ରାନ୍ତ କରି ନ ପାରି ରାସ୍ତା ପାର୍ଶ୍ବରେ ଥିବା ଗୋଟିଏ ଗଛକୁ ପିଟି ଦେଇଥିଲେ। ଗାଡିର ବେଗ ଅତ୍ୟନ୍ତ ପ୍ରଖରଥିବାରୁ ଚାଳକ ଶରତ ଗଛ ସହ ପ୍ରଚଣ୍ଡ ବେଗରେ ପିଟି ହୋଇ ଶରୀରର ବିଭିନ୍ନ ସ୍ଥାନରେ ପ୍ରବଳ କ୍ଷତ ସୃଷ୍ଟିହୋଇଥିଲା। । କିଂତୁ ପଛରେ ବସିଥିବା ଅନ୍ୟ ଏକ ସାଂଗ ନିଳାମ୍ବର ବାଇକୁ ଛିଟିକି ସାମନ୍ୟ ଆହତ ହୋଇଥିଲେ। ମୁମୂର୍ଷ ଅବସ୍ଥାରେ ଶରତକୁ ଭଂଜନଗର ସରକାରୀ ହାସ୍ପିଟାଲ ଅଣାଯାଇଥିଲା। ଡାକ୍ତର ଏଠାରେ ତାଙ୍କର ମୃତ ଘୋଷଣା କରିଥିଲେ। ଉଭୟ ସାଂଗଙ୍କ ବୟସ ୨୮/୩୦  ହେବ ବୋଲି  ଜଣାପଡିଛି।

Hot this week

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

Related Articles

Popular Categories