ଓକିଲଙ୍କୁ ପୁଲିସର ମାଡ ଘଟଣା; ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ସଂଘର ନିଷ୍ପତ୍ତି

0

କଟକ: କଟକରେ ଓକିଲଙ୍କୁ ପୁଲିସର ମାଡ ଘଟଣାରେ ହାଇକୋର୍ଟ ଓକିଲ ସଂଘ ପକ୍ଷରୁ ଆନ୍ଦୋଳନକୁ ଅଧିକ ତୀବ୍ର କରାଯାଇଛି । କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବାକୁ ଓକିଲ ସଂଘ ନିଷ୍ପତ୍ତି ନେଇଛି । ଆସନ୍ତାକାଲି ଠାରୁ ସବୁ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ଓକିଲମାନେ ଧାରଣା ଦେଇ ସରକାରୀ କାର୍ଯ୍ୟବନ୍ଦ କରାଇବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଗୁରୁବାର ଦିନ ଓକିଲ ସଂଘ ନବୀନ ନିବାସ ଘେରଉ କରି ସ୍ମାରକପତ୍ର ପ୍ରଦାନ କରିବେ ନିଷ୍ପତ୍ତି ହୋଇଛି । ଏହା ସହ ବୁଧବାର ଦିନ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ନିଷ୍ପତ୍ତି ନିଆଯିବ ବୋଲି ହାଇକୋର୍ଟ ଓକିଲ ସଂଘ ସଭାପତି ଶ୍ରୀକାନ୍ତ ନାୟକ ସୂଚନା ଦେଇଛନ୍ତି ।

Leave A Reply