www.samajalive.in
Sunday, December 7, 2025
26.1 C
Bhubaneswar

ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ବିକ୍ରି ଅଭିଯୋଗରେ ଚଢ଼ାଉ

କଲମପୁର: କଲମପୁର ଅଂଚଳର ବିଭିନ୍ନ ଦୋକାନରେ ଅପମିଶ୍ରିତ ତଥା ଭେଜାଲ ସାମଗ୍ରୀ ବିକ୍ରୟ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲା। ଏହି ଅଭିଯୋଗକୁ ଭିତ୍ତିକରି ଗୁରୁବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଅବକାରୀ ବିଭାଗର ସହଯୋଗରେ ମିଳିତ ଭାବେ କଲମପୁରର ସମସ୍ତ ଦୋକାନ ଉପରେ ଚଢାଉ କରାଯାଇଛି। ବିଭିନ୍ନ ଖାଦ୍ୟ ସାମଗ୍ରୀ ବିକ୍ରୟ କରୁଥିବା ଦୋକାନୀମାନେ କେଉଁ ମାନର ଖାଦ୍ୟ ବିକ୍ରୟ କରୁଛନ୍ତି ତାହାକୁ ଅଧିକାରୀମାନେ ଯାଞ୍ଚ କରିଥିଲେ। ଏହାପରେ ଖାଦ୍ୟ ସାମଗ୍ରୀ ବିକ୍ରୟ କରିବା ପାଇଁ ଆବଶ୍ୟକ ଲାଇସେନ୍ସ ଅଛି କି ନାହିଁ ତାହା ମଧ୍ୟ ଯାଞ୍ଚ ହୋଇଥିଲା। ଯେଉଁମାନଙ୍କର ଫୁଡ ଲାଇସେନ୍ସ ନାହିଁ ସେମାନଙ୍କୁ ତୁରନ୍ତ ଫୁଡ ଲାଇସେନ୍ସ କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ଏହାପରେ ଭାଙ୍ଗ, ଗୁଟଖା ଆଦି ତମ୍ବାଖୁ ଜାତୀୟ ମାଦକଦ୍ରବ୍ୟ ବିକ୍ରୟ କରୁଥିବା ଦୋକାନ ଉପରେ ଚଢାଉ କରାଯାଇଥିଲା। ମାଦକ ଦ୍ରବ୍ୟ ବିକ୍ରୟ ନିଷେଧ ନେଇ ଥିବା ଆଇନ ଉପରେ ଦୋକାନୀଙ୍କୁ ସଚେତନ କରାଯାଇଥିଲା। ଏହାସହ ଦୋକାନୀମାନଙ୍କଠାରୁ ଜରିମାନା ଆଦାୟ ହୋଇଥିଲା।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories