www.samajalive.in
Monday, December 15, 2025
26.1 C
Bhubaneswar

ଭାରତ ପାଇଁ ଐତିହାସିକ ଦିନ : ଏଲ-ୱାନ୍ ପଏଣ୍ଟରେ ପହଞ୍ଚିବ ଆଦିତ୍ୟ

ନୂଆଦିଲ୍ଲୀ : ସଫଳ ହେବାକୁ ଯାଉଛି ଭାରତର ସୂର୍ଯ୍ୟ ମିଶନ। ଆଜି ସୂର୍ଯ୍ୟ ମିଶନ ପାଇଁ ଧାର୍ଯ୍ୟ କକ୍ଷପଥରେ ସ୍ଥାପିତ ହେବ ଆଦିତ୍ୟ ଏଲ୍-ୱାନ୍ । ଶନିବାର ଅପରାହ୍ନ ୪ଟାରେ ଏହାକୁ ଲାଗରେଞ୍ଜ ପଏଣ୍ଟରେ ଅବସ୍ଥାପିତ କରାଯିବ। ଏହି କକ୍ଷପଥରେ ଘୂର୍ଣ୍ଣନ କରି ସୂର୍ଯ୍ୟ ଉପରେ ଅଧ୍ୟୟନ କରିବ । ଏ ନେଇ ଇସ୍ରୋ ପକ୍ଷରୁ ସୂଚନା ମିଳିଛି। ଆଦିତ୍ୟ ଏଲ୍-ୱାନ୍ ପଏଣ୍ଟ ହେଉଛି ସେହି ସ୍ଥାନ ଯେଉଁଠାରେ ପୃଥିବୀ ଓ ସୂର୍ଯ୍ୟର ଉଭୟ ଗ୍ରହର ମାଧ୍ୟାକର୍ଷଣ ମଧ୍ୟରେ ସନ୍ତୁଳନ ରହିଛି।

ପୃଥିବୀଠାରୁ ସୂର୍ଯ୍ୟ ମଧ୍ୟରେ ଏଭଳି ୫ଟି ଲାଗରେଞ୍ଜ ପଏଣ୍ଟ ରହିଛି। ପ୍ରଥମ ଲାଗରେଞ୍ଜ ପଏଣ୍ଟ ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ଅବସ୍ଥିତ । ଏଠାରେ ଆଦିତ୍ୟ ଏଲ୍-ୱାନ୍ ରହି ସୂର୍ଯ୍ୟର ବିଭିନ୍ନ ଗତିବିଧି ଓ ମହାକାଶର ପାଣିପାଗ ସମ୍ପର୍କରେ ଅନୁଧ୍ୟାନ କରିବ । ସେପ୍ଟେମ୍ବର ୨ ତାରିଖରେ ଇସ୍ରୋ ଦେଶର ପ୍ରଥମ ସୌର ମିଶନ ଆଦିତ୍ୟ ଏଲ୍-ୱାନ୍ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଆରମ୍ଭ କରିଥିଲା। ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋର ଜଣେ ଅଧିକାରୀଙ୍କ କହିବା ମୂତାବକ ଆଦିତ୍ୟ ଏଲ୍-ୱାନ୍ ପଥରେ ପହଞ୍ଚି ସାରିଛି। ଆଜି କକ୍ଷପଥରେ ସ୍ଥାପିତ ହେବ।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories