ଜନସାଧାରଣଙ୍କୁ ସୁସ୍ଥ ରହିବା ଉପାୟ ଦେଖାଇଲା ଆଦିତ୍ୟ ଆଲୁମିନିୟମ
ଭୁବନେଶ୍ୱର: ପୁଷ୍ଟିକର ଖାଦ୍ୟର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିବା ପାଇଁ ଆଦିତ୍ୟ ବିର୍ଲା ଗ୍ରୁପ୍ର ଆଦିତ୍ୟ ଆଲୁମିନିୟମ ସମ୍ବଲପୁର ଜିଲା ରେଙ୍ଗାଳି ବ୍ଲକ ଜନସାଧାରଣଙ୍କ ସହିତ ନିଜକୁ ସକ୍ରିୟ ଭାବରେ ନିୟୋଜିତ କରିଛି ଏବଂ ସରକାରଙ୍କ ସହିତ ଘନିଷ୍ଠ ଭାବରେ ମିଶି କାର୍ଯ୍ୟ କରୁଛି। ସରକାରଙ୍କ ‘ସୁପୋଷଣ’ ପ୍ରକଳ୍ପରେ ପ୍ରତିବଦ୍ଧ ସହଭାଗୀମାନଙ୍କ ମଧ୍ୟରେ ଆଦିତ୍ୟ ଆଲୁମିନିୟମ ଅନ୍ୟତମ ସହଭାଗୀ ହୋଇଛି। ଏହାର ମୋଟାମୋଟି ଲକ୍ଷ୍ୟ ହେଉଛି ରେଙ୍ଗାଳି ବ୍ଲକର ଛଅଟି ଗ୍ରାମ ପଞ୍ଚାୟତର ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ସ୍ୱାସ୍ଥ୍ୟକର ଖାଦ୍ୟାଭ୍ୟାସର ଗୁରୁତ୍ୱପୂର୍ଣ୍ଣ ଦିଗ ଏବଂ ସେଗୁଡିକର ସକାରାତ୍ମକ ପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରିବା।
ଆଦିତ୍ୟ ଆଲୁମିନିୟମର ୟୁନିଟ ହେଡ ସମୀର ନାୟକ ଏ ସମ୍ପର୍କରେ ପ୍ରକାଶ କରି କହିଛନ୍ତି, ସୁପୋଷଣ ଅଭିଯାନ ଜରିଆରେ ଆମେ ଏକ ସଚେତନତା ସୃଷ୍ଟି କରିବାରେ ସମର୍ଥ ହୋଇଛୁ ଯାହା କର୍ମଚାରୀଙ୍କ କଲ୍ୟାଣରେ ବୃଦ୍ଧିଘଟାଇଛି ଏବଂ ଆଭ୍ୟନ୍ତରୀଣ ଅଞ୍ଚଳକୁ ପ୍ରବେଶ କରି ନାଏକପଡା ଏବଂ ନାରୁପଡା ଆଦି ଆମର ଆଦର୍ଶ ଗ୍ରାମଗୁଡିକରେ ଏହା ପହଞ୍ଚିପାରିଛି। ଆମେ ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଯାଉଥିବା ମା’, କିଶୋରୀ ବାଳିକା ଏବଂ ସମସ୍ତ ବୟସ ବର୍ଗର ପିଲାଙ୍କ ନିକଟରେ ପହଞ୍ଚୁଛୁ। ଆମେ ଗର୍ଭବତୀ ଏବଂ ସ୍ତନ୍ୟପାନ କରାଯାଉଥିବା ମା’ମାନଙ୍କୁ ପୁଷ୍ଟିସାଧନ କିଟ୍ ବଣ୍ଟନ କରିଛୁ, ପୋଷଣ ଅଭିଯାନ ଅଧୀନରେ ସରକାରୀ ପ୍ରୟାସର ଏକ ଅଂଶବିଶେଷ ‘ମୋ ବଗିଚା ଅଭିଯାନ’ ଅନ୍ତର୍ଗତ ଜୀବିକା ମିଶନ (ଓଏଲଏମ)ର ପୋଷଣ ବଗିଚା ସହାୟତାର ସୁଫଳକୁ ଉପଯୋଗ କରିଛୁ ଏବଂ ଘର ପଛପଟେ ଫଳ ବଗିଚା ବିକାଶ ପାଇଁ ଫଳ ଚାରା ଆବଣ୍ଟନ କରିଛୁ।
ଏଥିସହିତ ଆଦିତ୍ୟ ଆଲୁମିନିୟମ ଶିଶୁ ବିଶେଷଜ୍ଞଙ୍କ ସୁପାରିଶ ଅନୁଯାୟୀ ପିଲାମାନଙ୍କ ପାଇଁ ମଲ୍ଟିଭିଟାମିନ ଯୋଗାଇ ଦେଉଛି। ହର୍ଲିକ୍ସ, ଗୁଡ ଏବଂ ସୋୟା ବଡି ଥିବା ଏକ ପୁଷ୍ଟିସାଧନ କିଟ୍ ଯୋଗାଇ ଦିଆଯାଉଛି। କମ୍ପାନୀ ମା’ମାନଙ୍କ ନିକଟରେ ପହଞ୍ଚି ସାଧାରଣ ଉପାଦାନଗୁଡିକୁ ନେଇ କିଭଳି ପୁଷ୍ଟିକର ଭୋଜନ ପ୍ରସ୍ତୁତ କରାଯାଇପାରିବ ଏବଂ ଘରେ ପରଷାଯାଇ ପାରିବ ତାହା ବୁଝାଉଛି। ପ୍ରତ୍ୟେକ ପରିବାରକୁ ରନ୍ଧାଖାଦ୍ୟର ଏକ ଚିଠା ଦିଆଯାଇଛି ଯାହା ସେମାନଙ୍କ ପାଇଁ ସମୁଦାୟ ପ୍ରକ୍ରିୟାକୁ ସହଜ କରିବ। ରେଙ୍ଗାଳି ଶିଶୁ ବିକାଶ କାର୍ଯ୍ୟକ୍ରମ ଅଧିକାରୀ ଲୀଳାବତୀ ନାଗ କହିଛନ୍ତି, ଏଦିଗରେ ସରକାରୀ ପ୍ରୟାସ ସହିତ କମ୍ପାନୀ ପରିପୂରକ ଭାବରେ କାର୍ଯ୍ୟ କରୁଛି। ଗୋଷ୍ଠୀ ମଧ୍ୟରେ ପୁଷ୍ଟିସାଧନ ବିଷ ଉପରେ ସଚେତନତାର ଘୋର ଅଭାବ କାରଣରୁ ଅପପୁଷ୍ଟି ଏବଂ ରକ୍ତହୀନତା ଭଳି ସମସ୍ୟା ପରିଲକ୍ଷିତ ହେଉଛି। ପରିବାର ସଦସ୍ୟଙ୍କ ଯତ୍ନ ନେଉଥିବା ମହିଳାମାନେ ନିଜେ ଦିନ ମଜୁରିଆ ଭାବରେ କାର୍ଯ୍ୟ କରୁଛନ୍ତି ଅଥବା ସେମାନେ ରକ୍ତହୀନତା ଏବଂ ଅପପୁଷ୍ଟିର ମୁକାବିଲା ନିମନ୍ତେ ସେମାନଙ୍କ ନିଜ ଦେହରେ ଲୋହିତ ରକ୍ତ କଣିକାରେ ବୃଦ୍ଧି ଘଟାଇବାକୁ କିଭଳି ପଦକ୍ଷେପ ନେବା ଆବଶ୍ୟକ ସେ ସମ୍ପର୍କରେ ସଂପୂର୍ଣ୍ଣ ଭାବେ ଅଜ୍ଞ ଅଟନ୍ତି।
Comments are closed.