ମୋଦୀଙ୍କ ହାତରେ ‘ରାଜଦଣ୍ଡ’

ଆସନ୍ତାକାଲି ନୂଆ ସଂସଦ ଭବନରେ ସ୍ଥାନିତ ହେବ ସେନଗଲ

ନୂଆଦିଲ୍ଲୀ: ନୂତନ ସଂସଦ ଭବନରେ ଆସନ୍ତାକାଲି ସ୍ଥାନିତ ହେବ ଏହି ସେନଗଲ ବା ‘ରାଜଦଣ୍ଡ’ ।  ପୂଜାର୍ଚ୍ଚନା ପରେ ଅଧୀନମ ମଠ ମହନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ରାଜଦଣ୍ଡ’ ହସ୍ତାନ୍ତର କରିଛନ୍ତି ।

prayash

ଏହା ହେଉଛି ସେହି ସମାନ ‘ରାଜଦଣ୍ଡ’ ବା ସେନଗଲ ଯାହାକୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଶ୍ରୀ ଜବାହରଲାଲ ନେହରୁ ୧୪ ଅଗଷ୍ଟ ୧୯୪୭ ରାତିରେ ତାଙ୍କ ବାସଭବନ ଠାରେ ଅନେକ ନେତାଙ୍କ ଉପସ୍ଥିତିରେ ଗ୍ରହଣ କରିଥିଲେ ।

ଭାରତର ସ୍ୱାଧୀନତା ଅବସରରେ ଘଟିଥିବା ସମଗ୍ର ଘଟଣାକୁ “ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଆଜି ବି ଭାରତର ଅଧିକାଂଶ ଲୋକ ଏହି ଘଟଣା ବିଷୟରେ ଅବଗତ ନୁହଁନ୍ତି । ଯେଉଁଥିରେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ ‘ରାଜଦଣ୍ଡ’ ପ୍ରଦାନ କରି ଭାରତର କ୍ଷମତା ହସ୍ତାନ୍ତର ହୋଇଥିଲା । ଅଗଷ୍ଟ ୧୪, ୧୯୪୭ ର ରାତିରେ ଏହା ଏକ ସ୍ୱତନ୍ତ୍ର ଉତ୍ସବ ଥିଲା, ଯେତେବେଳେ ଭାରତର ସ୍ୱାଧୀନତା ଉତ୍ସବ ପାଳନ କରାଯାଇଥିଲା । ଏହି ରାତିରେ ଜବାହରଲାଲ ନେହରୁ ତାମିଲନାଡୁର ଥିରୁବଦୁୁଥୁରାଇ ଆଧୀନାମ (ମଠ) ରୁ ବିଶେଷ ରୂପରେ ଉପସ୍ଥିତ ଆଧୀନାମ (ପଣ୍ଡିତ ବା ମହନ୍ତ)ଙ୍କ ଠାରୁ ‘ସେନଗଲ’ ଗ୍ରହଣ କରିଥିଲେ, ଯେଉଁମାନେ ଏହି ଉତ୍ସବ ପାଇଁ ସ୍ୱତନ୍ତ୍ର ଭାବେ ପହଞ୍ଚିଥିଲେ । ବ୍ରିଟିଶମାନେ ଭାରତୀୟଙ୍କ ହାତରେ ଯେଉଁ ସମୟରେ କ୍ଷମତା ହସ୍ତାନ୍ତର କରିଥିଲେ ଠିକ୍ ସେହି ମୁହୂର୍ତ୍ତରେ ପଣ୍ଡିତ ନେହରୁଙ୍କୁ ସେନଗଲ ବା ‘ରାଜଦଣ୍ଡ’ ପ୍ରଦାନ କରା ଯାଇଥିଲା।

Comments are closed.