www.samajalive.in
Saturday, December 6, 2025
23.1 C
Bhubaneswar

ଆଜି ଶ୍ରୀଜୀଉଙ୍କ ଅଧରପଣା ନୀତି: କାଲି ନୀଳକନ୍ଦରକୁ ବାହୁଡିବେ

ପୁରୀ: ଆଜି ଦ୍ୱାଦଶୀ ତିଥି । ପରମ୍ପରା ଅନୁୟାୟୀ ଆଜି ରଥ ଉପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଧରପଣା ନୀତି ହେବ। ବଡଦାଣ୍ଡକୁ ଅବତରଣ ପରେ  ମହାପ୍ରଭୁଙ୍କ ଦର୍ଶନ ସହ ମୁକ୍ତି ପାଇଁ ଚଣ୍ତି ଚାମୁଣ୍ଡା, ଅଶରୀରୀମାନେ ଘୁରି ବୁଲୁଥାନ୍ତି। ସେମାନଙ୍କୁ ତୃପ୍ତ କରିବା ପାଇଁ ଆଷାଢ ଶୁକ୍ଳ ଦ୍ଵାଦଶୀ ଜ୍ୟେଷ୍ଠ ନକ୍ଷତ୍ର ତିଥିରେ ରଥାରୂଢ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ରଥ ଉପରେ ଅଧର ପଣା ନୀତି ସମ୍ପନ୍ନ ହେବ। ଚତୁର୍ଦ୍ଧା ବିଗ୍ରହଙ୍କଠାରେ ଏହି ପଣା ଲାଗି ହେବା ପରେ ରଥ ଉପରେ ଅଧରପଣା ହାଣ୍ଡିକୁ ଭାଙ୍ଗି ଚଣ୍ଡି ଚାମୁଣ୍ଡା, ଅଶରୀରୀ ମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ। ତିନି ଠାକୁରଙ୍କଠାରେ ୯ଟି ମାଟି ହାଣ୍ଡିରେ ଅଧରପଣା ଲାଗି ହେବ। ଏଥିପାଇଁ ସ୍ଵତନ୍ତ୍ର ଅଧର ହାଣ୍ଡି ରଥ ପାଖକୁ ବିଜେ କରିବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ନୀତି ଚୂଡାନ୍ତ ହୋଇଛି। ନିର୍ଘଣ୍ଟ ନୀତି ଅନୁଯାୟୀ ଆଜି ପହୁଡ ନୀତି ସମ୍ପନ୍ନ ପରେ ଆଜି ସକାଳ ୬ଟାରୁ ସାଢେ ୬ଟା ମଧ୍ୟରେ ମଙ୍ଗଳ ଆଳତି ନୀତି ସମ୍ପନ୍ନ ହୋଇଛି। ୭ଟାରେ ମଇଲମ, ୮ଟାରେ ଅବକାଶ, ୯ଟାରେ ବେଶଶେଷ, ପୂର୍ବାହ୍ନ ୧୦ଟାରୁ ସାଢେ ୧୦ଟା ଭିତରେ ଗୋପାଳ ବଲ୍ଲଭ, ସାଢେ ୧୧ଟାରୁ ମଧ୍ୟାହ୍ନ ସାଢେ ୧୨ଟା ଭିତରେ ସକାଳ ଧୂପ, ଅପରାହ୍ନ ୧ଟା ମଇଲମ, ସାଢେ ୧ଟାରେ ମହାସ୍ନାନ ଓ ସର୍ବାଙ୍ଗ, ୨ଟାରେ ବେଶ ଶେଷ ହେବ। ଅପରାହ୍ନ ସାଢେ ୩ଟାରୁ ସାଢେ ୪ଟା ଭିତରେ ମଧ୍ୟାହ୍ନ ଧୂପ ଶେଷ ହେବ। ପରେ ଅଧର ପଣା ନୀତି ଆରମ୍ଭ ହେବ। ରାତି ୮ଟା ସୁଦ୍ଧା ତିନି ରଥରେ ଅଧର ପଣା ନୀତି  ଶେଷ ହେବା ପରେ ୯ଟା ସୁଦ୍ଧା ମହାସ୍ନାନ ଶେଷ ହେବ। ପରେ ରାତି ୧୦ଟାରେ ମଇଲମ ଓ ବେଶ, ସାଢେ ୧୦ଟାରେ ସନ୍ଧ୍ୟା ଆଳତି , ରାତି ୧୧ଟାରୁ ୧୨ଟା ଭିତରେ ସନ୍ଧ୍ୟା ଧୂପ , ସାଢେ ୧୨ଟାରେ ମଇଲମ ଓ ଚନ୍ଦନ ଲାଗି , ରାତି ୧ଯାରେ ବଡ ସିଂହାର ବେଶ , ରାତି ୧ଟା ୩୦ରେ ବଡସିଂହାର ବେଶ ଅନୁଷ୍ଠିତ ହେବ। ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ନୀଳାଦ୍ରି ବିଜେ ଅନୁଷ୍ଠିତ ହେବ।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories