www.samajalive.in
Sunday, December 14, 2025
17.1 C
Bhubaneswar

ଅତାବିରାରେ ଆଦର୍ଶ ବିଦ୍ୟାଳୟ : ୨୬ରେ ଶିଳାନ୍ୟାସ

ରେଙ୍ଗାଲିକ୍ୟାମ୍ପ : ଅତାବିରା ରେ ପ୍ରତିଷ୍ଠା ହେବ ଆଦର୍ଶ ବିଦ୍ୟାଳୟ। ଏ ନେଇ ଗୁରୁବାର ଦୁର୍ଗା ମନ୍ଦିର ପରିସରରେ ଅତାବିରାର ଭାଟ ଭୋଇଙ୍କ ଅଧ୍ୟକ୍ଷତାରେ ଏକ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ  ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନାଗରିକ କମିଟିର ସଭାପତି ଦୈତାରି ପ୍ରଧାନ, ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ, ବରିଷ୍ଠ ନାଗରିକ ସଂଘର ସଭାପତି ବେଣୁଧର ମିଶ୍ର,ଏନ୍ ଏ ସି ଅଧ୍ୟକ୍ଷା ଦୀପାଞ୍ଜଳୀ ଭୋରାସାଗର  ମଞ୍ଚାସୀନ ଥିଲେ। ଅତାବିରା ଏନ୍ ଏ ସିର ୫ ନଂ ୱାର୍ଡ ସ୍ଥିତ ଭୋଇପୁରା ଗ୍ରାମରେ ଚାରି ଏକର ଜମିରେ ଏହି ଆଦର୍ଶ ବିଦ୍ୟାଳୟ ନିର୍ମାଣ କରାଯିବ ବୋଲି ଏହି ବୈଠକରେ ସର୍ବ ସାଧାରଣ କ୍ରମେ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୬ ତାରିଖରେ ଏହାର ଶିଳାନ୍ୟାସ କରାଯିବ ବୋଲି ଜଣାପଡିଛି। ଏହି ବୈଠକରେ  ଓକିଲ ସଂଘ, ବଣିକ ସଂଘ, ମାରୱାଡ଼ି ଯୁବା ମଞ୍ଚ, ଆନ୍ଧ୍ର କୋଶଳ ଆସୋସିଏସନ୍, ବଣିକ ସଂଘ, ଅବସର ଶିକ୍ଷକ ସଂଘ, ବରିଷ୍ଠ ନାଗରିକ ସଂଘ,ମନ୍ଦିର କମିଟି ଆଦିର ସଭ୍ୟ ବୃନ୍ଦ ତଥା ବିଭିନ୍ନ ଅନୁଷ୍ଠାନ, ବୁଦ୍ଧିଜୀବୀ, ଶିକ୍ଷାବିତ୍, ଭୋଇପୂରା ଗ୍ରାମବାସୀ ଉପସ୍ଥିତ ଥିଲେ। ଶେଷରେ ମଣ୍ଟୁ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories