www.samajalive.in
Monday, December 15, 2025
15.1 C
Bhubaneswar

ହତ୍ୟା ଅଭିଯୋଗ ଆଣିଲେ ବାପା, ମାଟିତଳୁ ମୃତଦେହ ଜବତ କଲା ପୁଲିସ

ଅଡବା: ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ରାଇଯୁକା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ୮ ଦିନ ପରେ ମାଟି ଖୋଳି ମୃତଦେହ ଜବତ କରିଛି ଅଡବା ପୁଲିସ । ମୃତ ଦେହ ଜବତ ହୋଇଥିବା ମହିଳା ଜଣକ ହେଲେ ଅରୁଣା ବସ୍ତରାୟଙ୍କ ପତ୍ନୀ ସୁପ୍ରିୟା ବସ୍ତରାୟ । ଗତ ଜୁନ ୧୧ରେ ଇଟା ଭାଟିରେ ନିଆଁ ଲଗାଇବା ସମୟରେ ସାମାନ୍ୟ ଅସାବଧାନତା ଯୋଗୁଁ ସୁପ୍ରିୟାଙ୍କ ଦେହରେ ନିଆଁ ଲାଗିଯାଇଥିଲା। ପରିବାର ଲୋକେ ତାଙ୍କୁ ସେଠାରୁ ଉଦ୍ଧାର କରି ମୋହନା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ବ୍ରହ୍ମପୁର ରେଫର୍ କରିଥିଲେ। ଦେହର ୮୦ ଭାଗ ପୋଡି ଯାଇଥିବା ବେଳେ, ପରବର୍ତ୍ତୀ ସମୟରେ ତାଙ୍କୁ କଟକ ପଠାଯାଇଥିଲା। ସେଠାରୁ ଚିକିତ୍ସା ହୋଇ ଘରକୁ ଫେରିଥିଲେ ସୁପ୍ରିୟା। ହେଲେ, ଗତ ଜୁଲାଇ ୨୭ ତାରିଖରେ ସୁପ୍ରିୟାଙ୍କ ଶଶୁର ଘରେ ମୃତ୍ୟୁ ହୋଇଥିଲା।

ତେବେ,ଘଟଣାକୁ ଦୀର୍ଘ ୮ ଦିନ ବିତିଯାଇଥିବା ବେଳେ, ଗତକାଲି ଝିଅକୁ ତାର ସ୍ୱାମୀ ଓ ଶାଶୁ ଘର ଲୋକେ ହତ୍ୟା କରିଥିବା ନେଇ ଅଡବା ଥାନାରେ ଲିଖିତ ଅଭିଯୋଗ କରିଥିଲେ ସୁପ୍ରିୟାଙ୍କ ବାପା ସଦାନନ୍ଦ ନାୟକ। ଅଭିଯୋଗକୁ ଆଧାର କରି ଅଡବା ଥାନାରେ ଏକ ମାମଲା ରୁଜ୍ଜୁ କରାଯିବା ସହ, ଥାନା ଅଧିକାରୀ ସୁବ୍ରତ କୁମାର ପଣ୍ଡା ଏବଂ ତାଙ୍କ ଟିମ୍ ରାଇଜୁକା ଗାଁକୁ ଯାଇ ମୋହନା ତହସିଲଦାର ହିମାଂଶୁ ଭୂଷଣ ପଳାଇଙ୍କ ଉପସ୍ଥିତିରେ ମୃତଦେହକୁ ପୋତା ଯାଇଥିବା ସ୍ଥାନରୁ ମାଟି ଖୋଳି ବାହାର କରାଯାଇଥିଲା। ପୁଲିସ ମୃତଦେହକୁ ଜବତ କରିବା ସହ ବ୍ୟବଛେଦ ଲାଗି ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଛନ୍ତି। ସମସ୍ତ ତଥ୍ୟକୁ ଆଧାର କରି ତଦନ୍ତ ହେବା ପରେ ସତ୍ୟାସତ୍ୟ ଜଣାପଡିବ ବୋଲି ଆର୍.ଉଦୟଗିରି ଏସଡିପିଓ କୈଳାସ ଚନ୍ଦ୍ର ବରଦା ସୂଚନା ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories