www.samajalive.in
Saturday, December 6, 2025
26.1 C
Bhubaneswar

ପରଲୋକରେ ଅଭିନେତ୍ରୀ ଜ୍ୟୋତ୍ସ୍ନା ଦାସ

ଭୁବନେଶ୍ବର: ବ୍ରହ୍ମପୁର ନିବାସୀ ତଥା ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ଦାସଙ୍କ ମଙ୍ଗଳବାର ଅପରାହ୍ଣରେ ପରଲୋକ ହୋଇଛି। ସେ କିଛିଦିନ ହେଲା ଅସୁସ୍ଥ ଥିଲେ। ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ମଞ୍ଚ ନାଟକ, ଓଡ଼ିଆ ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ। ତାଙ୍କ ଅଭିନୀତ ଚିତ୍ର ମଧ୍ୟରେ- ସମୟ, ଅଭିମାନ, ସତୀ ଅନସୂୟା, ଉପେନ୍ଦ୍ର ଭଞ୍ଜ, ଫଟା କପାଳ ପ୍ରଭୃତି ଅନ୍ୟତମ। ମଞ୍ଚ ଅଭିନେତ୍ରୀ ଭାବେ ସେ ଗଞ୍ଜାମ, କନ୍ଧମାଳ, ମାଲକାନଗିରି, କଳାହାଣ୍ଡି, ମୟୂରଭଞ୍ଜ ଜିଲା ସମେତ ଭୁବନେଶ୍ୱର, ରାଉରକେଲା ପ୍ରଭୃତି ସ୍ଥାନରେ ରାଜ୍ୟସ୍ତରୀୟ ନାଟକ ସମାରୋହରେ ସାମିଲ ରହିଥିଲେ।

ଆଶୁକବି ସ୍ବର୍ଗତ ଜେମ୍‌ସ ଦାସଙ୍କ ବଡ଼ ଝିଅ ଜ୍ୟୋତ୍ସ୍ନାଙ୍କ ମୃତ୍ୟୁଶଯ୍ୟା ନିକଟରେ ଭାଇ, ଭାଉଜ, ପୁତୁରା, ଝିଆରି ଓ ଶୁଭେଚ୍ଛୁ ଉପସ୍ଥିତ ଥିଲେ। ସଙ୍ଗୀତଜ୍ଞ ଯତୀନ ଦାସ ଓ ବରିଷ୍ଠ ସାମ୍ବାଦିକ ଜ୍ୟୋତିରଞ୍ଜନ ଦାସଙ୍କ ବଡ଼ ଭଉଣୀ ଥିଲେ ଜ୍ୟୋତ୍ସ୍ନା।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories