www.samajalive.in
Saturday, December 6, 2025
26.1 C
Bhubaneswar

ରେକର୍ଡ ଭାଙ୍ଗିଲା, ଗାଡ଼ି ବିକ୍ରି ୫୦ଭାଗ କମିଲା

ନୂଆଦିଲ୍ଲୀ: କରୋନା ମାଡର ପ୍ରଭାବ ଦେଶର ଅଟୋ ମୋବାଇଲ କ୍ଷେତ୍ରରେ ଅନୁଭୂତ ହୋଇଛି। ଏହାର ସିଧାସଳଖ ପ୍ରଭାବ ଦେଖିବାକୁ ମିଳିଛି ଜୁନ୍‌ ମାସରେ। ଏହି ସମୟରେ ଦେଶରେ ଗାଡି ବିକ୍ରିରେ ପ୍ରାୟ ପଚାଶ ଭାଗ ହ୍ରାସ ଘଟିଛି। ଅଟୋ ମେ‌ାବାଇଲ କ୍ଷେତ୍ରରେ କ୍ରମାଗତ ଭାବେ ୯ ତ୍ରୈମାସ ଧରି ଏଭଳି ହ୍ରାସ ଧାରା ଜାରି ରହିଛି। ଏମିତିକି ଏପ୍ରିଲ-ଜୁନ୍‌ ତ୍ରୈମାସରେ ଯାତ୍ରୀବାହୀ ଯାନ ବିକ୍ରିରେ ୭୮%ରୁ ଅଧିକ ହ୍ରାସ ଘଟିଛି।

ଏ କ୍ଷେତ୍ରରେ ବିଗତ ୨୦ ବର୍ଷର ରେକର୍ଡ ଭଙ୍ଗ ହୋଇଛି। ଏପ୍ରିଲ-ଜୁନ୍‌ ତ୍ରୈମାସରେ ଗାଡି ବିକ୍ରି କ୍ଷେତ୍ରରେ ଦେଖାଦେଇଥିବା ଏହି ମାନ୍ଦାବସ୍ଥାକୁ ଅଟୋ ବିକ୍ରି କ୍ଷେତ୍ରରେ ବିଗତ ୨୦ ବର୍ଷରେ ସବୁଠାରୁ ବୃହତ୍‌ ମାନ୍ଦା ସ୍ଥିତି କୁହାଯାଇପାରିବ ​ବୋଲି ସୋସାଇଟି ଅଫ୍‌ ଇଣ୍ଡିଆନ୍‌ ଅଟୋମୋବାଇଲ ମାନୁଫାକଚରର୍ସ (ସିଆମ୍‌) ପକ୍ଷରୁ ଦର୍ଶାଯାଇଛି। କରୋନା ପ୍ରଭାବରେ ଚାହିଦାରେ ହ୍ରାସ ​ଯୋଗୁ ଜୁନ୍‌ରେ ଯାତ୍ରୀବାହୀ ଯାନ ବିକ୍ରିରେ ୪୯.୫୯% ହ୍ରାସ ଘଟି ୧,୦୫,୬୧୭ ୟୁନିଟ୍‌ରେ ପହଞ୍ଚିଛି। ପୂର୍ବବର୍ଷ ଏହି ସମୟରେ ଯାତ୍ରୀବାହୀ ଯାନ ବିକ୍ରି ୨,୦୯,୫୨୨ ୟୁନିଟ୍‌ ରହିଥିଲା। ଜୁନ୍‌ରେ ଗାଡି ରପ୍ତାନିରେ ମଧ୍ୟ ୫୬.୩୧ % ହ୍ରାସ ଘଟି ୨୪,୭୦୮ ୟୁନିଟ୍‌ ରହିଥିଲା। ଗତବର୍ଷ ଅର୍ଥାତ୍‌ ୨୦୧୯ରେ ୫୬,୫୫୬ ୟୁନିଟ୍‌ ଗାଡି ରପ୍ତାନି କରାଯାଇଥିଲା। ଏହାଛଡା ଜୁନ୍‌ରେ ଯାତ୍ରୀବାହୀ ଯାନ ଉତ୍ପାଦନ ନକରାତ୍ମକ ରହିଥିଲା। ଏପ୍ରିଲ-ଜୁନ୍‌ ତ୍ରୈମାସରେ ମଧ୍ୟ ଯାତ୍ରୀବାହୀ ଯାନ ବିକ୍ରିରେ ୭୮.୪୩ % ହ୍ରାସ ଘଟିଛି। ଏହି ସମୟରେ ବାଣିଜ୍ୟିକ ଯାନ ବିକ୍ରିରେ ୮୪.୮୧% ହ୍ରାସ ଘଟିଛି। କ୍ରମାଗତ ଭାବେ ୫ ତ୍ରୈମାସ ଧରି ବାଣିଜ୍ୟିକ ଯାନ ବିକ୍ରି କ୍ଷେତ୍ରରେ ଏଭଳି ହ୍ରାସ ଧାରା ଦେଖିବାକୁ ମିଳିଛି।

- Advertisement -

ତେବେ ବିଗତ ୧୫ ବର୍ଷ ମଧ୍ୟରେ ବିକ୍ରି କ୍ଷେତ୍ରରେ ଏହାକୁ ସବୁଠାରୁ ଦୀର୍ଘତ୍ତମ ହ୍ରାସ ଧାରା କୁହାଯାଉଛି।​‌ ପୂର୍ବରୁ ୨୦୧୩-୧୪ରୁ ୨୦୧୪-୧୫ ଯାଏ କ୍ରମାଗତ ଭାବେ ୮ ତ୍ରୈମାସ ଧରି ଯାତ୍ରୀବାହୀ ଯାନ ବିକ୍ରିରେ ଏଭଳି ହ୍ରାସ ଦେଖିବାକୁ ମିଳିଥିଲା। ସେହିଭଳି ଦୁଇଚକିଆ ଯାନ ବିକ୍ରିରେ ୩୫.୫୬% ହ୍ରାସ ଘଟି ୧୦,୧୩,୪୩୧ ୟୁନିଟ୍‌ରେ ପହଞ୍ଚିଛି। ଏ ସମ୍ପର୍କରେ ସିଆମ୍‌ର ସଭାପତି ରଞ୍ଜନ ୱାଧେରା କହିଛନ୍ତି ଯେ, ଅଟୋ ଶିଳ୍ପରେ ବିଭିନ୍ନ ଯାନ କ୍ଷେତ୍ରରେ ଦେଖିଲେ କରୋନା ଯୋଗୁ ଗାଡି ବିକ୍ରିରେ ୨୬-୬୫% ହ୍ରାସ ଘଟିଛି। ବର୍ତ୍ତମାନ ସମୟରେ କେନ୍ଦ୍ର ସରକାରଙ୍କୁ ଅଟୋ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ୟାକେଜ୍‌ ଯୋଗାଣର ଆବଶ୍ୟକତା ରହିଛି। କ୍ଷେତ୍ରରେ ଚାହିଦା ବୃଦ୍ଧି କରିବାକୁ ହେଲେ ସରକାରଙ୍କୁ ବିଭିନ୍ନ ଶ୍ରେଣୀର ଗାଡି ଉପରେ ଜିଏସ୍‌ଟିରେ ୧୦% ହ୍ରାସ ଘଟାଇବା ନେଇ ଶିଳ୍ପର ଦୀର୍ଘ ଦିନର ଦାବିକୁ କାର୍ୟ୍ୟକାରୀ କରିବାକୁ ହେବ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories