www.samajalive.in
Saturday, December 6, 2025
26.1 C
Bhubaneswar

ଧମକ, ଗାଁ ଛାଡ ନ ହେଲେ …

କେନ୍ଦୁଝର: ଆଧୁନିକ ଯୁଗରେ ବି ବଦଳୁୁ ନାହିଁ ଗ୍ରାମାଞ୍ଚଳ ଲୋକଙ୍କ ମାନସିକତା। ଗ୍ରାମରେ ମେଳି ହୋଇ ମନଇଚ୍ଛା ନିୟମ ବାହାର କରିବା ସହିତ ନିୟମ ମାନିବାକୁ ଲୋକଙ୍କୁ ବାଧ୍ୟ କରାଯାଉଛି। ଗ୍ରାମର କେତେକ ବ୍ୟକ୍ତି ବାହାର କରୁଥିବା ମନଇଚ୍ଛା ନିୟମକୁ ଯିଏ ମାନିବା ପାଇଁ ନିଷ୍ପତ୍ତି ନେଉନି, ତାକୁ କଙ୍ଗାରୁ କୋର୍ଟ ମାଧ୍ୟମରେ ନିର୍ୟ୍ୟାତନା ଦିଆଯିବା ସହ ଗାଁରେ ନ ରହିବାକୁ ଦିଆଯାଉଛି ଧମକ। ଏପରି ଘଟଣା ଘଟିଛି ବାଂଶପାଳ ବ୍ଲକ କୁଶକଳା ଗ୍ରାମରେ। ଗୋଟିଏ ପରିବାରକୁ ଜୀବନରେ ମାରିଦେବା ସହ ଗାଁ ଛାଡି ଚାଲିଯିବାକୁ ଧମକ ଦିଆଯିବା ନେଇ ଜିଲାପାଳଙ୍କ ନିକଟରେ ସୋମବାର ଅଭିଯୋଗ ହୋଇଛି।

ଅଭିଯୋଗକାରୀ ରଶ୍ମିକାନ୍ତ ବେହେରାଙ୍କ ଲିଖିତ ଅଭିଯୋଗ ଅନୁଯାୟୀ, କୁଶକଳା ମୌଜାରେ ତାଙ୍କର ଜେଜେ ବାପା ନିଳାଦ୍ରୀ ବେହେରାଙ୍କ ବାପା ସ୍ୱର୍ଗତଃ ବକୁଳି ବେହେରାଙ୍କ ନାମରେ ଦୁଇଟି ପ୍ଲଟ ପାଖାପାଖି ୧ ଏକର ୯୭ ଡିସିମିଲ ଜାଗା ରହିଛି। କୁଶକଳା ଗ୍ରାମରେ ରଶ୍ମିକାନ୍ତଙ୍କ ପରିବାର ବହୁ ବର୍ଷ ହେବ ରହିଆସୁଛନ୍ତି। ପଟ୍ଟାଭୁକ୍ତ ଜାଗାକୁ ସରକାରୀ ନିୟମ ଅନୁଯାୟୀ, ଚିହ୍ନଟ ପାଇଁ ଆବେଦନ କରିଥିବା ବେଳେ ଜୁନ ୨୭ରେ ବାଂଶପାଳ ତହସିଲଦାରଙ୍କ ନିକଟରୁ ଚିଠି ନଂ୨୦/୨୦୨୦ରେ ଜୁଲାଇ ୯ରେ ଚିହ୍ନଟ ପାଇଁ ଶୁଣାଣି ରଖିଥିବା ଲିଖିତ ରହିଛି। ଚିହ୍ନଟ ପାଇଁ ସରକାରୀ ଚିଠି ଆସିଲା ପରେ ମଧ୍ୟ ପଟ୍ଟାଭୁକ୍ତ ଜାଗାରେ ଗ୍ରାମର ରାଇବନ ଦେହୁରୀ, ପ୍ରଦୀପ ଦେହୁରୀ , ରାଧାକାନ୍ତ ନାଏକ ପ୍ରମୁଖ ମିଶିି ଉକ୍ତ ଜାଗାରେ ଜୁଲାଇ ୩ରେ ଟ୍ରାକ୍ଟର ଯୋଗେ ହଳ କରି ଧାନ ବୁଣିଥିଲେ। ତେବେ ଏ ବିଷୟରେ ରଶ୍ମିକାନ୍ତଙ୍କ ପରିବାର ଜୁଲାଇ ୩ରେ ନୟାକୋଟ ଥାନାରେ ଜଣାଇଥିଲେ। ଜୁଲାଇ ୫ରେ ଗ୍ରାମର ୨୦ରୁ ଅଧିକ ଲୋକଙ୍କ ଉପସ୍ଥିତିରେ ଥାନାରେ ଏକ ଚୁକ୍ତିନାମା ଲେଖା ହୋଇ ଉକ୍ତ ଜାଗା ଚିହ୍ନଟ ନହେଲା ପର୍ୟ୍ୟନ୍ତ କେହି ସେଠାରେ କୌଣସି କାର୍ୟ୍ୟ କରିବେ ନାହିଁ ବୋଲି ସହମତି ହୋଇଥିଲା।

- Advertisement -

ପୁଣି ଜୁଲାଇ ୬ ରେ ରଶ୍ମିକାନ୍ତ ଓ ତାଙ୍କ ବାପା ଘରେ ନଥିବା ସମୟରେ ଗ୍ରାମର କିଛି ବ୍ୟକ୍ତି ତାଙ୍କ ଜେଜେ ବାପାଙ୍କୁ ଏକ ମଣ୍ଡପକୁ ଡାକି ନେଇ ଗାଁର ପାଖାପାଖି ଦୁଇ ଶହରୁ ଅଧିକ ମହିଳା ଓ ପୁରୁଷ ଗ୍ରାମବାସୀଙ୍କ ଉପସ୍ଥିତିରେ ଅସଭ୍ୟ ଭାଷାରେ ଗାଲିଗୁଳଜ କରିବା ସହ ତୁରନ୍ତ ମାସକ ଭିତରେ ଗାଁ ଛାଡି ଦେବା ସହ ନିଜ ସମ୍ପତିକୁ ଗ୍ରାମରୁ ନ ହଟାଇଲେ ନିଜେ ଭାଙ୍ଗିଦେବା ସହ ପଟ୍ଟା ଜାଗାକୁ ଗ୍ରାମର ଖେଳ ପଡ଼ିଆରେ ସାମିଲ କରିଦେବା ପାଇଁ ଧମକ ଦେଇଥିବା ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ରଶ୍ମିକାନ୍ତଙ୍କ ପରିବାର ଗୋପାଳ ସମ୍ପ୍ରଦାୟର ହୋଇଥିବାରୁ ତାଙ୍କୁ ଜାଣି ଶୁୁଣି ଫସାଇବା ପାଇଁ ଗ୍ରାମର କିଛି ବ୍ୟକ୍ତି ଅନ୍ୟ ଲୋକଙ୍କୁ ଉସୁକାଉଛନ୍ତି। ଯଦି ସେ କୌଣିସ ପାଟି ଫିଟାନ୍ତି, ତାହାଲେ ତାଙ୍କୁ ଆକ୍ରୋଶମୂଳକ ଭାବେ ମିଥ୍ୟା କେସରେ ଫସାଇବାକୁ ଉଦ୍ୟମ ଚଲାଇଥିବା ଅଭିଯୋଗ କରିଛନ୍ତି। ଅନ୍ୟପଟେ ସରକାରଙ୍କ କରୋନା କଟକଣା ନିୟମ ଅନୁସାରେ, ସଭା ସମିତିକୁ ଅନୁମତି ଦେଇନଥିବା ସତ୍ତ୍ବେ ଜୁଲାଇ ୬ରେ ଯେଉଁ ମେଳି ହୋଇଥିଲା ସେଥିରେ ଦୁଇ ଶହରୁ ଅଧିକ ଲୋକ ଏକାଠି ହୋଇଥିଲେ। ଅନ୍ୟପକ୍ଷରେ ଉକ୍ତ ପଟ୍ଟାଭୁକ୍ତ ଜାଗାକୁ ଚିହ୍ନଟ ପାଇଁ ତହସିଲ ଅଫିସରୁ ଯିଏ ଆସିବେ, ତାଙ୍କୁ ଚିହ୍ନଟ କରିବାକୁ ଦେବୁ ନାହିଁ ବୋଲି ଗ୍ରାମର କିଛି ବ୍ୟକ୍ତି କହିବାରୁ ତାଙ୍କ ପରିବାର ଚିନ୍ତିତ ହୋଇଛନ୍ତି। ଧମକ ଯୋଗୁ ପରିବାର ଲୋକ ଭୟଭୀତ ହୋଇଥିବାରୁ ଜିଲାପାଳ ତୁରନ୍ତ ନ୍ୟାୟ ପ୍ରଦାନ କରିବାକୁ ଦାବି ହୋଇଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories