www.samajalive.in
Wednesday, December 10, 2025
16.1 C
Bhubaneswar

ଅଭିନେତ୍ରୀ ଅନୁପମା ପାଠକଙ୍କ ଆତ୍ମହତ୍ୟା

ମୁମ୍ବଇ: କଳାକାର ଜଗତରେ ଖେଳିଯାଇଛି କଳା ବାଦଲ। ଜଣକ ପରେ ଜଣେ କଳାକାର ଆତ୍ମହତ୍ୟା କରିବା ଘଟଣା ସିନେପ୍ରେମୀଙ୍କୁ ଚିନ୍ତାରେ ପକାଇଛି। ଅଭିନେତା ସୁଶାନ୍ତ ସିଂହ ରାଜପୁତ, ସମୀର ଶର୍ମାଙ୍କ ଆତ୍ମହତ୍ୟା ଘଟଣା ମନରୁ ଲିଭି ନ ଥିବାବେଳେ ଆଉ ଜଣେ ଅଭିନେତ୍ରୀ ଅନୁପମା ପାଠକ ଆତ୍ମହତ୍ୟା କରିଛନ୍ତି। ଗତ ୨ ତାରିଖରୁ ସେ ଆତ୍ମହତ୍ୟା କରିଥିବାବେଳେ ଶୁକ୍ରବାର ଏହା ଲୋକଲୋଚନକୁ ଆସିଛି। ଅନୁପମା ଭୋଜପୁରୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରୀର ଜଣେ ଖ୍ୟାତନାମା ଅଭିନେତ୍ରୀ। ମୁମ୍ବଇର ଦହିଦାର ଅଞ୍ଚଳରେ ଥିବା ତାଙ୍କ ବାସଭବନରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ପୁଲିସ। ସେ ଏ ସୁଇସାଇଡ୍‌ ନୋଟ୍‌ ମଧ୍ୟ ଛାଡ଼ିଯାଇଛନ୍ତି। ଠକେଇ ଯୋଗୁ ସେ ଏପରି ଚରମ ପଦକ୍ଷେପ ନେଇଥିବା ସେଥିରେ ଉଲ୍ଲେଖ କରିଛନ୍ତି। ପୁଲିସ ଏହାକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

୪୦ ବର୍ଷୀୟା ଅନୁପମାଙ୍କ ଘର ବିହାରର ପାଟନାରେ। ସେ ଭୋଜପୁରୀ ଇଣ୍ଡଷ୍ଟ୍ରୀରେ କାମ କରିବା ଲାଗି ମୁମ୍ବଇ ଆସିଥିଲେ। ଆତ୍ମହତ୍ୟା ପୂର୍ବରୁ ସେ ଫେସବୁକରେ ଏକ ଭିଡିଓ ପୋଷ୍ଟ କରିଥିଲେ। ସେଥିରେ ସେ ଏକ ଠକେଇର ଶିକାର ହୋଇଥିବା ବିଷୟରେ କହିଥିଲେ। ଅନୁପମା ମାଲାଦରେ ଥିବା ୱଜଡମ ପ୍ରଡ୍ୟୁସର ନାମକ ଏକ କମ୍ପାନୀରେ ୧୦ ହଜାର ଟଙ୍କା ନିବେଶ କରିଥିଲେ। ଏହାର ମ୍ୟାଚୁରିଟି ୨୦୧୯ ଡିସେମ୍ବରରେ ଶେଷ ହୋଇଥିଲା। କିନ୍ତୁ କମ୍ପାନୀ ପକ୍ଷରୁ ତାଙ୍କୁ ଟଙ୍କା ଦିଆଯାଇ ନ ଥିଲା। ଲକଡାଉନ ସମୟରେ ରୋଜଗାର ବନ୍ଦ ହୋଇଯାଇଥିବାରୁ ଅନୁପମା ଠକେଇର ଶିକାର ହେବା ପରେ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି।

Hot this week

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

Related Articles

Popular Categories