ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ସ୍ଥିତ ଲରମ୍ଭା କଲେଜରେ ଶରତ ପୂଜାରୀ ସାଂସ୍କୃତିକ କଳା ପରିଷଦ କଥାଚିତ୍ର ଅଭିନେତା ଶରତ ପୂଜାରୀଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ ତାଙ୍କର ସୁପୁତ୍ର ସିନେ ଅଭିନେତା ସୈାମେନ ପୂଜାରୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରବିନାରାୟଣ ପଣ୍ଡା, ପଦାର୍ଥ ବିଜ୍ଞାନ ପ୍ରାଧ୍ୟାପକ ପ୍ରଫେସର ଅଶୋକ କୁମାର ମହାନ୍ତି ପ୍ରମୁଖ ମଂଚାସୀନ ଥିଲେ।
Popular Categories



