www.samajalive.in
Wednesday, December 10, 2025
15.1 C
Bhubaneswar

ଅଭିନେତା ପଙ୍କଜ ତ୍ରିପାଠୀ ନିର୍ବାଚନ ଆୟୋଗର ଜାତୀୟ ଆଇକନ୍‌

ମୁମ୍ବାଇ: ବଲିଉଡ଼ ଅଭିନେତା ପଙ୍କଜ ତ୍ରିପାଠୀଙ୍କୁ ନିଜର ଜାତୀୟ ଆଇକନ୍ କରିବାକୁ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛି। ନିର୍ବାଚନ ଆୟୋଗର ମୁଖ୍ୟ ନିର୍ବାଚନ ଅଧିକାରୀ ରାଜୀବ କୁମାର ସୋମବାର ଏହି ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ମତଦାନ ପ୍ରତିଶତ ବୃଦ୍ଧି ଏବଂ ଶତପ୍ରତିଶତ ମତଦାନର ପ୍ରଚାର କରିବାକୁ ନିର୍ବାଚନ ଆୟୋଗ ପ୍ରସିଦ୍ଧ ବ୍ୟକ୍ତିତ୍ୱମାନଙ୍କୁ ଜାତୀୟ ଆଇକନ୍ କିମ୍ବା ବ୍ରାଣ୍ଡ ଆମ୍ବାସାଡର କରିଥାଆନ୍ତି। ୨୦୧୪ରେ, ଗୁଜରାଟରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଟିମ୍ ଇଣ୍ଡିଆ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରାଙ୍କୁ ବ୍ରାଣ୍ଡ ଆମ୍ବାସାଡର କରିଥିଲେ। ବ୍ରାଣ୍ଡ ଆମ୍ବାସାଡର ହେବା ପର୍ଯ୍ୟନ୍ତ ପୂଜାରା ନିଜେ ଥରେ ମଧ୍ୟ ଭୋଟ୍ ଦେଇ ନଥିଲେ। ଯୁବ କ୍ରିକେଟର କହିଥିଲେ ଯେ, କ୍ରିକେଟର ବ୍ୟସ୍ତ କାର୍ଯ୍ୟସୂଚୀ ଯୋଗୁ ମୁଁ ଏପର୍ଯ୍ୟନ୍ତ ଭୋଟ୍ ଦେବାକୁ ସମୟ ପାଇ ନାହିଁ, କିନ୍ତୁ ଭବିଷ୍ୟତରେ ମୁଁ ଭୋଟ୍ ଦେବାକୁ ଚେଷ୍ଟା କରିବି।

- Advertisement -

ସେହିଭଳି ନିର୍ବାଚନ କମିଶନ ମହେନ୍ଦ୍ର ସିଂହ ଧୋନୀଙ୍କୁ ମଧ୍ୟ ବ୍ରାଣ୍ଡ ଆମ୍ବାସାଡର କରିଥିଲେ। ହେଲେ ମ୍ୟାଚ୍‌ରେ ବ୍ୟସ୍ତ ରହିବା କାରଣରୁ ସେ ନିଜେ ଲୋକସଭା ନିର୍ବାଚନରେ ​​ଭୋଟ୍ ଦେଇପାରିନଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories