www.samajalive.in
Sunday, December 7, 2025
23.1 C
Bhubaneswar

ଟିଏମସିରେ ମିଶିଲେ ଟେନିସ୍‌ ଚମ୍ପିୟନ୍‌ ଲିଏଣ୍ଡର ପେସ୍‌ ଓ ଅଭିନେତ୍ରୀ ନଫିସା ଅଲୀ

ପଣଜୀ: ଲୋକପ୍ରିୟ ଟେନିସ୍‌ କ୍ରୀଡ଼ାବିତ୍‌ ଲିଏଣ୍ଡର ପେସ୍‌ ଗୋଆରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି। ଏହା ପୂର୍ବରୁ ଆଜି ବଲିଉଡ଼ ଅଭିନେତ୍ରୀ ନଫିସା ଅଲୀ ଓ ମୃଣାଳିନୀ ଦେଶପ୍ରଭୁ ଦିଦିଙ୍କ ଉପସ୍ଥିତିରେ ଟିଏମସି ହାତ ଧରିଛନ୍ତି। ଏହି ସମୟରେ ସାଂସଦ ଡେରେକ୍ ଓବ୍ରାୟନ ମଧ୍ୟ ଉପସ୍ଥିତ ଥିଲେ। ଅଲ୍‌ ଇଣ୍ଡିଆ ତୃଣମୂଳ କଂଗ୍ରେସ ଟ୍ବିଟ୍‌ କରି ଏନେଇ ସୂଚନା ଦେଇଛନ୍ତି। ଟିଏମସି ଟ୍ବିଟ୍‌ କରି କହିଛି ଯେ, ‘‘ଆମେ ଆନନ୍ଦିତ ଯେ, ନଫିସା ଅଲୀ ଓ ମୃଣାଳିନୀ ଦେଶପ୍ରଭୁ ଆଜି ଆମ ମାନନୀୟ ସଭାପତିଙ୍କ ଉପସ୍ଥିତିରେ ଗୋଆ ତୃଣମୂଳ କଂଗ୍ରେସ ପରିବାରରେ ସାମିଲ ହୋଇଛନ୍ତି। ଆମେ ଉଭୟଙ୍କୁ ହୃଦୟରୁ ସ୍ବାଗତ କରୁଛୁ’’।

୨୦୨୨ ବିଧାନସଭା ନିର୍ବାଚନରେ ​​ଟିଏମସି ଗୋଆରେ ପ୍ରବେଶ କରିବାକୁ ଚେଷ୍ଟା କରୁଛି। ମମତା ବାନାର୍ଜୀ ଗୁରୁବାର ସନ୍ଧ୍ୟାରେ ନିଜର ପ୍ରଥମ ଗସ୍ତରେ ଗୋଆରେ ପହଞ୍ଚିଥିଲେ। ଏହି ମତଦାନ ପୂର୍ବରୁ ବିଜେପି ଶାସିତ ରାଜ୍ୟରେ ରାଜନୈତିକ ମନୋଭାବ ଜାଣିବା ପାଇଁ ଏକ ପ୍ରୟାସ ବୋଲି ଦର୍ଶାଯାଇଥିଲା। ଶୁକ୍ରବାର ସନ୍ଧ୍ୟାରେ ସେ ସମ୍ପ୍ରଦାୟର ପ୍ରତିନିଧିଙ୍କ ସହ ଯୋଗାଯୋଗ କରିବେ ବୋଲି ଟିଏମସିର ଜଣେ ବରିଷ୍ଠ ନେତା କହିଛନ୍ତି।

- Advertisement -

 

 

 

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories