www.samajalive.in
Sunday, December 7, 2025
23.1 C
Bhubaneswar

ଅଟଳ ଟନେଲ ବୁଲିଦେଖିଲେ ଅଭିନେତା ଧର୍ମେନ୍ଦ୍ର; ହିମାଚଳର ବରଫାବୃତ ଶୃଙ୍ଗରେ ଚଳଚ୍ଚିତ୍ର ସୁଟିଂ କଥା ମନେପକାଇଲେ

ମନାଲି: ବିଗତ ଦିନର ବିଶିଷ୍ଟ ଅଭିନେତା ଧର୍ମେନ୍ଦ୍ର ରବିବାର ଦିନ ହିମାଚଳ ପ୍ରଦେଶରେ ନିର୍ମିତ ଦୁଇ ଲେନ ବିଶିଷ୍ଟ ଅଟଳ ଟନେଲକୁ ବୁଲି ଦେଖିଛନ୍ତି । ସୂଚନାଯୋଗ୍ୟ ଯେ ଉକ୍ତ ଟନେଲକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୦ ଅକ୍ଟୋବର ୩ ତାରିଖରେ ଉଦଘାଟନ କରିଥିଲେ । ଧର୍ମେନ୍ଦ୍ର ଉକ୍ତ ଟନେଲ ବୁଲି ଦେଖିବା ସମୟରେ ଏହା ଏକ ଆଶ୍ଚର୍ଯ୍ୟଠାରୁ କିଛି କମ୍‍ ନୁହେଁ ବୋଲି ମତ ଦେଇଥିଲେ । ୯.୦୨ କିଲୋମିଟର ଦୀର୍ଘ ଅଶ୍ୱ ଖୁରାକୃତି ଏହି ଟନେଲ ବିଶ୍ୱର ଦୀର୍ଘତମ ଗାଡିମଟର ଚଳାଚଳ କରିବା ଯୋଗ୍ୟ ଟନେଲ ହୋଇଛି । ହିମାଚଳ ପ୍ରଦେଶର କୁଲୁ ଜିଲାରେ ରୋହତଙ୍ଗ ପାସ ତଳେ ଏହାକୁ ନିର୍ମାଣ କରାଯାଇଛି । ହିମାଚଳ ପ୍ରଦେଶର ଏହି ଅନ୍ୟତମ ସୌନ୍ଦର୍ଯ୍ୟର ନିର୍ମାଣରେ ସଂପୃକ୍ତ ସମସ୍ତଙ୍କୁ ଧର୍ମେନ୍ଦ୍ର ଟ୍ୱିଟ କରି ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ । ବିଗତ ଦିନରେ ହିମାଚଳ ପ୍ରଦେଶର ବରଫାବୃତ ଶୃଙ୍ଗରେ ଚଳଚ୍ଚିତ୍ର ସୁଟିଂ କଥାକୁ ଧର୍ମେନ୍ଦ୍ର ମନେ ପକାଇଥିଲେ । ଧର୍ମେନ୍ଦ୍ରଙ୍କ ଟ୍ୱିଟ ଉପରେ ସୀମାନ୍ତ ସଡ଼କ ସଂଗଠନ (ବିଆରଓ) ପକ୍ଷରୁ ଅଭିନେତାଙ୍କୁ ଧନ୍ୟବାଦ ଜଣାଯିବା ସହିତ କୁହାଯାଇଛି ଯେ ବିଆରଓର କର୍ମଯୋଗୀମାନେ ନିରଳସ ଏବଂ କଠିନ ପରିଶ୍ରମ କରି ଏହି ଟନେଲ ନିର୍ମାଣ କରିବା ସହିତ ଆମ ରାଷ୍ଟ୍ରକୁ ଗର୍ବିତ କରିଛନ୍ତି । ସୂଚନଯୋଗ୍ୟ ଯେ ଏହି ଟନେଲ ଦେଶ ପାଇଁ ସାମରିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚିତ ହେଉଛି । ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ନାମରେ ନାମିତ ଏହି ଟନେଲ ମନାଲି ଓ କେଲଙ୍ଗ ମଧ୍ୟରେ ଦୂରତା ୪୬ କିଲୋମିଟର ହ୍ରାସ କରିବା ସହିତ ଯାତାୟତ ସମୟରେ ପ୍ରାୟ ତିନିଘଣ୍ଟା ହ୍ରାସ ଘଟାଇଛି । ସବୁଠାରୁ ଉଲ୍ଲେଖଯୋଗ୍ୟ ବିଷୟ ହେଉଛି ଯେ କେଲଙ୍ଗ ଲାହୁଲ ଓ ସ୍ପିତି ଜିଲାର ମୁଖ୍ୟଦପ୍ତର ହୋଇଥିବାବେଳେ ଶୀତ ଋତୁରେ ତାହା ଭୀଷଣ ତୁଷାରପାତ କାରଣରୁ ମୂଳ ଭୂଖଣ୍ଡରୁ ଅଲଗା ହୋଇଯାଉଥିଲା । ଏହି ଟନେଲ ନିର୍ମାଣ ଦ୍ୱାରା ଲାହୁଲ ଉପତ୍ୟକାକୁ ବର୍ଷତମାମ ଯୋଗାଯୋଗ ସ୍ଥାପନ କରିହେବ । ଜଣାଯାଇଛି ଯେ ଏହି ଟନେଲ ଦେଇ ଦୈନିକ ୩ହଜାର କାର ଏବଂ ୧୫୦୦ ଟ୍ରକ ଯାତାୟତ କରିପାରିବ । ଏହି ଟନେଲରେ ସର୍ବାଧୁନିକ ଇଲେକଟ୍ରୋମେକାନିକାଲ ସିଷ୍ଟମ ଖଞ୍ଜାଯାଇଛି । ୨୦୦୦ ଜୁନ ୩ ତାରିଖରେ ଅଟଳ ବିହାରୀ ବାଜପାୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ଏହି ଟନେଲ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories