ଆକ୍ରମଣକାରୀଙ୍କୁ ଗିରଫ ଦାବି

ବ୍ଲକ ଉପାଧ୍ୟକ୍ଷାଙ୍କ ସ୍ୱାମୀଙ୍କୁ ଆକ୍ରମଣ

ଚୌଦ୍ୱାର : ଟାଙ୍ଗୀ-ଚୌଦ୍ୱାର ବ୍ଲକ ଉପାଧ୍ୟକ୍ଷା ଧନେଶ୍ୱର ଜେଠୀ ଗତ ୨୦ତାରିଖ ବିଳମ୍ବିତ ରାତିରେ କଟକରୁ କିଛି କାମ ସାରି ବାଇକରେ ଘରକୁ ଫେରୁଥିବା ବେଳେ ନଖରା ବଜାର ନିକଟରେ ୩ଜଣ ଦୁବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ । ଏଥିରେ ଧନେଶ୍ୱର ଗୁରୁତର ଆହତ ହୋଇ ବର୍ତ୍ତମାନ କଟକ ବଡ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି । ଧନେଶ୍ୱର ବିଜେଡିର ଜଣେ ଆଗଧାଡିର କର୍ମୀ ଥିବାରୁ ଆକ୍ରମଣ କରିଥିବା ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଚୌଦ୍ୱାର ନଗର ବିଜଡି ଦାବି କରିଛି। ରବିବାର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ଚୌଦ୍ୱାର-କଟକର ବହୁ ଛାମୁଆ କର୍ମୀ ଏକ ପଦଯାତ୍ରାରେ ଆସି ଚୌଦ୍ୱାର ଥାନାରେ ପହଞ୍ଚିଥିଲେ। ସେଠାରେ ଜୋନ-୧ ଏସିପି ଅରୁଣ କୁମାର ସ୍ୱାଇଁଙ୍କୁ ଭେଟି  ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ କାହିଁକି ବିଳମ୍ବ ହେଉଛି ବୋଲି ପୂର୍ବତନ ବିଧାୟକ ପ୍ରଶ୍ନ କରିବା ସହିତ ଏହି ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତିବିଶେଷଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଥିଲେ। ଅଭିଯୁକ୍ତ ମାନଙ୍କୁ ପୁଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଥିବା ଓ ଖୁବ ଶିଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଏସିପି ପ୍ରତିଶ୍ରୁତି ଦେଇଥିଲେ । ଧନେଶ୍ୱର ରାଜନୈତିକ ଆକ୍ରୋଶର ଶିକାର ହୋଇଥିବା ପତ୍ନୀ ଉପାଧ୍ୟକ୍ଷା ଶୁପ୍ରୀୟା ଜେଠୀ କହିଥିବା ବେଳେ ଏଥିରେ ନଖରା ପଂଚାୟତର ପୁର୍ବତନ ସରପଞ୍ଚ ଓ ତାଙ୍କର ସହଯୋଗୀଙ୍କ ହାତ ଥିବା ନେଇ ଚୌଦ୍ୱାର ଥାନାରେ ଅଭିଯୋଗ କରିଛନ୍ତି । ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଡେପୁଟି ମେୟର ଦମୟନ୍ତୀ ମାଝୀ, କଟକ ଜିଲ୍ଲା ବିଜେଡି ଉପସଭାପତି ପ୍ରେମଚାନ୍ଦ ନାୟକ, ଚୌଦ୍ୱାର ନଗର ବିଜେଡି ସଭାପତି ବିଷ୍ଣୁ ଚରଣ ପରିଡା, କଟକ ଜିଲ୍ଲା ଯୁବ ସଭାପତି ସ୍ମୃତି ରଞ୍ଜନ ନାୟକ, ଯୁବ ସଭାପତି ସାରଦା ରଞ୍ଜନ ପରିଜା, ଛାତ୍ର ସଭାପତି ଭରତ ଚନ୍ଦ୍ର ସାହୁ, ମହିଳା ସଭାନେତ୍ରୀ କବିତାରାଣୀ ଲେଙ୍କା, ରାଜ୍ୟ ଯୁଗ୍ମ ସାଧାରଣ ସଂପାଦକ ଅର୍ଜୁନ ପଣ୍ଡାଙ୍କ ସମେତ ସମସ୍ତ କାଉନସିଲର ଓ ଦଳୀୟ କର୍ମୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Comments are closed.